ନୂଆଦିଲ୍ଲୀ ୩୦।୦୭ : ଜନ୍ତରମନ୍ତରରେ ହେବ ଇଣ୍ଡି ମେଣ୍ଟର ବିକ୍ଷୋଭ ପ୍ରଦର୍ଶନ । ଏଥିରେ ସାମିଲ ହେବେ କଂଗ୍ରେସ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ଡିଏମକେ, ସିପିଆଇ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସମାଜବାଦୀ ପାର୍ଟି, ଶିବସେନା ଏବଂ ଇଣ୍ଡିଆନ କମ୍ୟୁନିଷ୍ଟ ପାର୍ଟି , ଟିଏମ୍ସି ସହ ଅନ୍ୟାନ୍ୟ ସହଯୋଗୀ ଦଳ ସାମିଲ ହେବ । ନ୍ୟାୟିକା ହେପାଜତରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ନେଇ ଆଜିର ରାଲିରେ ପ୍ରସଙ୍ଗ ଉଠିବ ବୋଲି ଜଣାପଡିଛି । ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ତେବେ ଆଜି ହେବାକୁ ଥିବା ରାଲିରେ ଆଉ ଦୁଇରୁ ୩ଟି ଦଳ ଯୋଗ ଦେବା ନେଇ ଆଲୋଚନା ଚାଲିଛି। ତେବେ ଏହି ରାଲିରେ କେଉଁ ନେତା ସାମିଲ ହେବେ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।
ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ମଦ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଙ୍ଗ୍ ମାମଲାରେ ଗିରଫ କରିଥିଲା। ସେବେଠାରୁ ସେ ଜେଲ୍ରେ ଅଛନ୍ତି। ଇଡି କେସ୍ରେ ତାଙ୍କୁ ଜାମିନ ମିଳି ସାରିଛି, କିନ୍ତୁ ସିବିଆଇର ଅନ୍ୟ ଏକ ମାମଲାରେ ସେ ଏବେ ତିହାର ଜେଲରେ ଅଛନ୍ତି। ନ୍ୟାୟିକ ହେପାଜତରେ ଥିବା ସମୟରେ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିଛି। ଜୁନ ୩ରୁ ଜୁଲାଇ ୭ ମଧ୍ୟରେ ତାଙ୍କର ସୁଗାର ଲେବୁଲ ୩୪ ଥର କମିସାରିଛି। ଯାହାଫଳରେ ଜେଲ୍ ଭିତରେ ବିଜେପି କେଜ୍ରିୱାଲଙ୍କୁ ହତ୍ୟା ଉଦ୍ୟମ କରୁଥିବା ଆପ୍ ଅଭିଯୋଗ ଆଣିଛି। ତେଣୁ ତାଙ୍କୁ ଗିରଫ କରିବାକୁ ଆପ୍ ପକ୍ଷରୁ ଦାବି କରାଯାଇଛି ।