scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଦାନୀ ଗ୍ରୁପ୍ ବିବାଦ: ଦେଶବ୍ୟାପୀ SBI LIC ଅଫିସ୍‌ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ

6/02/2023 at 8:39 AM

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ବିବାଦ ନେଇ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ। ଆଦାନୀ ଗ୍ରୁପ୍‌ର ଆର୍ଥିକ ଅନିୟମିତତା ଓ ଇଚ୍ଛାନୁସାରେ ବଜାର ନିୟନ୍ତ୍ରଣ(ମାର୍କେଟ୍ ମେନୁପୁଲେସନ) ପାଇଁ ସୋମବାର ଦେଶରେ ବିଭିନ୍ନ ଏସ୍‌ବିଆଇ ଓ ଏଲ୍‌ଆଇସି ଅଫିସ୍‌ ସାମ୍ନାରେ କଂଗ୍ରେସ ବିରୋଧ ପ୍ରଦର୍ଶନ କରିବ।

ସେହିପରି ଯୁବ କଂଗ୍ରେସ ପକ୍ଷରୁ ପାର୍ଲିଆମେଣ୍ଟ ଥାନା ବାହାରେ ଥିବା ଏସ୍‌ବିଆଇ ଅଫିସ୍ ସାମ୍ନାରେ ପ୍ରଦର୍ଶନ କରାଯିବାକୁ ଥିବା ବେଳେ ସାଂସଦମାନେ ସଂସଦ ସାମ୍ନାରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତୀ ସାମ୍ନାରେ ଧାରଣା ଦେବେ। ଖବର ସରବରାହ ସଂସ୍ଥା ଏଏନ୍‌ଆଇ ଏହି ସୂଚନା ଦେଇଛି।

ଗତକାଲି ବିକ୍ଷୋଭ ନେଇ ସଂସଦରେ ସୂଚନା ଦେଇଥିଲେ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁ ଗୋପାଳ। ଦଳ ଫେବ୍ରୁଆରୀ ୬ ତାରିଖରେ ଦେଶବ୍ୟାପୀ SBI ଓ LIC ଅଫିସ୍‌ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ବେଣୁ ଗୋପାଳ କହିଥିଲେ। ଏନେଇ କଂଗ୍ରେସ ଅଭିଯୋଗ କରିଥିଲା ଯେ ଆଦାନୀ ଗ୍ରୁପ୍‌ରେ ବର୍ତ୍ତମାନ ଦେଖାଦେଇଥବା ଅସ୍ଥିରତା ଏକ ଦୁର୍ନୀତି। ଏଥିରେ ଏଲ୍‌ଆଇସି ଓ ଏସ୍‌ବିଆଇ ନିବେଶ କରିବାରୁ ସାଧାରଣ ଲୋକଙ୍କର ଟଙ୍କା ଟଙ୍କା ବି ନିବେଶ ହୋଇଛି।   

ପଢନ୍ତୁ-ବାଂଲାଦେଶରେ ପୁଣି ହିନ୍ଦୁ ବିରୋଧୀ ଆକ୍ରମଣ; ୧୨ ମନ୍ଦିରରେ ପଶି ୧୪ ମୂର୍ତ୍ତୀ ଭାଙ୍ଗିଲେ ଦୁର୍ବୃତ୍ତ

ଯେହେତୁ ସଂସଦରେ ଆଦାନୀ ଗ୍ରୁପ୍‌ ବିଷୟରେ ଆଲୋଚନା କରିବାକୁ ବିରୋଧୀ ଦଳକୁ ଏକ ମିନିଟ୍‌ ବି ସମୟ ଦିଆଗଲା ନାହିଁ, ତେଣୁ ଏହି ସମସ୍ୟାକୁ ନେଇ କଂଗ୍ରେସ ଲୋକଙ୍କ ପାଖକୁ ଯିବ ବୋଲି କଂଗ୍ରେସ କହିଛି। ଦଳ ଆହୁରି ଅଭିଯୋଗ କରିଛି ଯେ ଆଦାନୀ ମାମଲାରେ ସରକାର ଜାଣିଶୁଣି ନିରବ ରହିଥିବାରୁ ଏଥିରେ ସରକାରୀ ସାମିଲ୍‌ ହେବା ନେଇ ଗନ୍ଧ ଆସୁଛି ବୋଲି କଂଗ୍ରେସ କହିଛି।  

ସୂଚନା ଥାଉକି ଆମେରିକା ଉଦ୍ୟୋଗ ଗବେଷଣା ସଂସ୍ଥା ହିଣ୍ଡନବର୍ଗ ଆଦାନୀ ଗ୍ରୁପ୍‌ ବିଷୟରେ ଆଶ୍ଚର୍ଯ୍ୟକର ତଥ୍ୟ ଦେବା ପରେ ଭାରତୀୟ ଶେୟାର ମାର୍କେଟ୍‌ରେ ଆଦାନୀ ଗ୍ରୁପ୍‌ର ଶେୟାର ଜବରଦସ୍ତ ହ୍ରାସ ହୋଇଛି। ଦିନେ ସେ ବିଶ୍ୱର ୩ ନମ୍ବର ଧନୀ ଥିଲେ। ଏବେ ଧନୀ ତାଲିକାରେ ଟପ୍‌ ୧୦ ଲିଷ୍ଟରେ ବି ତାଙ୍କ ନାଁ ନାହିଁ। ଏସିଆର ଧନୀ ବ୍ୟକ୍ତି ଆଖ୍ୟା ମଧ୍ୟ ତାଙ୍କ ପାଖରୁ ଯାଇଛି। ବର୍ତ୍ତମାନ ମୁକେଶ ଅମ୍ବାନୀ ଏସିଆର ନମ୍ବର ୱାନ ଧନୀ ହୋଇଥିବା ବେଳେ ଆଦାନୀ ତାଲିକାରେ ୨୦ ନମ୍ବର ସ୍ଥାନକୁ ଖସିଆସିଛନ୍ତି।

ହଣ୍ଡେନ ବର୍ଗ ଆଦାନୀ ଗ୍ରୁପ୍‌କୁ ଋଣରେ ବୁଡ଼ିଥିବା କହିଥିଲା। ଏଥିସହିତ କମ୍ପାନୀରେ ବେଆଇନ ଭାବେ ବଜାର ନିୟନ୍ତ୍ରଣ କରି ଦୁର୍ନୀତିରେ ବୁଡ଼ି ରହିଛି ବୋଲି ସଂସ୍ଥା କହିଥିଲା। ଏହାପରେ ଆଦାନୀ ଗ୍ରୁପ୍‌ର ନିୟମତି ଶେୟାର ଖସି ଚାଲିଛି।  

   Related Posts