କଂଗ୍ରେସର ଘର ସଜାଡିବାକୁ ପୁଣି ଉଠିଲା ସ୍ବର, ନେତା ନିର୍ବାଚନ ସହ CWC ଡାକିବାକୁ ବରିଷ୍ଠ ନେତାଙ୍କ ଦାବି

Published By : Prameya-News7 Bureau | February 21, 2020 IST

ନୂଆଦିଲ୍ଲୀ ୨୧।୦୨:  ଦିନକୁ ଦିନ ଜଟିଳ ହେଇଚାଲିଛି କଂଗ୍ରେସର ସଭାପତି ନିର୍ବାଚନ। ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟରେ ରାହୁଲ ଗାନ୍ଧୀ ସଭାପତି ପଦରୁ ଇସ୍ତଫା ଦେଇଥିଲେ । ପାର୍ଟି ରାହୁଲଙ୍କ ସ୍ଥାନରେ ସୋନିଆ ଗାନ୍ଧୀଙ୍କୁ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଅର୍ପଣ କରିଛି । କିନ୍ତୁ ଏହାଭିତରେ ପାର୍ଟିରେ ସାଂଗଠନିକ ନିର୍ବାଚନ ସରିଲାଣି । ଏବଂ ପାର୍ଟିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ଜୋରଦାର ଚର୍ଚ୍ଚା ହେଉଛି । କେହି ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ସଭାପତି ପଦରେ ଦେଖିବାକୁ ଚାହୁଁଛନ୍ତି , ତ ପୁଣି କଂଗ୍ରେସର କିଛି ଗୋଷ୍ଠୀ ସୋନିଆ ଗାନ୍ଧୀଙ୍କୁ ପାର୍ଟିର ଅଧ୍ୟକ୍ଷ ରହିବାକୁ ଦାବି କରୁଛନ୍ତି । ତେବେ ସୂଚନା ଅନୁସାରେ ରାହୁଲ ଗାନ୍ଧୀ ପାର୍ଟିର ପୁଣି ଥରେ ସଭାପତି ଦୌଡରେ ସବୁଠାରୁ ଆଗରେ ଅଛନ୍ତି ବୋଲି ସୂଚନା ମିଳିଛି ।

କଂଗ୍ରେସରେ ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ସଭାପତି ପଦରେ ବସାଇବା ପାଇଁ ଚର୍ଚ୍ଚା ହେଉଥିବା ସମୟରେ ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ତଥା ଲୋକସଭା ସାଂସଦ ଶିଶ ଥରୁରୁ କଂଗ୍ରେସର କାର୍ଯ୍ୟକାରିଣୀକୁ ଅନୁରୋଧ କରିଛନ୍ତି । ପାର୍ଟି କ୍ୟାଡରକୁ ମଜବୁତ କରିବାକୁ ହେଲେ ନେତୃତ୍ୟର ନିର୍ବାଚନ କରିବାକୁ ପଡିବ ବୋଲି କହିଛନ୍ତି । ତେବେ କେବଳ ଶଶି ଥରୁର ନୁହଁନ୍ତି , ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ବିରପ୍ପା ମୋଇଲି ମଧ୍ୟ ପାର୍ଟିର ଆଗମୀ ସ୍ଥିତି ନେଇ ଏକ ଚିନ୍ତନ ବୈଠକ ଡାକିବାରୁ ଆଗ୍ରହ୍ୟ ପ୍ରକାଶ କରିଛନ୍ତି । ନିଜ ଟ୍ବିଟ୍‌ରେ ତୁରନ୍ତ ପାର୍ଟିର ନେତୃତ୍ବ ନିର୍ବାଚନ ସହିତ କଂଗ୍ରେସ ଓ୍ବାର୍କିଂ କମିଟି ବୈଠକ ଡାକିବାକୁ ମଧ୍ୟ ଆହ୍ବାନ ଦେଇଛନ୍ତି ।  

ଗତ ଅଗଷ୍ଟ ମାସରୁ ସୋନିଆ ଗାନ୍ଧି କଂଗ୍ରେସର ଅନ୍ତରୀଣ ଅଧକ୍ଷ ଭାବେ ଦାୟିତ୍ବ ବହନ କରୁଛନ୍ତି । ୨୦ମାସ ଧରି ରାହୁଲ ଗାନ୍ଧୀ  କଂଗ୍ରେସର ସଭାପତି ପଦରେ ବସିଥିଲେ । ୨୦୧୯ଲୋକସଭା ନିର୍ବାଚନରେ ଅପମାନଜନକ ପରାଜୟ ପରେ ରାହୁଲ ନିଜ ସଭାପତି ପଦରୁ ଇସ୍ତଫା ଦେଇଥିଲେ । ସେବେଠାରୁ କଂଗ୍ରେସ ନେତୃତ୍ୟ ନିର୍ବାଚନ ହୋଇନାହିଁ । ଏବଂ ସୋନିଆ ଗାନ୍ଧୀ ଦାୟିତ୍ବ ବହନ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.