ବିମୁଦ୍ରୀକରଣକୁ ଦୁଇ ବର୍ଷ ପୂର୍ତ୍ତି : ଭୁବନେଶ୍ବର ରିଜର୍ଭ ବ୍ୟାଙ୍କ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ, ନିରଂଜନ କହିଲେ ମୋଦି ସବୁଥିରେ ଫେଲ
9/11/2018 at 6:54 PM

ଭୁବନେଶ୍ବର୯|୧୧: ବିମୁଦ୍ରୀକରଣର ଦୁଇବର୍ଷ ପୂର୍ତ୍ତିକୁ କେନ୍ଦ୍ର ସରକାର ପାଳନ କରୁଥିବାବେଳେ କଂଗ୍ରେସ ସାରା ଦେଶରେ ପାଳନ କରିଛି କଳା ଦିବସ। ବିମୂଦ୍ରୀକରଣ ଯୋଗୁଁ ଦେଶର ଅର୍ଥନୀତି ଦୋହଲି ଯାଇଛି। ବେକାରୀ ବଢ଼ିଛି । ଶହ ଶହ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବନ୍ଦ ହୋଇଯାଇଛି। ଭତ୍ତିଭୂମି ସୃଷ୍ଟି ପାଇଁ ସିଧାସଳଖ ପୁଞ୍ଜି ନିବେଶ ଅଭାବ ରହିଛି। ଏପରିକି ଆଜି ପର୍ଯ୍ୟନ୍ତ ଅନେକ କ୍ଷୁଦ୍ର ବ୍ୟବସାୟା ଅଣ୍ଟା ସଳଖି ପାରି ନାହାନ୍ତି। କଳାଧନ ଫେରାଇ ଆଣିବାକୁ ଯେଉଁ ପ୍ରତିଶୁତି ଦେଇଥିଲେ କୁଆଡେ ଗଲା। ବିମୁଦ୍ରୀକରଣ ନାଁରେ ଏକ ବଡ ଦୁର୍ନିତି ଅଭିଯୋଗ କରି କଂଗ୍ରେସ କେନ୍ଦ୍ର ସରାକରଙ୍କୁ ଘେରିଥିଲା।
ସେହପରି ଭୁବନେଶ୍ବରସ୍ଥିତି ଆରବିଆଇ ଅଫିସ ସମ୍ମୁଖରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏପଟେ ବିଜେପି କହିଛି କଂଗ୍ରେସର ଏଭଳି ଆନ୍ଦୋଳନ କୌଣସି ପ୍ରଭାବ ପକାଇବ ନାହିଁ। ବିମୁଦ୍ରୀକରଣ ଯୋଗୁଁ ଅନେକ ଅସାଧୁ ବ୍ୟବସାୟୀ ଟ୍ୟାକ୍ସ ଫୋଲଡର ଭିତରକୁ ଆସଛନ୍ତି। ଟ୍ୟାକ୍ସ ଆଦାୟ କ୍ଷେତ୍ରରେ ବୃଦ୍ଧି ଘଟିଛି। ବ୍ୟବସାୟୀ ପାଖରେ ଶ୍ରମିକ ସିଷ୍ଟମ ଭିତରକୁ ଆସିଛନ୍ତି। ଅର୍ଥନୀତି ଧୀରେ ଧୀରେ ସୁଦୃଢ଼ ହେଉଛି ବୋଲି ବିଜେପି ଯୁକ୍ତି ବାଢ଼ିଛି। କଂଗ୍ରେସର ଏହି ବିକ୍ଷୋଭ ପ୍ରଦର୍ଶନରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ଜୟଦେବ ଜେନା ପ୍ରମୁଖ ଯୋଗ ଦେଇଥିଲେ ।