oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଭୁଲ ସୂଚନା ଦେଇଛନ୍ତି, ଦେଶକୁ କ୍ଷମା ମାଗନ୍ତୁ: କଂଗ୍ରେସ

22/10/2021 at 4:34 PM

ନୂଆଦିଲ୍ଲୀ ୨୨।୧୦:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଚାଲିଥିବା କୋଭିଡ-୧୯ ଟିକାକରଣରେ ଏପର୍ଯ୍ୟନ୍ତ ୧୦୦ କୋଟି ଡୋଜ ପାର କରିବା ଅବସରରେ ଶୁକ୍ରବାର ଦେଶକୁ ସମ୍ବୋଧିତ କରିଛନ୍ତି। ଭାରତର ଟିକାକରଣ ଅଭିଯାନ ‘ବିଜ୍ଞାନ ଦ୍ୱାରା, ବିଜ୍ଞାନ ଚାଳିତ ଓ ବିଜ୍ଞାନ ଆଧାରିତ ’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିରେ କୌଣସି ଭିଆଇପି ସଂସ୍କୃତି ମଧ୍ୟ ନାହିଁ। ତେବେ ପ୍ରଧାମନ୍ତ୍ରୀ ତାଙ୍କ ସମ୍ବୋଧନରେ ରଖିଥିବା ତଥ୍ୟ ଅଧା ଅଧୁରା ଓ ଭ୍ରମାତ୍କ ବୋଲି କଂଗ୍ରେସ ମୁଖପାତ୍ର ଗୌରବ ବଲ୍ଲଭ ଅଭିଯୋଗ କରିବା ସହ ଏଥିଲାଗି ଦେଶବାସୀଙ୍କ ନିକଟରେ କ୍ଷମାଯାଚନା କରନ୍ତୁ ବୋଲି ଦାବି କରିଛନ୍ତି।

ପ୍ରଧାମନ୍ତ୍ରୀଙ୍କ ଭାଷଣ ବୈଜ୍ଞାନିକ ସମୂଦାୟରେ ଭ୍ରମ ଉତ୍ପନ୍ନ କରିପାରେ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଏଣ୍ଟାର ପଲିଟାକଲ ସାଇନ୍ସ, ଇଭେଣ୍ଟୋଲଜି ଓ ଭାଷ୍ଟ୍ରୋଲଜି ଉପରେ ଭାଷଣବାଜୀ କରିପାରନ୍ତି, ହେଲେ ମହାମାରୀ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ତ୍ରୁଟିପୂର୍ଣ୍ଣ ସୂଚନା ଦେବା ତାଙ୍କ ପକ୍ଷେ ଉଚିତ ହୋଇ ନାହିଁ ବୋଲି ସେ କହିଛନ୍ତି।ଗୌରବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଭାରତ ପ୍ରଥମ ଥର ଟିକା ନିର୍ମାଣ କରିଥିବାର ଦାବି କରିଛନ୍ତି। ହେଲେ ଏ କଥା କହିବା ବେଳେ ଭୁଲି ସେ ଯାଇଛନ୍ତି ଯେ ଅନେକ ପୂର୍ବରୁ ଭାରତ ଟିକା ଉତ୍ପାଦନର ଏକ ବହୁତ ବଡ କେନ୍ଦ୍ର ବୋଲି।  

୧୯୬୦ ଦଶକରେ ଭାରତ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ହାତକୁ ନେଇଥିଲା। ୧୯୮୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଏକକାଳୀନ ୬ଟି ରୋଗ ଲାଗି ଟିକାକରଣ କରାଇଥିଲେ। ହେଲେ କୌଣସି କ୍ଷେତ୍ରରେ ସେ ଫଟୋ ଲଗାଇ ନିଜର ବିଜ୍ଞାପନ କରୁନଥିଲେ। ଭାରତ ସରକାର ୨୦୧୧ ମସିହାରେ ଦେଶ ଲାଗି ଟିକାକରଣ ନୀତି ଲାଗୁ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଭାରତର ବିଶ୍ୱର ପ୍ରଥମ ଦେଶ ଯିଏ ଟିକାର ୧୦୦ କୋଟି ଡୋଜ କରିପାରିଥିବା ଦାବି କରିଛନ୍ତି। ହେଲେ ଭୁଲି ଯାଇଛନ୍ତି ପଡୋଶୀ ଚୀନ ୧୬ ସେପ୍ଟେମ୍ବର ୨୦୨୧ ପୂର୍ବରୁ  ଟିକାକରଣରେ ୨୦୦ କୋଟି ଡୋଜ ପାର କରିସାରିଥିଲା।

