ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ କଂଗ୍ରେସର ପ୍ରଜାଧ୍ବନି ଯାତ୍ରା, ଶିବ କୁମାର କହିଲେ ସତ୍ତାକୁ ଆସିଲେ ମିଳିବ ୨୦୦ ୟୁନିଟ୍ ମାଗଣା ବିଜୁଳି

Published By : Prameya-News7 Bureau | January 11, 2023 IST

ନୂଆଦିଲ୍ଲୀ, ୧୧/୦୧: ସତ୍ତାକୁ ଆସିଲେ କଂଗ୍ରେସ ଦେବ ୨୦୦ ୟୁନିଟ୍‌ ମାଗଣା ବିଜୁଳି। କର୍ଣ୍ଣାଟକରେ ବୁଧବାର ପ୍ରଜାଧ୍ବନି ଯାତ୍ରାର ଆରମ୍ଭ ଅବସରରେ ଏଭଳି ଘୋଷଣା କରିଛି କଂଗ୍ରେସ। କର୍ଣ୍ଣାଟକରେ ବିଜେପିକୁ ଶାସନରୁ ହଟାଇବା ପାଇଁ ଏହି ପ୍ରଜାଧ୍ବନି ନାମକ ନିର୍ବାଚନୀ ଯାତ୍ରାର ଆରମ୍ଭ କରିଛି କଂଗ୍ରେସ। ଏହି ଯାତ୍ରାରେ ବିଜେପିର ଅସଫଳତାକୁ ଲୋକଙ୍କ ସାମ୍ନାରେ ରଖିବାକୁ ଯୋଜନା କରିଛି କଂଗ୍ରେସ।

ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବକୁମାର ଏବଂ ବିରୋଧୀ ନେତା ସିଦ୍ଧରମୈୟାଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ଯାତ୍ରାର ପ୍ରଥମ ଦିନରେ ଏହି ବଡ଼ ଘୋଷଣା କରାଯାଇଛି। ଶିବକୁମାର ବୁଧବାର ଚିକ୍କୋଡୀ କଂଗ୍ରେସ ରାଲିରେ ଘୋଷଣା କରି କହିଛନ୍ତି ଯଦି କଂଗ୍ରେସ ଶାସନକୁ ଫେରୁଛି ତେବେ ସମସ୍ତଙ୍କୁ ୨୦୦ ୟୁନିଟ୍ ମାଗଣା ବିଜୁଳି ଯୋଗାଇବ।

ପ୍ରକୃତରେ ପ୍ରଜା ଧ୍ବନି ଯାତ୍ରା ଜରିଆରେ ୨୧ ଜିଲ୍ଲାରେ କଂଗ୍ରେସ ଲୋକଙ୍କୁ ନିଜ ବିଚାର ସମ୍ପର୍କରେ ଜଣାଇବ। ଏହା ସହ ରାଜ୍ୟର ବିକାଶର ଆଶ୍ବାସନା ଦେବ। ଏହା ସହ ପ୍ରସ୍ତୁତ କରାଯାଇଥିବା ‘ଅଭିଯୋଗପତ୍ର’ ମାଧ୍ୟମରେ ରାଜ୍ୟର ଭାଜପା ସରକାରଙ୍କୁ ଟାର୍ଗେଟ୍ କରିବ। ଏହି ଯାତ୍ରା ଅବସରରେ ଶିବକୁମାର କହିଛନ୍ତି ଯେ ପ୍ରଜାଧ୍ବନି ଜନତାଙ୍କ ସ୍ବର । ଏହି ଯାତ୍ରାର ଆୟୋଜନ ଭାଜପା ସରକାର ସାଢ଼େ ତିନି ବର୍ଷର କାର୍ଯ୍ୟକାଳର ଅସଫଳତାକୁ ଦର୍ଶାଇବ କଂଗ୍ରେସ।

ତେବେ ଦିଲ୍ଲୀ ଏବଂ ପଞ୍ଜାବରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ମାଗଣା ବିଜୁଳି ନିର୍ବାଚନୀ ଘୋଷଣାର ସଫଳ ମଡେଲ ପରେ କର୍ଣ୍ଣାଟକ କଂଗ୍ରେସ ପାଇଁ ଏହି ଘୋଷଣା ଗୁରୁତ୍ବପୂର୍ଣ୍ଣ ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.