ବିଜୟକୁ ନେଇ ଏତେ ଭରସା ! ମଧ୍ୟ ପ୍ରଦେଶରେ ଅଫିସରଙ୍କ ଉପରେ ଆକ୍ସନ ପାଇଁ ଲିଷ୍ଟ କରୁଛି କଂଗ୍ରେସ
20/11/2023 at 4:12 PM

ଇନ୍ଦୋର : ମଧ୍ୟ ପ୍ରଦେଶରେ ମତଦାନ ପରେ କଂଗ୍ରେସ୍ ପାର୍ଟି ନିଜର ସମସ୍ତ ୨୩୦ ପ୍ରାର୍ଥୀଙ୍କୁ ଚିଠି ଲେଖି ଅଧିକାରୀଙ୍କ ଲିଷ୍ଟ ଦେବାକୁ କହିଛି । କଂଗ୍ରେସ ପାର୍ଟି ଅଭିଯୋଗ କରିଛି ଯେ ଏହି ଅଧିକାରୀମାନେ କତିଥ ରୂପେ ନିୟମ ବିରୋଧରେ କାମ କରି ବିଜେପିକୁ ଲାଭ ପହଞ୍ଚାଇଛନ୍ତି । ମଧ୍ୟ ପ୍ରଦେଶର ବିଜୟ ଦାବି କରୁଥିବା କଂଗ୍ରେସ ଯଦି କ୍ଷମତାକୁ ଆସେ ତେବେ ଏହି ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ । ଅନ୍ୟପଟେ ଏହା ଜରିଆରେ କଂଗ୍ରେସ ପାର୍ଟି ନିଜ ପରାଜୟର ବାହାନା ଖୋଜୁଛି ବୋଲି ବିଜେପି କହିଛି ।
ନିଜର ସବୁ ପ୍ରାର୍ଥୀଙ୍କୁ ଲେଖିଥିବା ଚିଠିରେ ମଧ୍ୟ ପ୍ରଦେଶ କଂଗ୍ରେସ କମିଟି ଦାବି କରିଛି ଯେ ମତଦାନ ଦିନ କଣ୍ଟ୍ରୋଲ୍ ରୁମକୁ କିଛି ଅଧିକାରୀ ଓ କର୍ମଚାରୀଙ୍କ ନାଁରେ ଅଭିଯୋଗ ଆସିଛି । ଏହି ଅଫିସର ଓ କର୍ମଚାରୀ ନିୟମ ବିରୁଦ୍ଧରେ ଯାଇ ବିଜେପିକୁ ଲାଭ ପହଞ୍ଚାଇଥିଲେ ।
ପିସିସି ଉପାଧ୍ୟକ୍ଷ ରାଜୀବ ସିଂହ ପ୍ରାର୍ଥୀଙ୍କୁ ଲେଖିଥିବା ଚିଠିରେ ସେହି ଅଧିକାରୀଙ୍କ ନାଁ ପ୍ରସ୍ତୁତ କରିବାକୁ କହିଛନ୍ତି । ଏହାସହ ସେମାନ ପଦ ଓ ନିଯୁକ୍ତି ସମ୍ପର୍କ ସୂଚନା ଦେବାକୁ କହିଛନ୍ତି । ଅଧିକାରୀଙ୍କ ସୂଚୀକୁ ନଭେମ୍ୱର ୩୦ ସୁଦ୍ଧା ପଠାଇବା ପାଇଁ କୁହାଯାଇଛି ।
ପଢନ୍ତୁ: ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନୀ ମାମଲା କରିଥିବା ପୂର୍ଣ୍ଣେଶ ମଦୀଙ୍କୁ ବିଜେପି ଦେଲା ବଡ଼ ପଦବୀ
ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କମଲନାଥ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ନିୟମ ଉଲ୍ଲଂଘନ କରି ବିଜେପିକୁ ସମର୍ଥନରେ କାମ କରୁଥିବା କହିଥିଲେ । ଏହାସହ ସରକାରକୁ କଂଗ୍ରେସ ଆସିଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦେଇଥିଲେ ।
ଅନ୍ୟପଟେ ରାଜ୍ୟ ବିଜେପି ସମ୍ପାଦକ ରାହୁଲ କୋଠାରୀ ଏହି ପ୍ରସଙ୍ଗରେ କହିଛନ୍ତି ଯେ କଂଗ୍ରେସ ନିଜ ପରାଜୟ ପାଇଁ ବାହାନା ଖୋଜୁଛି । କୋଠାରୀ କହିଛନ୍ତି, ‘ସରକାରୀ କର୍ମଚାରୀ ଓ ଅଧିକାରୀ ଗଣତନ୍ତ୍ରର ଶକ୍ତିଶାଳୀ ଅଭିଭାବକ ଓ କଂଗ୍ରେସ ତାଙ୍କ ଉପରେ ପ୍ରଶ୍ନ ଉଠାଇ ନିଜ ବିଶ୍ୱାସ ହରାଇ ସାରିଛି । ପୋଲିଂ ବୁଥରେ ବସାଇବା ପାଇଁ ମଧ୍ୟ କଂଗ୍ରେସ ପାଖରେ କର୍ମୀ ନଥିଲେ, ସେମାନେ ମିଛି ଅଭିଯୋଗ ଆଣିଛନ୍ତି’। ଉଲ୍ଲେଖଯୋଗ୍ୟ ଯେ ମଧ୍ୟ ପ୍ରଦେଶର ସମସ୍ତ ୨୩୦ ଆସନରେ ନଭେମ୍ୱର ୧୭ରେ ଭୋଟିଂ ହୋଇଥିଲା ଓ ଡିସେମ୍ୱର ୩ ରେଜଲ୍ଟ ଘୋଷଣା ହେବ ।
Also Read: ରାଜାସ୍ଥାନ ଚୁରୁରେ ପ୍ରଧାନମନ୍ତ୍ରୀଙ୍କ ଭୋଟ ପ୍ରଚାର, କ୍ରିକେଟ୍ ଅନ୍ଦାଜରେ ଟାର୍ଗେଟ କଲେ କଂଗ୍ରେସକୁ