ଗୌରବ କହିଛନ୍ତି ଯେ ବିଶ୍ୱରେ ୫୦ କୋଟିରୁ ଅଧିକ ଜନ ସଂଖ୍ୟାର ମାତ୍ର ୨ଟି ଦେଶ ଅଛନ୍ତି ଚୀନ୍‌ ଓ ଭାରତ। ଏଥିରେ ଆମର ଟିକାକରଣର  ତୁଳନା କିପରି ୩ କୋଟି ଜନସଂଖ୍ୟାର ଦେଶ ସହ କରିପାରିବା ବୋଲି ପ୍ରଶ୍ନ କରିଛନ୍ତି। ଦେଶର ୫୦ ପ୍ରତିଶତ ଜନସଂଖ୍ୟା ଏବେବି ଟିକାରୁ ଦୂରରେ ଅଛନ୍ତି। ଏଥିରେ ଆମେ କିପରି ମହୋତ୍ସବ ପାଳନ କରିପାରିବା ବୋଲି ସେ ପଚାରିଛନ୍ତି। ଚୀନ ଜନସଂଖ୍ୟାର ୮୦ ପ୍ରତିଶତ ଲୋକଙ୍କ ଟିକାକରଣ ସରିଛି। ଆମ ଦେଶରେ ମାତ୍ର ୨୧ ପ୍ରତିଶତ ଜନସଂଖ୍ୟା ଟିକାକରଣ ହୋଇଛି। ଏଥିରେ ଉତ୍ସାହିତ ହେବାର କଣ ଅଛି ବୋଲି ଗୌରବ କହିଛନ୍ତି।

ଯଦି ଆମେ ପାଳନ କରିବା ତେବେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧିର ମହୋତ୍ସବ ହିଁ ପାଳିପାରିବା ବୋଲି ସେ କହିଛନ୍ତି। ଦେଶରେ ଡିଜେଲ ମୂଲ୍ୟ ୨୯ ଓ ପେଟ୍ରୋଲ ୨୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେଲାଣି। ଏଥିପ୍ରତି ସରକାରଙ୍କ ନଜର ନାହିଁ। ଦେଶରେ ଏପରି କିଏ ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କ ଆୟ ୯ ମାସରେ ଏତେ ପ୍ରତିଶତ ବଢିଛି ବୋଲି ଗୌରବ ପ୍ରଶ୍ନ କରିଛନ୍ତି। ଯେତେବେଳେ ବିଶ୍ୱରେ ଦେଶମାନେ ଟିକା ଅର୍ଡର କରୁଥିଲେ ଆମ ଦେଶରେ ପ୍ରଧାନମନ୍ତ୍ରୀ ତାଳି ଓ ଥାଳି ବାଡେଇବାକୁ ଲୋକଙ୍କୁ ଅନୁରୋଧ କରୁଥିଲେ। ଯେତେବେଳେ ଆମକୁ ଟିକାର ଆବଶ୍ୟକତା ଥିଲା ସେତେବେଳେ ଦେଶ ବାହରକୁ ଆଗ ପଠାଇ ଦିଆଗଲା, କଣ ଏଥିପାଇଁ ସରକାର ଧନ୍ୟବାଦର ପାତ୍ର କି ବୋଲି ଗୌରବ ପ୍ରଶ୍ନ କରିଛନ୍ତି।

ସେହିପରି ଦେଶର ଟିକାକରଣରେ ପ୍ରଧାନମନ୍ତ୍ରୀ ଉଠାଇଥିବା ଭିଆଇପି ସଂସ୍କୃତିର ମଧ୍ୟ ଜବାବ ରଖିଛନ୍ତି ଗୌରବ। ଯେତେବେଳେ ପୋଲିଓ ଟିକାକରଣ ହେଉଥିଲା ସେତେବେଳେ ଗରିବଙ୍କ ପିଲାଙ୍କୁ ୨ ବୁନ୍ଦା ଓ ଭିଆଇପିଙ୍କ ପିଲାଙ୍କୁ କେଉଁଠି ୩ ବୁନ୍ଦା ଟିକା ଦିଆଯାଇଛିକି ? ଏଣୁ ଭାଷଣରେ ପ୍ରଧାନମନ୍ତ୍ରୀଙ୍କୁ ଏପରି କହିବାର ନଥିଲା ବୋଲି ଗୌରବ କହିଛନ୍ତି। ଏହା କଣ ଦେଶର ଲକ୍ଷଲକ୍ଷ ପରିବାରଙ୍କ ଲାଗି ଉତ୍ସବର ସମୟ ଯେଉଁମାନେ କୋଭିଡରେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି? ସରକାରଙ୍କ ଅକ୍ଷମତା ଲାଗି ଏତେ ସଂଖ୍ୟାରେ ଲୋକଙ୍କ ପ୍ରାଣ ହାନୀ ହୋଇଛି ଏଥିପାଇଁ ଦେଶବାସୀଙ୍କନିକଟରେ ସରକାର କ୍ଷମାଯାଚନା କରିବା ଦରକାର ବୋଲି ଗୌରବ କହିଛନ୍ତି।

   Related Posts