Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବା ପ୍ରତିବାଦରେ ବିକ୍ଷୋଭ କରୁଥିଲେ କଂଗ୍ରେସ ନେତା; ଉଠାଇନେଲା ଦିଲ୍ଲୀ ପୁଲିସ
  • ||
  • ଭାରତରେ ସମସ୍ତ ଇଞ୍ଜିନିୟରିଂ ଟିମ୍‌କୁ ଛଟେଇ କଲା GitHub; ୧୪୦ ଇଞ୍ଜିନିୟର ହେବେ ପ୍ରଭାବିତ
  • ||
  • ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା; ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଙ୍କୁ MBBS ପରୀକ୍ଷା ପାସ୍ କରିବାକୁ ମିଳିବ ଥରେ ସୁଯୋଗ, ଦୁଇ ବର୍ଷ ଇଣ୍ଟର୍ଣ୍ଣସିପ୍ ବାଧ୍ୟତାମୁଳକ
  • ||
  • ଭଦ୍ରକ: ଶ୍ରୀରାମନବମି ପାଇଁ ମହିଳା ଶ୍ରଦ୍ଧାଳୁଙ୍କ ବିଶାଳ କଳଶ ଶୋଭାଯାତ୍ରା
  • ||
  • ପାଟଣା: ଅଟେଇ ସଂରକ୍ଷିତ ଜଙ୍ଗଲରୁ ଧରାପଡ଼ିଲେ ଧନୁତୀରଧାରୀ ୯ ଶୀକାରି
  • ||
  • ମେକ୍ସିକୋରେ ପ୍ରବାସୀ ଥଇଥାନ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ; ୩୯ ମୃତ, ଏକାଧିକ ଆହତ
  • ||
  • ସୁନ୍ଦରଗଡ : ଆୟକର ଫାଙ୍କିବା ଅଭିଯୋଗ, ସୁନ୍ଦରଗଡ ସହରର ବିଭିନ୍ନ ସ୍ଥାନରେ ଚଢାଉ
  • ||
  • ବାଲେଶ୍ବର : ଅନ୍ବେଷା ଇନ୍ ଚିଟ୍ ଫଣ୍ଡ ମାମଲା : ଡାଇରେକ୍ଟରଙ୍କୁ ୫ବର୍ଷ ଓ ଅନ୍ୟ ୨ଜଣଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ
  • ||
  • ବଢ଼ିଲା ପାନ୍‌-ଆଧାର ଲିଙ୍କ ଅବଧି, ଏତିକି ସମୟ ଦେଲେ କେନ୍ଦ୍ର ସରକାର
  • ||
  • ଆନନ୍ଦପୁର: ଟଙ୍କା ନେଣଦେଣକୁ ନେଇ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ
  • ||

ରାହୁଲ ଗାନ୍ଧିଙ୍କ ବିରୋଧରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଗର୍ଜିଲା କଂଗ୍ରେସ୍, ଜାଣନ୍ତୁ କହିଛି କ’ଣ?

19/03/2023 at 2:50 PM

ନୂଆଦିଲ୍ଲୀ ୧୯।୩: ଶ୍ରୀନଗର ବୟାନ ଲାଗି ଦିଲ୍ଲୀ ପୋଲିସ ରବିବାର ସକାଳେ ରାହୁଲ ଗାନ୍ଧିଙ୍କ ଘରେ ପହଞ୍ଚିଛି। ଏହି ଘଟଣାକୁ ନେଇ କଂଗ୍ରେସ ନେତା ଅଭିଷେକ ମନୁ ସିଂଘବି, ଅଶୋକ ଗହଲୋଟ ଓ ଜୟରାମ ରମେଶ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ଅବସରରେ ସିଂଘବୀ କହିଛନ୍ତି ଯେ ୩ ଦିନ ତଳେ ନୋଟିସ୍ ଦେଇ ପୋଲିସ ଆଜି ରାହୁଲଙ୍କ ଘରେ ପହଞ୍ଚି ଯାଇଛି ଓ ତାହାବି ଭାରତ ଯୋଡୋ ଯାତ୍ରାର ୪୫ ଦିନ ପରେ। ଏ ସବୁ କଣ ଏଥି ପାଇଁ ହେଉଛି କାରଣ ରାହୁଲ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି ? ବୋଲି ସେ ପଚାରିଛନ୍ତି।

