ଅହମଦାବାଦ ୦୮/୧୨: ଗୁଜରାଟ ବିଧାନସଭା ପାଇଁ ନିର୍ବାଚନ ଗଣତି ଚାଲିଥିବା ବେଳେ କଂଗ୍ରେସ ପକ୍ଷରୁ ଦେଖିବାକୁ ମିଳିଥିଲା ଅଜବ ଦୃଶ୍ୟ । ଅହମ୍ମଦାବାଦ ମୁଖ୍ୟାଳୟରେ ଲାଗିଥିବା ବଡ଼ ଘଣ୍ଟାକୁ କାଢି ନେଇଥିଲା କଂଗ୍ରେସ ।
ଆରମ୍ଭରୁ ଜବରଦସ୍ତ ଅଭିଯାନ ଆରମ୍ଭ କରିଥିବା ବିଜେପିର ନିଶ୍ଚିତ ବିଜୟ ଆଡ଼କୁ ଅଗ୍ରସର ହୋଇଥିଲା । ଫଳରେ ଏହା ଜାଣିବା ପରେ କଂଗ୍ରେସକୁ ଲାଗିଥିଲା ଜୋରଦାର ଝଟକା । ଫଳରେ କଂଗ୍ରେସ ଲଗାଇଥିବା ପରିବର୍ତ୍ତନର ଘଣ୍ଟାକୁ ନେଇଥିଲା ହଟାଇ । ଘଣ୍ଟାଟି ଲଗାଇବା ବେଳେ ଘଣ୍ଟା, ମିନିଟ୍ ଓ ସେକେଣ୍ଟର ସମୟ ସେଟ୍ କରାଯାଥିଲା । ଗୁଜରାଟରେ କ୍ଷମତା ଥିବା ବିଜେପି ହଟିବା ଆଶାରେ ଏହି କାଉଣ୍ଟଡାଉନ୍ ଆରମ୍ଭ ହୋଇଥିଲା ।
କିନ୍ତୁ ଏକ ବିରାଟ ବିଜୟ ଆଡ଼କୁ ବିଜେପି ଅଗ୍ରସର ହେବା ପରେ କଂଗ୍ରେସ ଏହି ପରିବର୍ତ୍ତନର ଘଣ୍ଟାକୁ ହଟାଇ ଦେଇଛି । ଗୁଜରାଟରେ ବିଜେପି ସପ୍ତମ ଥର ପାଇଁ କ୍ଷମତା ଅକ୍ତିଆର କରିବାକୁ ଯାଉଛି । ଗୁଜରାଟରେ ସରକାର ଗଠନ କରିବା ପାଇଁ ୯୨ଟି ଆସନ ଆବଶ୍ୟକ ହେଉଛି । ୨୦୧୭ରେ ଗୁଜରାଟରେ ଶହେ ଅଙ୍କ ଛୁଇଁବା ଲାଗି ବିଜେପିକୁ ସଂଘର୍ଷ କରିବାକୁ ପଡ଼ିଥିଲା ।