ସ୍ଥାନୀୟ ନେତା ଓ ଦଳୀୟ କର୍ମୀଙ୍କ ସହଯୋଗରେ ରାଜସ୍ଥାନରେ ଆଗାମୀ ନିର୍ବାଚନ ସହଜରେ ଜିତିବ କଂଗ୍ରେସ: ରାହୁଲ ଗାନ୍ଧୀ

Published By : Prameya-News7 Bureau | December 17, 2022 IST

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ବିଜୟ ପରେ କଂଗ୍ରେସ ନେତା ଓ ରାହୁଲ ଗାନ୍ଧୀର ଆତ୍ମବିଶ୍ୱାସ ବଢ଼ିଯାଇଛି। ଦଳ ରାଜସ୍ଥାନରେ ବି ବିଜପିକୁ ପରାସ୍ତ କରିବ ବୋଲି ଦମ୍ବୋକ୍ତି ପ୍ରକାଶ କରିଛି। ଆଜି ରାଜସ୍ଥାନରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ରାହୁଲ ଗାନ୍ଧୀ ଆଗାମୀ ନିର୍ବାଚନ ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଯଦି ଦଳ ସ୍ଥାନୀୟ ନେତା ଓ କର୍ମୀଙ୍କୁ ଠିକ୍ ଭାବରେ ବ୍ୟବହାର କଲା ତେବେ ରାଜସ୍ଥାନ ଆଗାମୀ ନିର୍ବାଚନରେ ଦଳ ଖୁବ ସହଜରେ ଜିତିବ।
ରାହୁଲ ଆହୁରି କହିଛନ୍ତି ଯେ ଦଳରେ କୌଣସି ପ୍ରକାର ଅନିର୍ନାୟମୂଳକ ପରିସ୍ଥିତି ନାହିଁ। ତେବେ ଆଗାମୀ ନିର୍ବାଚନରେ ଚେହେରା କିଏ ହେବ ବୋଲି ପ୍ରଶ୍ନ କରିବାରୁ ଏହାର ଉତ୍ତର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦେବେ ବୋଲି ରାହୁଲ କହିଥିଲେ। ଆସନ୍ତା ବର୍ଷ ରାଜସ୍ଥାନେ ନିର୍ବାଚନ ହେବାକୁ ଅଛି। ଏଣୁ ଦଳ ଏନେଇ ପ୍ରସ୍ତୁତ ଆରମ୍ଭ କରିଦେଇଛି।

ରାହୁଲ କହିଛନ୍ତି ଯେ ଭାରତ ଯୋଡ଼ ଯାତ୍ରାକୁ ମିଳିଥିବା ଅଭୁତପୂର୍ବ ସଫଳତା ମିଳିଛି। ଯେଉଁ ନେତା ଓ କର୍ମୀ ଆମ ପାଇଁ କାମ କରୁଛନ୍ତି ସେମାନଙ୍କୁ ନେଇ କାମ କଲେ ଦଳ ରାଜ୍ୟରେ ନିଶ୍ଚୟ ନିର୍ବାଚନ ଜିତିବ ବୋଲି ରାହୁଲ କହିଛନ୍ତି।

ସେହିପରି ରାଜ୍ୟରେ ମତାନ୍ତର ଯୋଗୁ କିଛି ନେତାଙ୍କୁ ନୋଟିସ୍ କରାଯାଇଥିଲା। ଦଳରେ କିଛି ଅସାମଞ୍ଜସ୍ୟ ଅଛି କି ବୋଲି  ପ୍ରଶ୍ନ କରିବାରୁ ରାହୁଲ କହିଥିଲେ ଯେ ଦଳରେ କୌଣସି ଅନିର୍ନୟ ସ୍ଥିତି ନାହିଁ କି କୌଣସି ବଡ଼ ସ୍ଥିତି ନାହିଁ। ତେବେ ଆସନ୍ତା ନିର୍ବାଚନରେ କିଏ ଦଳୀୟ ଚେହେରା ହେବ ସେ ନେଇ ରାହୁଲ ସ୍ପଷ୍ଟ କରିନଥିଲେ। ସେ ନିଷ୍ପତ୍ତି କଂଗ୍ରେସ ଅଧ୍ୟକ୍ଷ ନେବେ ବୋଲି ରାହୁଲ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.