ସିଂଘବୀ କହିଛନ୍ତି ଯେ ମାର୍ଚ୍ଚ ୧୬ ତାରିଖ ଦିନ ପୋଲିସ ରାହୁଲଙ୍କ ହାତରେ ନୋଟିସ୍ ଦେଲା। ଭାରତ ଯୋଡୋ ଯାତ୍ରା କାଳରେ ଯେଉଁ ମହିଳାମାନେ ରାହୁଲଙ୍କୁ ଭେଟିଥିଲେ ଓ ଯୌନ ଶୋଷଣ ସମ୍ପର୍କରେ ରାହୁଲଙ୍କୁ କହିଥିଲେ ସେ ସମ୍ପର୍କରେ ଦିଲ୍ଲୀ ପୋଲିସ ସୂଚନା ଚାହୁଁଛି। ଏହା ପ୍ରତିଷୋଧର କାର୍ଯ୍ୟାନୁଷ୍ଠାନ ନୁହେଁକି ବୋଲି ସିଂଘଭୀ ପ୍ରଶ୍ନ କରିଛନ୍ତି। ଏଥିରେ ଅଶୋକ ଗହଲୋଟ ବିନା ଉପର ଇଶାରାରେ ଦିଲ୍ଲୀ ପୋଲିସ ଏପରି ସାହସ କରିପାରିବନି ବୋଲି କହିଛନ୍ତି।

ଗହଲୋଟ କହିଛନ୍ତି ଯେ ହିଟଲର ବି ତା ସମୟରେ ବେଶ୍ ପପୁଲାର ଥିଲା। ତେବେ ପରେ ସେଠାରେ ପରିସ୍ଥିତି କଣ ହେଲା ସମସ୍ତଙ୍କୁ ଜଣା। ଆଜିର ଘଟଣାକ୍ରମ ଅବିଶ୍ୱାସନୀୟ ବୋଲି ଗହଲୋଟ କହିଛନ୍ତି। ସେ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ପୁରା ଦେଶରେ ଏବେ ଭୟର ପରିବେଶ ସୃଷ୍ଟି ହୋଇଛି। ଦେଶରେ ଏଜେନ୍ସୀମାନଙ୍କ ତାଣ୍ଡବ ଚାଲିଛି। ଶାସକ ହିନ୍ଦୁମୁସଲମାନ ରାଜନୀତି କରୁଛନ୍ତି। ମିଥ୍ୟା ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତାକୁ ଆସିଛି। ଏଣୁ ଲାଗୁନି ଦିଲ୍ଲୀ ପୋଲିସ ନିଜ ଆଡୁ ଏହି କାର୍ଯ୍ୟାନୁଷ୍ଠାନ କରିଛି ବୋଲି ସେ କହିଛନ୍ତି।

ଗହଲୋଟ କହିଛନ୍ତି ଯେ ଦେଶରେ ଯେଉଁ ପ୍ରକାର ପରିସ୍ଥିତି ଉପୁଜିଛି ଏଥିରୁ ଦେଶରେ ଆଇନର ଶାସନ ଥିବା ଭଳି ମନେ ହେଉ ନାହିଁ। ସେମାନେ ଏବେ ସରକାର ପରେ ସରକାର ଭାଙ୍ଗି ଚାଲିଛନ୍ତି। ମଧ୍ୟପ୍ରଦେଶ ହେଉ କି କର୍ଣ୍ଣାଟକ ବା ମହାରାଷ୍ଟ୍ର, ରାଜସ୍ଥାନରେ ବି ଏମାନେ ସରକାର ଭାଙ୍ଗିବା ଲାଗି ବେଶ ଉଦ୍ୟମ କରିଥିଲେ। ତେବେ ଏଥିରେ ଜୟ ରାମ ରମେଶ କହିଛନ୍ତି ଯେ ଏ ସବୁ ଘଟଣା ଜାଣି ଶୁଣି ରଚା ଯାଉଛି। ଯାହା ଦ୍ୱାରା ଦେଶର ଧ୍ୟାନ ଆଦାନୀ ପ୍ରସଙ୍ଗରୁ  ହଟା ଯାଇ ପାରିବ ବୋଲି ସେ କହିଛନ୍ତି। ପ୍ରଥମେ ରାହୁଲଙ୍କ ଲଣ୍ଡନ ଭାଷଣକୁ ଭାଙ୍ଗିରୁଜି ଉପସ୍ଥାପନ କରାଗଲା, ଏବେ ତାଙ୍କ ଘରକୁ ପୋଲିସ ପଠା ଯାଉଛି। ଯେଉଁ ପର୍ଯ୍ୟନ୍ତ ସରକାରଙ୍କ ପ୍ରତିଶୋଧ ମୂଳକ କାର୍ଯ୍ୟାନୁଷ୍ଠାନ ଜାରି ଥିବ ସେ ପର୍ଯ୍ୟନ୍ତ ମଧ୍ୟମ ପଥ କେବେବି ସମ୍ଭବ ନୁହେଁ ବୋଲି ରମେଶ କହିଛନ୍ତି।  

   Related Posts