କ୍ଷମତାକୁ ଆସିଲେ ମହିଳାଙ୍କୁ ମ୍ୟାରେଜ୍ କିଟ୍ ବାଣ୍ଟିବ କଂଗ୍ରେସ : ନିରଞ୍ଜନ

Published By : Prameya-News7 Bureau | March 04, 2019 IST

ଭୁବନେଶ୍ବର ୪|୩ : ଆଗକୁ ଅଛି ସାଧାରଣ ନିର୍ବାଚନ । ନିର୍ବାଚନରେ ଭୋଟ୍ ହାତେଇବାକୁ କେତେ କଣ ଯୋଜନା କରୁଛନ୍ତି ବିଭିନ୍ନ ଦଳ । ସେହିଭଳି କଂଗ୍ରେସ ମହିଳାଙ୍କୁ ଗୁରୁତ୍ବ ଦେଇ ପ୍ରସ୍ତୁତ କରିଛି ନୂଆ ରଣନୀତି । କ୍ଷମତାକୁ ଆସିଲେ ମହିଳାଙ୍କୁ ମ୍ୟାରେଜ୍ କିଟ୍ ବାଣ୍ଟିବ କଂଗ୍ରେସ । କିଟରେ ପଇସା ତଥା ଅନ୍ୟାନ୍ୟ ଜିନିଷ ରହିବ । ମହିଳାଙ୍କ ସୁରକ୍ଷା, ଶିକ୍ଷାର ଉନ୍ନତି, ଆର୍ଥିକ ସ୍ଥିତିର ପରିବର୍ତ୍ତନ କଂଗ୍ରେସର ଦାୟିତ୍ବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ସେହିପରି ଆସନ୍ତା ୮ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ପ୍ରଥମେ ମହିଳା ସମାବେଶରେ ଯୋଗ ଦେବା ପରେ ସାଧାରଣ ସଭାରେ ଯୋଗ ଦେବେ ରାହୁଲ । ବରଗଡ ଓ ଜୟପୁରଠାରେ ହେବାକୁ ଥିବା ସାଧାରଣ ସଭାରେ ରାହୁଲ ଯୋଗ ଦେବେ । ରାହୁଲଙ୍କ ଗସ୍ତକୁ ନେଇ କୋରାପୁଟ କଂଗ୍ରେସ ଶିବିର ପୁରା ଉତ୍ସାହିତ । ଦେଢ ଲକ୍ଷ ଲୋକଙ୍କୁ ନେଇ ଜୟପୁରରେ ସମାବେଶ କରାଯିବାକୁ ଥିବାବେଳେ ମହିଳା ମାନଙ୍କ ପାଇଁ ସ୍ବତନ୍ତ୍ର ୱାର୍କସପ କରାଯିବ । ମହିଳା ମାନଙ୍କ ସହ ରାହୁଲ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.