୨୬ଘଣ୍ଟା ବିତିବା ପରେ ବି ରାହୁଲ ଗାନ୍ଧିଙ୍କୁ ମିଳିଲାନି ସଂସଦ ସଦସ୍ୟତା, ଜାଣନ୍ତୁ କ’ଣ କହିଲା କଂଗ୍ରେସ୍?

Published By : Prameya-News7 Bureau | August 05, 2023 IST

ନୂଆଦିଲ୍ଲୀ ୫।୮: କଂଗ୍ରେସ ୱାଇନାଡ ସାଂସଦ ରାହୁଲ ଗାନ୍ଧିଙ୍କୁ ଶନିବାର ସଂସଦ ସଦସ୍ୟତା ମିଳିପାରି ନାହିଁ। ଅପରାଧିକ ମାନହାନୀ ମୋକଦ୍ଦମାରେ ରାହୁଲ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ସହ ଦଣ୍ଡିତ ହେବାର ମାତ୍ର ୨୪ ଘଣ୍ଟାରେ ତାଙ୍କ ସଂସଦ ସଦସ୍ୟତା ରଦ୍ଦ ହୋଇଯାଇଥିଲା। ତେବେ ତାଙ୍କ ଦୋଷ ସିଦ୍ଧି ଓ ଦଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ରୋକର ୨୬ ଘଣ୍ଟା ବିତିବା ପରେ ମଧ୍ୟ ସଂସଦରେ ତାଙ୍କର ସଦସ୍ୟତା କାୟମ ହୋଇନଥିବାରୁ କଂଗ୍ରେସ୍ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

ଏଥର ମୁମ୍ବାଇରେ ହେବ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ପରବର୍ତ୍ତୀ ବୈଠକ, ନେତୃତ୍ୱ ନେବ ଶିବସେନା ୟୁବିଟି

ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଏ ନେଇ ଏକ ଟ୍ୱିଟ୍‌ କରିଛନ୍ତି। ଏଥିରେ ସେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି।  ସଂସଦରେ ଅବିଶ୍ୱାସ ପ୍ରସ୍ତାବ ଚର୍ଚ୍ଚାରେ ରାହୁଲଙ୍କ ଉପସ୍ଥିତିକୁ ପ୍ରଧାନମନ୍ତ୍ରୀ ଡରୁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଟ୍ୱିଟ୍‌ରେ ସୁରଟ ସେସନ୍ସ କୋର୍ଟ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରିବାର ୨୬ ଘଣ୍ଟା ପୁରିବା ବେଳକୁ ତାଙ୍କୁ ସଂସଦ ସଦସ୍ୟ ରୂପେ ଅଯୋଗ୍ୟ ଘୋଷଣା କରି ଲୋକସଭା ସଚିବାଳୟ ଅଧିସୂଚନା ଜାରି କରିସାରିଥିଲେ ବୋଲି କହିଛନ୍ତି। ତେବେ ସୁପ୍ରିମକୋର୍ଟ ଦ୍ୱାରା ରାହୁଲଙ୍କ ଉପରେ ଅନୁଚିତ ଦୋଷସିଦ୍ଧି ଉପରେ ରୋକ ଲାଗିବାର ୨୬ ଘଣ୍ଟା ବିତିସାରିଥିଲେ ବି ସାଂସଦ ଭାବେ ତାଙ୍କ ପଦ ଏପର୍ଯ୍ୟନ୍ତ କାହିଁକି  କାୟମ ହୋଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି।

wp:html /wp:html

ଏଥିରେ ରମେଶ ପ୍ରଶ୍ନ କରିଛନ୍ତି ଯେ କଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅବିଶ୍ୱାସ ପ୍ରସ୍ତାବ ଚର୍ଚ୍ଚାରେ ରାହୁଲଙ୍କ ଉପସ୍ଥିତିକୁ ନେଇ ଭୟଭୀତ କି? ‘ମୋଦି ସରନେମ୍’ କେସ୍‌ରେ ରାହୁଲଙ୍କ ଦୋଷୀ ସିଦ୍ଧି ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶର ଦିନକ ପରେ ବି ଲୋକସଭା ସଚିବାଳୟ ଏପର୍ଯ୍ୟନ୍ତ ତାଙ୍କ ସଦସ୍ୟତା ପୁନଃ ଘୋଷଣା କରିନଥିବାରୁ ରମେଶଙ୍କ ଏହି ବୟାନ ଆସିଛି।

ରାଜକୀୟ ବିବାହ ଏବେ ହେବ ସ୍ୱପ୍ନ ! କେବଳ ୫୦ ବରଯାତ୍ରୀ ଏବଂ ୧୦ ପ୍ରକାର ଖାଦ୍ୟ ହେବ ସାମିଲ; ସଂସଦରେ ଉପସ୍ଥାପନ ହେଲା ବିଲ୍

ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟ ଶୁକ୍ରବାର ରାହୁଲଙ୍କୁ ଆଶ୍ୱସ୍ତ କରି ମୋଦି ସରନେମ୍‌ କେସ୍‌ରେ ତାଙ୍କ ଦୋଷ ସିଦ୍ଧି ଓ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିଥିଲେ।  ତେବେ ଲୋକସଭା ସଚିବାଳୟ ଯେଉଁ ତତ୍ପରତାର ସହ ରାହୁଲଙ୍କୁ ସଦସ୍ୟ ରୂପେ ଅଯୋଗ୍ୟ ଘୋଷଣା କରିଥିଲେ ତାଙ୍କର ପୁନଃ ପଦସ୍ଥାପନାରେ ସେପରି ତତ୍ପରତା ପ୍ରକାଶ କରିନଥିବାରୁ ଜୟରାମ ରମେଶ  କ୍ଷୁବ୍ଧ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.