ତୈଳ ଦର ବୃଦ୍ଧି ନେଇ କଟକ ଭୁବନେଶ୍ୱରରେ କଂଗ୍ରେସର ଚକା ଜାମ; ଆସନ୍ତୁ ଦେଖିବା ଟ୍ୱିନ ସିଟିରେ ଏହାର ପ୍ରଭାବ
4/06/2018 at 6:50 AM

ତେଜୁଛି ତେଲ ରାଜନୀତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଆଜି କଟକ ଓ ଭୁବନେଶ୍ବରରେ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ଚକା ବନ୍ଦ ଡାକରା ଦେଇଛି। ପେଟ୍ରୋଲ,ଡିଜେଲ ,ଗ୍ୟାସ ଦର ହୁ ହୁ ବଢୁଥିବାରୁ ସାଧାରଣ ଲୋକଙ୍କ ହନ୍ତସନ୍ତ ହେଉଛନ୍ତି। ତେଣୁ ଚକାବନ୍ଦ ଆନ୍ଦୋଳନବେଳେ ଯାନବାହାନ ଚଳାଚଳ ନକରିବାକୁ ସାଧାରଣଜନତାଙ୍କୁ ନିବେଦନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏପଟେ କେନ୍ଦ୍ରର ତୈଳ ଓ ଗ୍ୟାସର ଅହେତୁକ ଦର ବୃଦ୍ଧି କରୁଥିବାବେଳେ ରାଜ୍ୟ ସରକାର ମଧ୍ୟ କିଛି ଟିକସ କମାଇ ଦେଇପାରନ୍ତେ। କିନ୍ତୁ ଆନ୍ତରିକତା ଅଭାବରୁ ପେଟ୍ରୋଲ , ଡିଜେଲ ଉପରୁ କେନ୍ଦ୍ର ଓ ରାଜ୍ୟ ସେମାନଙ୍କ ଟିକସରୁ ଟଙ୍କାଟିଏ ଛାଡ଼ କରୁ ନାହାଁନ୍ତି। ତେଣୁ ସାଧାରଣଜନତାଙ୍କ ହିତ ଦୃଷ୍ଟିରୁ କଂଗ୍ରେସ ଏହି ପ୍ରତିବାଦ ରାସ୍ତା ଆପଣେଇଛି ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ।