ବିଧାନସଭାରେ ପୁଣି ପଛଘୁଞ୍ଚା ଦେଲା ବିଜେପି: କଂଗ୍ରେସ ମାରିନେଲା ସୁଯୋଗ
17/07/2019 at 7:09 PM

ଭୁବନେଶ୍ବର୧୭|୭: ବିଧାନସଭାରେ ପୁଣି ପଛଘୁଞ୍ଚା ଦେଲା ବିଜେପି। ଶୂନ୍ୟ କାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଗୁରୁତ୍ବ ପୂର୍ଣ୍ଣ ପ୍ରସଙ୍ଗ ଉଠାଇ ସରକାରଙ୍କୁ ବ୍ୟାକ ଫୁଟରେ ପକାଇବାକୁ ଉଦ୍ୟମ କରିଥିଲେ। ହେଲେ ବିଜେପି ସଦସ୍ୟ କିନ୍ତୁ ସେହି ପ୍ରସଙ୍ଗକୁ ଧରି ରଖିପାରିଲେନି। ଯେଉଁଥିପାଇଁ ବିଜେପିକୁ ଆଜି କଂଗ୍ରେସ ପୁଣି ପଛକୁ ଠେଲି ଦେଇଛି।
ଆଜି ଗୃହର ଶୂନ୍ୟ କାଳରେ ବିରୋଧୀ ଦଳ ନେତା ପାଟକୁରାରେ ସମୂହିକ ଭାବେ ଭତ୍ତା ଓ ଚାଉଳ ବଣ୍ଟା ଯାଉଥିବା ଅଭିଯୋଗ ଉଠାଇଥିଲେ। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାବେଳେ କେମିତି ସାମୁହିକ ଭାବେ ଭତ୍ତା ଟଙ୍କା ଆଉ ଚାଉଳ ବଣ୍ଟା ଯାଉଛି। ଏହା ଦ୍ବାରା ନିର୍ବାଚନ ଆଚରଣ ବିଧିକୁ ଉଲଘଂନ ହେଉଛି। ସରକାରୀ କର୍ମଚାରୀ କେମିତି ବାଣ୍ଟୁଛନ୍ତି । ତାଙ୍କ ବିରୋଧରେ କଣ କାର୍ଯ୍ୟନୁଷ୍ଠାନ ନିଆଯିବ। ସରକାର ସ୍ପଷ୍ଟୀ କରଣ ରଖିବାକୁ ରୁଲିଂ ଦିଅନ୍ତୁ ବୋଲି ବିରୋଧୀ ଦଳ ନେତା ଦାବି କରିଥିଲେ।
ଏହା ପରେ ବିଜେପି ବିଧାୟକ ମାନେ ବାଚସ୍ପତି ରୁଲିଂ ଦେବାକୁ ଦାବି କରି ଗୃହର ମଧ୍ୟଭାଗକୁ ଆସିବାକୂ ଉଦ୍ୟତ ହେଉଥିଲେ । ହେଲେ ବାଚସ୍ପତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ କହିବାକୁ ସୁଯୋଗ ଦେଲେ । ନରସିଂହ ମିଶ୍ର ଯେମିତି ତାଙ୍କ ବକ୍ତବ୍ୟ ଆରମ୍ଭ କରିଛନ୍ତି ବିଜେପି ବିଧାୟକ ମାନେ ସେମିତି ପଛଘୁଞ୍ଚା ଦେଇ ନିଜ ସିଟ ଚାଲିଯାଇଥିଲେ।
ପ୍ରସଙ୍ଗକୁ ଧରି ପରିନଥିଲେ ବିଜେପି ବିଧାୟକ। ହାତରୁ ଖାସଇଦେଇଥିଲେ ମୌକା। ତାପରେ କଂଗ୍ରେସ ବିଧାନସଭାରେ ବିଧି ବିଧାନ ଅନୁସାରେ ଚାଲୁନଥିବା ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ।