ଦୂର ହେବ ମତଭେଦ, ପୁଣି ମିଶିପାରନ୍ତି କଂଗ୍ରେସ ଓ ଟିଏମସି, ୨୦୨୪ ନିର୍ବାଚନ ଏକାଠି ଲଢ଼ିବା ନେଇ ଚାଲିଛି ଗୁପ୍ତ ଯୋଜନା

Published By : Prameya-News7 Bureau | March 17, 2023 IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପୁଣି ଦେଖିବାକୁ ମିଳିବ ରାଜନୈତିକ ମେଣ୍ଟ । ୨୦୨୪ ସାଧାରଣ ନିର୍ବାଚନ ଏକାଠି ଲଢ଼ିପାରନ୍ତି କଂଗ୍ରେସ ଓ ତୃଣମୂଳ କଂଗ୍ରେସ । ଲୋକସଭା ନିର୍ବାଚନରେ ବିପେଜିକୁ ରୋକିବା ପାଇଁ ପରଦା ପଛରେ ଉଭୟ ଦଳ ଏଭଳି ଯୋଜନା କରୁଥିବା ଜଣାପଡ଼ିଛି ।

କିଛି ଦିନ ପୂର୍ବରୁ ତୃଣମୂଳ କଂଗ୍ରେସ ଏକାକୀ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବା ନେଇ ଘୋଷଣା କରିଥିଲା । କେବଳ ତୃଣମୂଳ କଂଗ୍ରେସ ଓ ଭୋଟରଙ୍କ ମଧ୍ୟ ଗଠବନ୍ଧନ ହେବ । କୌଣସି ଅନ୍ୟ ରାଜନୈତିକ ଦଳ ସହିତ ମେଣ୍ଟ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି କହିଥିଲେ । ହେଲେ ୨୦୨୪ରେ ଭାରତୀୟ ଜନତା ପାର୍ଟିକୁ ବ୍ରେକ୍ ଦେବା ପାଇଁ କଂଗ୍ରେସ ସହିତ ମେଣ୍ଟ କରିପାରେ ବୋଲି ଶୀର୍ଷ ସୂତ୍ର ଜଣାପଡ଼ିଛି । ଗଠବନ୍ଧନକୁ ନେଇ କଥାବର୍ତ୍ତା ଚାଲୁଥିବା ଉଭୟ ଦଳ ମଧ୍ୟ ସଂକେତ ଦେଇଛନ୍ତି ।

ରାୟପୁରରେ ଗତ ସପ୍ତାହରେ ହୋଇଥିବା ଅଧିବେଶନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ମେଣ୍ଟ ନେଇ ସନ୍ଦେଶ ଦେଇଥିଲା । ସେହି କହିଛନ୍ତି, ତୃଣମୂଳ ଭଳି ସମାନ ଚିନ୍ତାଧାରରେ ଦଳ ମିଳିଲେ ଏକାଠି କାମ କରିବାକୁ ପ୍ରସ୍ତୁତ ବୋଲି ଦିଦି କହିଛନ୍ତି ।

ସୂଚନା ଅନୁଯାୟୀ, କଂଗ୍ରେସ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସର୍ବ-ବିପକ୍ଷ ଦଳରେ ମମତା ବାନାର୍ଜିଙ୍କ ତୃଣମୂଳ କଂଗ୍ରେସକୁ ସାମିଲ କରିବାକୁ ଇଚ୍ଛୁକ ରହିଛି । ମାତ୍ର ଲୋକସଭାରେ ଅଧିର ରଞ୍ଜନ ଚୌଧୁରୀ ଯେଉଁ ଭଳି ଭାବେ ମମତା ବାନାର୍ଜୀଙ୍କୁ ନେଇ ଟିପ୍ପଣୀ ଦେଉଛନ୍ତି, ତାକୁ ନେଇ ଖପ୍ପା ହୋଇଛନ୍ତି ଟିଏମସି ନେତୃତ୍ବ । ଟିଏମସିକୁ ବିଜେପିର ଟିମ୍ ବୋଲି ଅଧିର ରଞ୍ଜନ ଚୌଧୁରୀ କହିଥିଲେ ।  ଅନ୍ୟପଟେ ଟିଏମସି ମଧ୍ୟ ଏହାର ଜବାବ ରଖୁଛି । ଅଧିର ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ସହିତ କାମ କରୁଛନ୍ତି ଅଭିଯୋଗ କରିଥିଲା । ଅନ୍ୟପେଟ ଉଭୟ ଦଳ ଶୀର୍ଷ ନେତା ଗଠବନ୍ଧନ ନେଇ ଆଲୋଚନା କରୁଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.