ଛତିଶଗଡ଼ ନାବାଳିକା ଦୁଷ୍କର୍ମ ମାମଲାରେ ଯୁବ କଂଗ୍ରେସ ଅଧ୍ୟକ୍ଷଙ୍କ ସମେତ ୪ ଗିରଫ

Published By : Prameya-News7 Bureau | October 07, 2022 IST

ରାୟପୁର: ଛତିଶଗଡ଼ରେ ୧୬ ବର୍ଷୀୟା ନାବାଳିକା ଗଣଦୁଷ୍କର୍ମ ଖବର ସମ୍ନାକୁ ଆସିଛି। ୪ ମାସ ପୂର୍ବେ ବିଲାଶପୁରର ଏକ ହୋଟେଲ୍‌ର ୬ ଜଣ ଅପରାଧି ଏଭଳି ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଛତିଶଗଡ଼ ମନେନ୍ଦ୍ରଗଡ଼ ଜିଲ୍ଲାର ଯୁବ କଂଗ୍ରେସ ସଭାପତି ଶାହନୱାଜ୍‌ଙ୍କ ନାଁ ରହିଛି।

ଏହି ମାମଲାରେ ଶାହନୱାଜ୍‌ଙ୍କ ସମେତ ଅନ୍ୟ ୩ ଜଣଙ୍କୁ ଗିରଫ କରାଯାଇଛି। ମାମଲାର ଗିରଫ ପାଇଁ ଫେରାର୍ ଦୁଇ ଅପରାଧିଙ୍କୁ ଖୋଜୁଥିବା ବେଳେ ପୁଲିସ ଏମାନଙ୍କୁ ଗିରଫ କରିଛି।

ଘଟଣା ୪ ମାସ ତଳର ହୋଇଥିଲେ ବି ନାବାଳିକା ଜଣଙ୍କ ଭୟରେ ଏ ବିଷୟରେ ମୁହଁ ଖୋଲି ନଥିଲେ। ତେବେ ବର୍ତ୍ତମାନ ନାବାଳିକା ଜଣଙ୍କ ସାହସର ସହିତ ମୁହଁ ଖୋଲି ମନେନ୍ଦ୍ରଗଡ଼ ଜିଲ୍ଲା ଚିରମିର ଥାନାରେ ଅଭିଯୋଗ କରିଥିଲେ। ନାବାଳିକାଙ୍କ ମାଆ ଥାନାରେ ୬ ଜଣଙ୍କ ବିରୋଧରେ ମାମଲା କରିଥିଲେ। ଏମାନେ ତାଙ୍କ ଝିଅକୁ ଛତିଶଗଡ଼ ବିଲାଶପୁରର ଏକ ହୋଟେଲ୍‌କୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ ବୋଲି ସେ ନାବାଳିକାଙ୍କ ମାଆ ଅଭିଯୋଗରେ ଦର୍ଶାଇଥିଲେ।

ଚିରମିରି ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ବିରୋଧରେ ଧାରା ୩୬୩(ଅପହରଣ ଦଣ୍ଡ), ୩୬୬ଏ(ନାବାଳିକାଙ୍କୁ କିଣିବା) ଓ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାରେ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.