scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପଞ୍ଚାୟତ ସମିତି ଗୃହ ଉଦ୍‌ଘାଟନକୁ ନେଇ ତୁମୁଳକାଣ୍ଡ, ବିଧାୟକଙ୍କୁ ଅଣ୍ଡାମାଡ ସହ ଭାଙ୍ଗିଲେ ଫଳକ

23/05/2023 at 5:20 PM

ଲମତାପୁଟ ୨୩/୦୫: ବ୍ଲକ ପରିସରରେ ନୂତନ ପଞ୍ଚାୟତ ସମିତି ଗୃହ ଉଦ୍‌ଘାଟନକୁ ନେଇ କଂଗ୍ରେସ କର୍ମୀ ଭାଙ୍ଗିଲେ ଫଳକ ଏବଂ ବିଧାୟକଙ୍କୁ ଅଣ୍ଡାମାଡ । ଲମତାପୁଟ ବ୍ଲକ କାର୍ଯ୍ୟାଳୟ ପରିସରରେ ନୂତନ ପଞ୍ଚାୟତ ସମିତି ଗୃହକୁ ଆଜି ଉଦ୍‌ଘାଟନ କରିଥାନ୍ତେ କୋରାପୁଟ ବିଧାୟକ ରଘୁରାମ ପଡାଲ ।

କିନ୍ତୁ ବ୍ଲକ କଂଗ୍ରେସ ଏହାକୁ ବିରୋଧ କରିବା ସହ ବିଧାୟକଙ୍କୁ ବ୍ଲକ୍‌କୁ ଯିବାକୁ ଦେବୁନି କଳାପତକା ଦେଖାଇ ବିରୋଧ କରିବାକୁ ନେଇ ପୂର୍ବରୁ ଚେତାବନୀ ଦେଇଛନ୍ତି । କାରଣ ଫଳକରେ ବିଧାୟକ, ଜିଲ୍ଲାପାଳ, ବ୍ଲକ ଅଧକ୍ଷ, ବିଡିଓ ଏବଂ AE ଙ୍କ ନାମ ରହିଥିବା ବେଳେ ସାଂସଦଙ୍କ ନାମ ନଥିବା ଏବଂ ଦୁଇ ଜଣ ଜିଲ୍ଲା ପରିଷଦଙ୍କୁ ନିମନ୍ତ୍ରଣ ଦେଇନଥିବାରୁ ଏହି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ।

ସକାଳୁ କିଛି କଂଗ୍ରେସ କର୍ମୀ ଏବଂ ଜିଲ୍ଲା ପରିଷଦ ପହଞ୍ଚି ନୂତନ ଗୃହର ଫଳକ ଭାଙ୍ଗି ଦେଇଥିଲେ । ପରବର୍ତ୍ତୀ ସମୟରେ ପୋଲିସ ୬ ଜଣକୁ ଅଟକ ରଖିଥିଲା । ଏହି ଘଟଣା ପରେ ବ୍ଲକ ପ୍ରଶାସନ ପୁଣି ଥରେ ନୂତନ ଫଳକ ଲଗାଇ ଥିଲେ । ତେବେ ବିଧାୟକଙ୍କ ସୁରକ୍ଷା ପାଇଁ କଡା ବନ୍ଦୋବସ୍ତ କରିଥିଲା । ମୁଖ୍ୟ ରାସ୍ତାରେ ପୋଲିସ ଛାଉଣି ରହିଥିବା ବେଳେ ବ୍ଲକକୁ ବିଧାୟକ ଯାଉଥିବା ସମୟରେ କିଛି କର୍ମୀ ଅଚାନକ ଅଣ୍ଡା ମାଡ କରିଥିଲେ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ମାଛକୁଣ୍ଡ ପୋଲିସ କାବୁ କରିବା ପରେ ଗିରଫ କରିଛି ।

   Related Posts