ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘ଜିରୋ’କୁ ଧକ୍କା: ଶିଖ ସମ୍ପ୍ରଦାୟର ଭାବନାକୁ ଆଘାତ ଅଭିଯୋଗ
7/11/2018 at 5:40 PM

ମୁମ୍ବାଇ ୭/୧୧: କଂଗ୍ରେସ ନେତା ଚରଣ ସିଂହ ସପରା ମଙ୍ଗଳବାର ଅଭିଯୋଗ କରିଛନ୍ତି ଯେ ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘ଜିରୋ’ ଫିଲ୍ମର ଏକ ଦୃଶ୍ୟରେ ଶିଖ ସମ୍ପ୍ରଦାୟଙ୍କ ଭାବନାକୁ ଆଘାତ ଦେଇଛି। ଫିଲ୍ମରୁ ଏହି ଦୃଶ୍ୟଟିକୁ ବାଦ୍ ଦେବାକୁ ଦାବି କରିଛନ୍ତି ।
ଏହି ଫିଲ୍ମର ନିର୍ଦ୍ଦେଶନା ଆନନ୍ଦ ଏଲ୍ ରାୟ ଦେଇଛନ୍ତି। ଜିରୋ ଫିଲ୍ମ ଡିସେମ୍ବର ୨୧ରେ ରିଲିଜ ହେବ। ମୁମ୍ବାଇର କଂଗ୍ରେସ ଉପାଧ୍ୟକ୍ଷ ଚରଣ ସିଂ ସପରା କହିଛନ୍ତି ଯେ ସେ ପୋଲିସ ଜୋନ-୭ର ଉପାୟୁକ୍ତଙ୍କୁ ଏହି ବିଷୟରେ ଚିଠି ଲେଖିଛନ୍ତି। ସେ ଏହି ଫିଲ୍ମର ନିର୍ମାତାଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। ସେ ଦାବି କରିଛନ୍ତି ଯେ ଶାହରୁଖ ଏହି ଫିଲ୍ମରେ ଆଖୁର କୃପାଣ ପିନ୍ଧିଛନ୍ତି ଏବଂ ଏହାର ଉପହାସ କରୁଛନ୍ତି। ଏହି ଫିଲ୍ମରେ ଶାହରୁଖ ଖାନ,କ୍ୟାଟ୍ରିନା କୈଫ ଏବଂ ଅନୁଷ୍କା ଶର୍ମା ଅଭିନୟ କରିଛନ୍ତି।
Related Posts
ବକ୍ସଅଫିସ୍ର ବାଦଶାହ ହେଲେ ଶାହାରୁଖ, ପ୍ରଥନ ଦିନରେ ପାର୍ କଲା ୧୦୦ କୋଟି
27 January 2023