oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ମୋଦିଙ୍କ ହେଲିକେପ୍ଟରରୁ ବାହାର କରାଯାଇଥିବା କଳା ବାକ୍ସରେ କ’ଣ ଥିଲା : ଭିଡିଓ ଜାରି କରି ଯାଞ୍ଚ ଦାବି କଲା କଂଗ୍ରେସ

14/04/2019 at 6:37 PM

ନୂଆଦିଲ୍ଲୀ ୧୪/୪ : କଳା ବାକ୍ସ ବାହାନାରେ କଂଗ୍ରେସ ପୁଣିଥରେ ମୋଦିଙ୍କୁ ଟାର୍ଗେଟ କରିଛି | କଂଗ୍ରେସ ଏକ ଭିଡିଓ ଜାରି କରି ପ୍ରଶ୍ନ କରିଛି ଯେ, ମୋଦିଙ୍କ ହେଲିକେପ୍ଟରରୁ ବାହାର କରାଯାଇଥିବା ବାକ୍ସରେ କ’ଣ ଅଛି | ଏନେଇ ନିର୍ବାଚନ ଆୟୋଗ ତଦନ୍ତ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି | ବିଜେପି ଜାରି କରାଯାଇଥିବା ଭିଡିଓକୁ ନେଇ ଓଲଟା ଟାର୍ଗେଟ କରି କହିଛି କଂଗ୍ରେସ ବ୍ୟତିବ୍ୟସ୍ତ ହୋଇ ଭିଡିଓ ଜାରି କରିଛି |


କଂଗ୍ରେସ କହିଛି ଯେ, ଭିଡିଓରେ ଦେଖାଯାଉଥିବା ବାକ୍ସକୁ ମୋଦିଙ୍କ ହେଲିକେପ୍ଟରରୁ ବାହାର କରି ଭ୍ୟାନରେ ରଖ ଯାଇଥିଲା | ଏପ୍ରିଲ ୧୨ ତାରିଖରେ କର୍ଣ୍ଣାଟକ ଚିତ୍ରଦୁର୍ଗ ଠାରେ ପ୍ରଧାନମନ୍ତ୍ରୀ ହେଲିକେପ୍ଟରରୁ ଓହ୍ଲେଇବ ତୁରନ୍ତ ପରେ ଏକ କଳା ବାକ୍ସ ବାହାର କରାଯାଇଥିଲା ବୋଲି କଂଗ୍ରେସ ଦାବି କରି କହିଛି |


କଂଗ୍ରେସ ପ୍ରବକ୍ତା ଆନନ୍ଦ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମୋଦିଙ୍କ ଚିତ୍ରଦୁର୍ଗ ରାଲିରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା | ମୋଦି ବାୟୁସେନା ହେଲିକେପ୍ଟରରେ ଯାଇଥିଲେ | ମୋଦିଙ୍କ ସହ ବାୟୁସେନା ଏବଂ ଏସପିଜି ଅଧିକାରୀ ମଧ୍ୟ ଥିଲେ | ମୋଦି ହେଲିକେପ୍ଟରରୁ ଓହ୍ଲାଇବା କ୍ଷଣି ଏକ କଳା ବାକ୍ସ ହେଲିକେପ୍ଟରରୁ ବାହାର କରାଯାଇଥିଲା ଏବଂ ଏକ ପ୍ରାଇଭେଟ ଗାଡି ରଖାଯାଇଥିଲା |

ଏହାପରେ ସଂଗେ ସଂଗେ ଗାଡିତି ସେଠାରୁ ପଳାଇଥିଲା | ଏନେଇ କଂଗ୍ରେସ ନିର୍ବାଚନ ଆୟୋଗଙ୍କ ନିକଟରେ ଲିଖିତ ଭାବେ ଏକ ଅଭିଯୋଗ କରିଚଜି | ମାମଲାର ତଦନ୍ତ ଦାବି କରିଛି କଂଗ୍ରେସ | ସେ କହିଛନ୍ତି ଯେ, ନେତାମାନେ ଯେଉଁଆଡେ ନିର୍ବାଚନ ପ୍ରଚାର ପାଇଁ ଯାଉଛନ୍ତି ତାଙ୍କର ଯାଞ୍ଚ ହେଉଛି | ଦେଶର ପ୍ରଧାନମନ୍ତ୍ରୀଙ୍କର ମଧ୍ୟ ଯାଞ୍ଚ ହେବା ଦରକାର | ତେବେ ବାକ୍ସରେ କଣ ଥିଲା ତାର ଯାଞ୍ଚ ନିଶ୍ଚୟ ହେବା ଦରକାର ବୋଲି କହିଛ ଶର୍ମା |

   Related Posts