ରାଜସ୍ଥାନ ବିଧାନସଭା ନିର୍ବାଚନ ଫଳାଫଳ ମନ୍ଦ ନୁହେଁ, ତେବେ ବିଜେପିର ବିଜୟ ପଛରେ ନାହିଁ ‘ମୋଦି ମ୍ୟାଜିକ୍’: କଂଗ୍ରେସ

Published By : Prameya-News7 Bureau | December 03, 2023 IST

ନୂଆଦିଲ୍ଲୀ ୩।୧୨: କଂଗ୍ରେସ ରବିବାର କହିଛି ଯେ ରାଜସ୍ଥାନ ବିଧାନସଭା ନିର୍ବାଚନ ଫଳାଫଳ ଏତେ ମନ୍ଦ ନୁହେଁ, ତେବେ ରାଜ୍ୟରେ ବିଜେପିର ବିଜୟ ପଛରେ ‘ମୋଦି ମ୍ୟାଜିକ୍’ ନାହିଁ। ରାଜସ୍ଥାନପ୍ରଭାରୀ ଏଆଇସିସି ସାଧାରଣ ସମ୍ପାଦକ କାଜି ନିଜାମୁଦ୍ଦିନ ଗଣମାଧ୍ୟମ ସହ ଆଲୋଚନାରେ ଏହା କହିଛନ୍ତି। ସେ କହିଛନ୍ତି ଯେ ଯଦିଓ ଏହା ଆମ ଲାଗି ଏକ ଖୁସିର ଦିନ ନୁହେଁ ତେବେ ନିର୍ବାଚନ ଫଳାଫଳ ବି ଏତେ ମନ୍ଦ ହେଇନି। ତେବେ ସେ କହିଛନ୍ତି ଯେ ଶାସନ ବିରୋଧୀ ଲହର ନିର୍ବାଚନରେ ଏଥର ବି କାମ କରିଛି, ତେବେ ମୁଁ ଯାହା ଦେଖିଛି ରାଜ୍ୟ ନିର୍ବାଚନରେ କୌଣସି ‘ମୋଦି ଫ୍ୟାକ୍ଟର’ ନଥିଲା।

ସେ ନିଜ କଥାକୁ ସାବ୍ୟସ୍ତ କରିବା ପାଇଁ କିଛି ଉଦାହରଣ ମଧ୍ୟ ଦେଇଛନ୍ତି। କହିଛନ୍ତି ଗତ ୨୦୧୮ ନିର୍ବାଚନରେ ହନୁମାନଗଡ଼ ଜିଲ୍ଲାର ଇଲିବଙ୍ଗା ସଂରକ୍ଷିତ ଆସନରେ କଂଗ୍ରେସ ପ୍ରାର୍ଥୀ ବିନୋଦ ଗୋଠୱାଲ ୨୭୮ଟି ଭୋଟରେ ହାରି ଯାଇଥିଲେ। ହେଲେ ଏଥର ନିର୍ବାଚନରେ ସେ ୫୦ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ଏହି ନିର୍ବାଚନମଣ୍ଡଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଲି ପ୍ରଚାର  କରିଥିଲେ ହେଲେ କଂଗ୍ରେସ ପ୍ରାର୍ଥୀଙ୍କ ଉପରେ ତାଙ୍କ ପ୍ରଚାରର କୌଣସି ପ୍ରଭାବ ପଡି ନାହିଁ। ସେହିପରି ନାଗୌର ସିଟ୍‌ରେ ପ୍ରଧାନମନ୍ତ୍ରୀ ଜ୍ୟୋତି ମିର୍ଦ୍ଧାଙ୍କ ପାଇଁ ପ୍ରଚାର କରିଥିଲେ, ହେଲେ ସେ ସେଠାରୁ ପରାସ୍ତ ହୋଇଛନ୍ତି।

{"id":878239,"width":840,"height":698,"sizeSlug":"full","linkDestination":"none"}

