ଗୁଜରାଟରେ ୫ ଆସନ ବି ଜିତି ପାରିବନି କଂଗ୍ରେସ; ଲେଖିକି ଦେଲେ କେଜରିୱାଲ

Published By : Prameya-News7 Bureau | November 05, 2022 IST

ନୂଆଦିଲ୍ଲୀ: ଗୁଜରାଟରେ କଂଗ୍ରେସ ୫ଟି ବି ଆସନ ଜିତିପାରିବ ନାହିଁ , ଏହା ମୁଁ ଲେଖିକି ଦେଉଛି। ଗୁଜରାଟ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନକୁ ନେଇ ଏପରି କହିଛନ୍ତି ଆମ୍ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲ୍। କଂଗ୍ରେସକୁ କେହି ଗୁରୁତର ସହ ନେଉନାହାନ୍ତି। ତେଣୁ ରାଜ୍ୟରେ ଦଳ ୫ଟି ଆସନରୁ ବି କମ ଜିତିବ ବୋଲି କେଜରିୱାଲ୍ କହିଛନ୍ତି।

ସେ କହିଛନ୍ତି “ଗୁଜରାଟର ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। ଯଦି ଲୋକେ ପରିବର୍ତ୍ତନ ଚାହୁଁ ନଥାନ୍ତେ, ତେବେ ଆମକୁ ଜାଗା ବି ମିଳି ନଥାନ୍ତା। ଆମେ ୩୦ ପ୍ରତିଶତ ଭୋଟ ଶେୟାର ପାଇବାକୁ ଯାଉଛୁ। ଆମେ ପଞ୍ଜାବରେ ସରକାର ଗଠନ କରିଛୁ। ତେବେ ଗୁଜରାଟରେ କିଛି ପରିବର୍ତ୍ତନ ହେବାକୁ ଯାଉଛି। ”

କଂଗ୍ରେସକୁ ନେଇ କେଜରିୱାଲ କହିଛନ୍ତି ଯେ ଏଠି କଂଗ୍ରେସକୁ କେହି ଗୁରୁତର ସହ  ନେଉ ନାହାନ୍ତି। ତେଣୁ ଦଳ ଏଠି ୫ଟି ଆସନ ଜିତିପାରିବ ନାହିଁ। ଏତିକିବେଳେ ସେ ଖଣ୍ଡେ କାଗଜ ନେଇ କଂଗ୍ରେସର ପରାଜୟ କଥା ଲେଖି ପ୍ରମାଣ ପାଇଁ ରଖିବାକୁ ମିଡିଆକୁ କହିଛନ୍ତି। ସେ କହିଛନ୍ତି ଯେ ଗୁଜୁରାଟ ନିର୍ବାଚନରେ କଂଗ୍ରେସ ୫ ଆସନ ଜିତିବ ଓ ଆମେ ଦ୍ୱିତୀୟ ନମ୍ବର ସ୍ଥାନରେ ରହିବୁ। ରାଜ୍ୟରେ ଦଳ ଦ୍ୱିତୀୟ ସ୍ଥାନରେ ରହିବ ବୋଲି କେଜରିୱାଲ୍ କହିଛନ୍ତି। ରାଜ୍ୟରେ ବିଜେପିର ଭୋଟିଂ ଶେୟାର ୨୦ ପ୍ରତିଶତ ହ୍ରାସ ପାଇବ ବୋଲି କେଜରିୱାଲ୍ କହିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.