ନୂଆଦିଲ୍ଲୀ: କେନ୍ଦ୍ର ସରକାର ରବିବାର ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷାରେ ଥିବା ଦୁଇଟି ଏନଜିଓ ରାଜୀବ ଗାନ୍ଧୀ ଫାଉଣ୍ଡେସନ ଏବଂ ରାଜୀବ ଗାନ୍ଧୀ ଚାରିଟେବୁଲ ଟ୍ରଷ୍ଟର ଏଫସିଆରଏ ଲାଇସେନ୍ସ ରଦ୍ଦ କରିଛନ୍ତି । ଏହି ମାମଲାରେ ଏବେ କଂଗ୍ରେସର ପ୍ରତିକ୍ରିୟା ସାମନାକୁ ଆସିଛି । କଂଗ୍ରେସ ନେତା ଜୟରାମ ରମେଶ କେନ୍ଦ୍ରକୁ ଟାର୍ଗେଟ କରି ଦୀପାବଳିର ଛୁଟି ଭିତରେ ଲାଇସେନ୍ସ ରଦ୍ଦ କରିଛନ୍ତି । ଦେଶର ବିଭିନ୍ନ ପ୍ରସଙ୍ଗରୁ ନଜର ହଟାଇବା ପାଇଁ ଏହା କରାଯାଇଛି ବୋଲି କଂଗ୍ରେସ କହିଛି । କଂଗ୍ରେସ ଏହାକୁ ଭାରତ ଯୋଡୋ ଯାତ୍ରା ସହ ଜଡିତ କାର୍ଯ୍ୟାନୁଷ୍ଠାନ ବୋଲି କହିଛି ।
କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି, 'ସଂକଟଗ୍ରସ୍ତ ଅର୍ଥବ୍ୟବସ୍ଥା ଏବଂ ଭାରତ ଯୋଡୋ ଯାତ୍ରାର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଦେଶର ଜରୁର ପ୍ରସଙ୍ଗ ଉପରୁ ଧ୍ୟାନ ହଟାଇବା ପାଇଁ ଦୀପାବଳିର ଛୁଟି ଭିତରେ ରାଜୀବ ଗାନ୍ଧୀ ଫାଉଣ୍ଡେସନ ଏବଂ ରାଜୀବ ଗାନ୍ଧୀ ଚାରିଟେବୁଲ ଟ୍ରଷ୍ଟର ଏଫସିଆରଏ ଲାଇସେନ୍ସ ରଦ୍ଦ କରିଛନ୍ତି'।
ଆରଜିଏଫ ଏବଂ ଆରଡିସିଟିର କାମ ବିବରଣୀ ଦେଇ ଜୟରାମ ରମେଶ କହିଛନ୍ତି, ଦୁଇ ଟ୍ରଷ୍ଟ ସବୁବେଳେ ପରୋପକାର କାମ କରିଛନ୍ତି ଏବଂ ଆଇନ ଅନୁପାଳନ କରିଛି । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ବିରୋଧରେ ଦୁଇ ସଂସ୍ଥା ଉଚିତ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି ।
wp:html/wp:htmlStatement by Sh. Jairam Ramesh, MP and General Secretary Incharge of Communications.
— INC Sandesh (@INCSandesh) October 23, 2022
23 October 2022 pic.twitter.com/NqUgsRrTqa