ବଢିଲା ଚିତ୍ରକୋଣ୍ଡା SDPOଙ୍କ ଅଡୁଆ, ରାତି ଅଧିଆ ଘରେ ପଶି ମାଡ ମାରିବା ଘଟଣାରେ ଗ୍ରାଉଣ୍ଡ ଜିରୋରେ ତଦନ୍ତ କରିବ କଂଗ୍ରେସ ଟିମ୍

Published By : Prameya-News7 Bureau | July 07, 2022 IST

ମାଲକାନଗିରି ୭।୭: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ବଢିଲା ଅଡୁଆ । ଗତ ମାସ ୧୩ ତାରିଖ ଦିନ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା RSC ୧୩ ଗାଁରେ ରାତି ଅଧିଆ ଘରେ ପଶି ପୋଲିସ ମାଡ ମାରିବା ଘଟଣାରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ତଦନ୍ତ କରିବ କଂଗ୍ରେସ ଟିମ । ଏଥିପାଇଁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ କଂଗ୍ରେସର ୫ ଜଣ ବିଧାୟକ କୋରାପୁଟରେ ପହଞ୍ଚିଛନ୍ତି । ଏହି ଟିମରେ ତାରାଙ୍କ ସମେତ ରମେଶ ଜେନା, ଅଧିରାଜ ପାଣିଗ୍ରାହୀ, ସନ୍ତୋଷ ସିଂ ସାଲୁଜା ପ୍ରମୁଖ ରହିଛନ୍ତି ।

{"id":652771,"sizeSlug":"full","linkDestination":"none"}

ଏହି ଟିମ୍ ଗୁରୁବାର ଚିତ୍ରକୋଣ୍ଡା ଯାଇ ପୀଡିତା ମହିଳାଙ୍କୁ ଭେଟିବେ । ପରେ ରିପୋର୍ଟ ପ୍ରସ୍ତୁତ କରି ବିଧାନସଭାରେ ପ୍ରସଙ୍ଗ ଉଠାଯିବ ବୋଲି କଂଗ୍ରେସ କହିଛି । ଏହି ଘଟଣାର ମୁଖ୍ୟ କାର୍ପଟଦାର ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କୁ ଚାକିରୀରୁ ବହିସ୍କାର ଦାବି କରୁଛନ୍ତି ସ୍ଥାନୀୟ ଆଦିବାସୀ ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.