scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୀମାରେ ଚୀନ୍, ଦେଶରେ କରୋନା ଏବେ ଚାଷ ଉପରେ ପଡିଛି ମୋଦିଙ୍କ ପ୍ରହାର: କଂଗ୍ରେସ

25/09/2020 at 4:25 PM

ଜୟପୁର ୨୫।୯: ଚାଷୀଙ୍କ ଆନ୍ଦୋଳନରେ କଂଗ୍ରେସ ଏବେ ଶ୍ୱର ମିଳାଇଛି। ନୂଆ କୃଷି ବିଲକୁ କଂଗ୍ରେସ ବିରୋଧ କରିଥିବା ବେଳେ ଦେଶରେ ସବୁଜ ବିପ୍ଲବର ମୋଦି ସରକାର ତଣ୍ଟି ଚିପିଦେଇଛନ୍ତି ବୋଲି ଅଭିଯୋଗ ଆଣିଛି। ଏଥିରେ କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସୂରଜେୱାଲାଙ୍କ ଭାଷଣ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୀମାରେ ଚୀନ୍‌ ଓ ଦେଶରେ କରୋନା ଆତଙ୍କ ରଚିଥିବା ବେଳେ ଏବେ ଚାଷ ଉପରେ ମୋଦି ଆକ୍ରମଣ କରିଛନ୍ତି ବୋଲି କହିଛନ୍ତି।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ କେନ୍ଦ୍ର ସରକାରଙ୍କ ନୂଆ କୃଷି ବିଧେୟକ ଯୋଗୁ ଦେଶରେ ଚାଷୀଙ୍କ ଲାଗି ପ୍ରଚଳିତ ମଣ୍ଡି ବ୍ୟବସ୍ଥା ସମାପ୍ତ ହୋଇଯିବାର ଆଶଙ୍କା କରିଛନ୍ତି। ରାଜସ୍ଥାନ ରାଜଧାନୀରେ ଆୟୋଜିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସୂରଜେୱାଲାଙ୍କ ସମେତ ମୁଖ୍ୟମନ୍ତ୍ରୀ ଗେହଲୋତ, ଛତିଶଗଡ ମନ୍ତ୍ରୀ ଟି.ଏସ୍.ସିଂଦେଓ  ଏବଂ ଅନ୍ୟ ବରିଷ୍ଠନେତାମାନେ ବିଧେୟକ ସଂସଦରେ ଉପସ୍ଥାପନ କରି ସରକାର ଅନ୍ନଦାତାଙ୍କ ଆଶା ପାଣି କରିଦେଇଥିବା କହିଛନ୍ତି।

ଗୋଟିଏ ପଟେ ଚାଷୀ ବିରୋଧୀ ନୀତି ସରକାର ସଂସଦରେ ଗୃହୀତ କରୁଥିବା ବେଳେ ଅନ୍ୟପଟେ ବିରୋଧ କରିବାକୁ ରାସ୍ତାକୁ ଓହ୍ଲାଇଥିବା ଚାଷୀଙ୍କୁ ପୋଲିସ ଲଗାଇ ପିଟୁଥିବାର ସୂରଜେୱାଲା କହିଛନ୍ତି। କେନ୍ଦ୍ର ସରକାରଙ୍କ କୃଷିବିଲ ଏବେ କଂଗ୍ରେସ ଲାଗି କୌରବ ଓ ପାଣ୍ଡବଙ୍କ ଯୁଦ୍ଧରେ ପରିଣତ ହୋଇଛି। କେବେ ଚାଷ କରିନଥିବା ଲୋକେ ଏବେ ସରକାରରେ ବସି କୃଷି ନୀତି ନିର୍ଦ୍ଧାରଣ କରିବାର ଫଳ ଏବେ ଦେଶରେ ଅଗଣିତ ଚାଷୀ ଭୋଗିବାକୁ ଯାଉଥିବା କଂଗ୍ରେସ ନେତାମାନେ କହୁଛନ୍ତି।

ଏଥିରେ ବିଜେପିର ଚାଷୀ ସଙ୍ଗଠନ ଓ ଆରଏସଏସ ଲୋକଙ୍କ ବୟାନବାଜୀ କଟାଘାରେ ଚୁନ ଦେବା ସଦୃଷ ହୋଇଥିବା କହିଛନ୍ତି ସୂରଜେୱାଲା। ଯଦି ଏମାନେ ବାସ୍ତବରେ ଚାଷୀଙ୍କ ହୀତ ଲାଗି କାମ କରୁଛନ୍ତି ତେବେ ରାସ୍ତାକୁ ଓହ୍ଲାଇ ସେମାନଙ୍କ ସହ ଧାରଣାରେ ବସନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ସୂରଜେୱାଲା।   

   Related Posts