କଂଗ୍ରେସର ଟାର୍ଗେଟ; ଏକ ହଜାର ସ୍କୋୟାର କିମି ଜାଗା ଚୀନକୁ ଛାଡ଼ିଦେଲେ କେନ୍ଦ୍ର ସରକାର, ଜାତୀୟ ସୁରକ୍ଷା ପ୍ରତି ବୁଝମଣା କାହିଁକି ?

Published By : Prameya-News7 Bureau | September 15, 2022 IST

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗୋଗ୍ରା-ହଟ ସ୍ପ୍ରିଙ୍ଗ ଅଞ୍ଚଳରେ ପେଟ୍ରୋଲିଂ ପଏଣ୍ଟ ୧୫ରୁ ଉଭୟ ଭାରତ ଓ ଚୀନ ସେନା ପ୍ରତ୍ୟାହାର କରିବା ପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ। କେନ୍ଦ୍ର ସରକାର ସୀମାରେ ଚୀନକୁ ୧୦୦୦ ସ୍କୋୟାର କିମିର ଜାଗା ଛାଡ଼ି ଦେଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏଥିସହିତ ୨୦୨୦ ଏପ୍ରିଲ୍‌ରେ ଯେଭଳି ସ୍ଥିତି ଥିଲା ତାହା କେବେ ଫେରିବ ବୋଲି କଂଗ୍ରେସ ପ୍ରଶ୍ନ କରିଛି।

ବୁଧବାର ଏନେଇ ଅଭିଯୋଗ କରି ରାହୁଲ ଗାନ୍ଧୀ ଟ୍ୱିଟ୍ କରିଥିଲେ। ସେ ଲେଖିଥିଲେ "୨୦୨୦ ଏପ୍ରିଲ୍‌ର ସ୍ଥିତିକୁ ପୁନଃ ଜାହିର କରିବା ପାଇଁ ଭାରତ ଦାବିକୁ ଚୀନ ଅସ୍ୱୀକାର କରିଛି। ବିନା ଯୁଦ୍ଧରେ ପ୍ରଧାନମନ୍ତ୍ରୀ ଚୀନକୁ ୧୦୦୦ ସ୍କୋୟାର କିମିର ଜାଗା ଛାଡ଼ି ଦେଇଛନ୍ତି। ଭାରତ ସରକାର କହିବେ କି କେମିତି ଆମ ସୀମାକୁ ଚୀନ କବଳରୁ ମକୁଳାଯାଇପାରିବ?"

ରାହୁଲଙ୍କ ଅଭିଯୋଗ ପରେ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନାତେ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ସୁରକ୍ଷା ସହିତ ବୁଝାମଣା କରିଛନ୍ତି ବୋଲି ସୁପ୍ରିୟା କହିଛନ୍ତି। ସେ କହିଛନ୍ତି ଯେ ସୀମାରେ ସେନା ପ୍ରତ୍ୟାହାର କରିବା ଘଟଣା ପ୍ରଥମ ନୁହେଁ। ଯେଉଁଠିକି ଆମେ ପେଟ୍ରୋଲିଂ କରିବାକୁ ଯାଉଥିଲେ ସେଠି ସେନା ହଟାଇ ବୁଝାମଣା ସ୍ଥାନ କରୁଛୁ।

ଆମ ଆର୍ମୀଙ୍କୁ କାହିଁକି ପଛକୁ ଘୁଞ୍ଚାଯାଉଛି ? ଏପ୍ରିଲ ୨୦୨୦ ସ୍ଥିତିକୁ ପୁନଃ ସ୍ଥାପିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କଥା ଦେଇଥିଲେ। ତେବେ କାହିଁକି ଆମ ଜାତୀୟ ସୁରକ୍ଷା ଓ ବୈଦେଶିକ ନୀତିରେ ବୁଝାମଣା ହେବ ?  ଗତ ୩୧ ମାସ ହେଲା ଚୀନ ସହିତ ଆମ ସୀମା ବିବାଦ ରହିଛି। ତେବେ ଆମ ଜାତୀୟ ସୁରକ୍ଷା ନେଇ ମୋଦୀ ସରକାରଙ୍କର ନିରବତ କଣ ବୁଝାମଣା ନୁହେଁ କି ବୋଲି ସୁପ୍ରିୟା ପ୍ରଶ୍ନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.