କଂଗ୍ରେସ : କବିସୂର୍ଯ୍ୟନଗର ପ୍ରାର୍ଥୀଙ୍କୁ ନେଇ ଅସନ୍ତୋଷ, ଟିକେଟ ଘୋଷଣା ନହେଉଣୁ କୋଟପାଡ ବିଧାୟକ ଦାଖଲ କଲେ ପ୍ରାର୍ଥୀପତ୍ର, ନବୀନ ନନ୍ଦ ମିଶିଲେ ଦଳରେ, ବାମଦଳ ସହ ଆସନ ବୁଝାମଣା ଫାଇନାଲ

Published By : Prameya-News7 Bureau | March 20, 2019 IST

ଭୁବନେଶ୍ବର ୨୦|୩: ପ୍ରଥମ ପ୍ରର୍ଯ୍ୟାୟ ଟିକେଟ ତାଲିକାକୁ ନେଇ କଂଗ୍ରେସ ବିଦ୍ରୋହ । କବିସୂର୍ଯ୍ୟନଗର ପ୍ରାର୍ଥୀ ବିଜୟ କୁମାର ସାହୁ ବିରୋଧରେ ଧାରଣାରେ ବସିଛନ୍ତି ଜୋନ ସଭାପତି, ସରପଞ୍ଚ ଓ ଓ୍ବାର୍ଡ ମେମ୍ବର। ଏପଟେ ଟିକେଟ ବିଳମ୍ବ ଯୋଗୁଁ କଂଗ୍ରେସର କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝି ନିର୍ଦ୍ଦଳୀୟ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ହେଲେ ସଭାପତି କହିଛନ୍ତି ଦ୍ବିତୀୟ ପ୍ରର୍ଯ୍ୟାୟ ଟିକେଟ ଘୋଷଣା ଅପେକ୍ଷା କର । ଟିକେଟ ଘୋଷଣା ବେଳେ ଏମିତି ବିଦ୍ରୋହ ହୁଏ । ଏଭଳି ପରିସ୍ଥିତିରେ କଂଗ୍ରେସରେ ମିଶିଛନ୍ତି ପୂର୍ବତନ ବିଜେଡି ବିଧାୟକ ନବୀନ ନନ୍ଦ।

{"id":95307}

ଟି​‌କେଟକୁ ନେଇ କଂଗ୍ରେସରେ ଟେନସନ। ବିଦ୍ରୋହ କଲେଣି ଆଶାୟୀ ପ୍ରାର୍ଥୀ । କଂଗ୍ରେସ ଭବନରେ ଅନଶନରେ ବସିଲେ କର୍ମୀ। ପ୍ରଥମ ପ୍ରର୍ଯ୍ୟାୟ ପ୍ରାର୍ଥୀ ତାଲିକା କାବିସୂର୍ଯ୍ୟନଗର ପାଇଁ ବିଜୟ କୁମାର ସାହୁ ନାମ ଘୋଷଣା ହୋଇଛି। ଯାହାକୁ ନେଇ ବିରୋଧ ହୋଇଛି। କବିସୂର୍ଯ୍ୟନଗରର ଜୋନ ସଭାପତି, ସମିତି ସଭ୍ୟ, ସରପଞ୍ଚ ଓ ଓ୍ବାର୍ଡ ମେମ୍ବରମାନେ ଆସି କଂଗ୍ରେସ ଭବନରେ ଧାରଣରେ ବସିଛନ୍ତି । ବିଜୟ କୁମାର ସାହୁ କିଏ ଚିହ୍ନି ନାହାନ୍ତି । ବାହାର ଲୋକଙ୍କୁ ଟଙ୍କାନେଇ ପ୍ରାର୍ଥୀ କରାଯାଇଥିବା ଅଭିଯୋଗ କରିଛନ୍ତି ଏମାନେ। ସୀତାରାମ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି।

{"id":95308}

ଏପଟେ ଟିକେଟ ଘୋଷଣା କରିବାରେ ବିଳମ୍ବ ଯୋଗୁ କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । କଣ ଚନ୍ଦ୍ରଶେଖର ପାର୍ଟି ନେତୃତ୍ବଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। କିନ୍ତୁ ସେ କହୁଛନ୍ତି ଦଳ ଟିକେଟ ଆସିବାକୁ ସେ ଅପେକ୍ଷା କରିଛନ୍ତି।

ଏପଟେ ବାମ ଦଳ ସହିତ କଂଗ୍ରେସ ଆସନ ବୁଝାମଣା ଚୂଡାନ୍ତ ହୋଇସାରିଛି। ସିପିଆଇକୁ ଆସିକା ଲୋକସଭା ସହିତ ଛତ୍ରପୁର, ବୌଦ୍ଧ ଓ ବ୍ରଜରାଜନଗର ବିଧାନସଭା ଆସନ। ସିପିଏମକୁ ଭୁବନେଶ୍ବର ଲୋକସଭା ଆସନ ସମେତ  ବଣାଇ, ରେମୁଣା ଏବଂ ନିଳଗିରି ବିଧାନସଭା ଆସନ। ଜେଏମଏମକୁ ମୟୁରଭଞ୍ଜ ଲୋକସଭା ଆସନ ସହିତ ମୋରଡା, ରାଇରଙ୍ଗପୁର, ବାଙ୍ଗିରିପୋଷି, ସାରସକଣା ବିଧାନସଭା ଆସନକୁ ବୁଝାମଣା ହୋଇଛି।

{"id":95309}

ଟିକେଟକୁ ନେଇ କଂଗ୍ରେସର ଅସନ୍ତୋଷ ଉଗ୍ରରୂପ ଧାରଣ କରୁଥିବା ବେଳେ ପୂର୍ବତନ ବିଜେଡି ବିଧାୟକ ନବୀନ ନନ୍ଦ  କଂଗ୍ରେସ ମିଶିଛନ୍ତି । ତାଙ୍କ ସହିତ ୫ଶହରୁ ଉର୍ଦ୍ଧ କଂଗ୍ରେସରେ ଯୋଗ ଦେଇଛନ୍ତି। ବର୍ଷେ ତଳେ ନବୀନ ନନ୍ଦଙ୍କୁ ବିଜେଡି ଦଳରୁ ବହିଷ୍କାର କରିଥିଲା । ବୈଜୟନ୍ତଙ୍କ ପାଖଲୋକ ବୋଲି କୁହାଯାଉଥିବା ନବୀନ ନନ୍ଦ ପ୍ରଥମେ ବିଜେପିକୁ ଯିବେ ବୋଲିୁ ଚର୍ଚ୍ଚା ହେଉଥିଲା । କିନ୍ତୁ ଶେଷରେ ଏବେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.