ନିର୍ବାଚନର ଠିକ୍ ପୂର୍ବରୁ ଜ୍ୟୋତି ମିର୍ଦ୍ଧା କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ। ଏହା ସତ୍ତ୍ୱେ ମଧ୍ୟ ଏଠାରେ ମୋଦିଙ୍କ ମ୍ୟାଜିକ୍‌ କାମ ଦେଇନି।  ତେବେ କଂଗ୍ରେସର ଅନ୍ତରୀଣ ସୂତ୍ର ଅନୁସାରେ ନିର୍ବାଚନୀ ହାର ପଛରେ ବିଧାୟକଙ୍କ ବିରୋଧରେ ଜନତାଙ୍କ ଅସନ୍ତୋଷ କାମ କରିଛି ବୋଲି ସେ କହିଛନ୍ତି।ଏହା ଛଡା ଜନୈକ ଏଆଇସିସି ବରିଷ୍ଠ ନେତା କହିଛନ୍ତି ଯେ ରାଜ୍ୟରେ ଆମେ ଯେଉଁଠି ବି ପ୍ରାର୍ଥୀ ବଦଳାଇଛୁ ସେଠାରୁ ଆମକୁ ବଡ଼ ସଫଳତା ମିଳିଛି। ଏହାର ଉଦାହରଣ ଭାବେ ଅନୁପଗଡ଼, ସୁରତଗଡ଼ ଓ ରାୟସିଂ ନଗରକୁ ନିଆଯାଇପାରେ ବୋଲି ସେ କହିଛନ୍ତି।

ତେବେ କେତେକ କାରଣ ଯୋଗୁ ଆମେ ସାଦୁଲସହରରେ ବର୍ତ୍ତମାନର ବିଧାୟକମାନଙ୍କୁ ବଦଳାଇପାରିଲୁନି ଓ ଆମେ ନିର୍ବାଚନରେ ହାରିଗଲୁ ବୋଲି କହିଛନ୍ତି। ପାର୍ଟିର ଅନ୍ତରୀଣ ସୂତ୍ର ଅନୁସାରେ ଗୌରବ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ସ୍କ୍ରିନିଂ କମିଟି ବର୍ତ୍ତମାନର ୯୯ ବିଧାୟକଙ୍କ ମଧ୍ୟରୁ ଅନୁନ୍ୟ ଅଧାଙ୍କୁ ହଟାଇ ଦେବାରୁ ସୁପାରିଶ କରିଥିଲେ। ହେଲେ ଗେହଲୋଟଙ୍କ କାରଣରୁ ଅନେକଙ୍କୁ ଆଡଜଷ୍ଟ କରାଯାଇଥିଲା। କାରଣ ଶେଷ ସମୟରେ ସେମାନଙ୍କୁ ବଦଳା ଯାଇ ପାରିନଥିଲା।

ସେହିପରି ଏଆଇସିସି ସଚିବ ଅଭିଷେକ ଦତ୍ତ ଯଦିଓ ନିର୍ବାଚନ ଫଳାଫଳ ଭଲ ହୋଇ ନାହିଁ ତେବେ ରାଜସ୍ଥାନରେ ଆମେ ବହୁତ ଭଲ ପ୍ରଦର୍ଶନ କରିଛୁ ବୋଲି କହିଛନ୍ତି। କାରଣ ସବୁଥର କଂଗ୍ରେସ ଟର୍ଣ୍ଣ ଓଭର ୩୦-୩୫ କୁ ପହଞ୍ଚି ଯାଉଥିଲା, ହେଲେ ଏଥର ୭୦ ପାଖାପାଖି ପହଞ୍ଚିଛି ବୋଲି ସେ କହିଛନ୍ତି। ଏଥିରୁ ପାର୍ଟିର ନୀତିଗୁଡିକୁ ଜନତା ସ୍ୱୀକାର କରିଥିବାର ପ୍ରମାଣିତ ହେଉଥିବା ସେ କହିଛନ୍ତି। ସେ କହିଛନ୍ତି ଯେ ରାଜସ୍ଥାନରେ କଂଗ୍ରେସ ୨୦୧୮ରେ ସରକାର ଗଢି ଥିଲା, ହେଲେ ତା ପୂର୍ବରୁ ୨୦୧୩ରେ ସୋଚନୀୟ ପରାସ୍ତ ହୋଇଥିଲା। ୨୦୦ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସକୁ ମାତ୍ର ୨୧ଟି ଆସନ ମିଳିଥିଲା।

ଭଗବାନ ରାମଙ୍କ ସହ ପିଏମ ମୋଦୀଙ୍କ ତୁଳନା କଲେ କଙ୍ଗନା ରଣାଓ୍ବତ, ଟ୍ରୋଲ ହେବା ପରେ କହିଲେ…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.