suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବା ପ୍ରତିବାଦରେ ବିକ୍ଷୋଭ କରୁଥିଲେ କଂଗ୍ରେସ ନେତା; ଉଠାଇନେଲା ପୁଲିସ

28/03/2023 at 10:19 PM

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବା ପ୍ରତିବାଦରେ ମଙ୍ଗଳବାର ଦିଲ୍ଲୀର ଲାଲ୍‌କିଲା ଠାରେ ବିରୋଧ ପ୍ରଦର୍ଶନ କରିଛି କଂଗ୍ରେସ। ହାତରେ ଟର୍ଚ୍ଚ ମସାଲ ଧରି ପ୍ରଦର୍ଶନ କରିଥିବା ବେଳେ କିଛି ବରିଷ୍ଠ କଂଗ୍ରେସ ନେତାଙ୍କୁ ଉଠାଇ ନେଇଛି ଦିଲ୍ଲୀ ପୁଲିସ। ଏହି ନେତାଙ୍କ ଭିତରେ ଅଛନ୍ତି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ। ତାଙ୍କୁ ପୁଲିସ ଅଟକ ରଖିଛି।

ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଆଜି ସନ୍ଧ୍ୟା ୭ଟାରୁ କଂଗ୍ରେସର ‘ଗଣତନ୍ତ୍ର ବଞ୍ଚାଅ ମଶାଲ ଶାନ୍ତି ମାର୍ଚ୍ଚ’ ଲାଲ୍‌କିଲାରେ ଆରମ୍ଭ ହେବାର ଥିଲା। ଏଥିପାଇଁ କଂଗ୍ରେସ ନେତାମାନେ ସେଠାରେ ଉପସ୍ଥିତ ହୋଇଥିଲେ। ବିଆର୍‌ଏସ ସାଂସଦ କେଶବ ରାଓଙ୍କୁ ମଧ୍ୟ ଧାରଣା ସ୍ଥଳରେ ଦେଖିବାକୁ ମିଳିଥିଲା। ସମସ୍ତ କଂଗ୍ରେସ ସଂସଦଙ୍କୁ ହାତରେ ଟର୍ଚ୍ଚ ଜାଳିବାକୁ କୁହାଯାଇଥିଲା। ନେତାମାନେ ଆନ୍ଦୋଳନ ସ୍ଥଳକୁ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇବା ସହ କିଛି ନେତାଙ୍କୁ ଉଠାଇ ନେଇଥିଲା।

କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କୁ ମଧ୍ୟ ଲାଲ୍‌କିଲାରେ ପହଞ୍ଚିବାକୁ ଦିଆଯାଇ ନଥିଲା। ଏହାପରେ ଦଳ ଲାଲ୍‌କିଲା ନ ଯାଇ ଯୋଜନା ପରିବର୍ତ୍ତନ କରି ପୁରୁଣା ଦିଲ୍ଲୀ ଚାନ୍ଦିନି ଚୌକର ଟାଉନ୍‌ ହଲ୍‌କୁ ଶୋଭାଯାତ୍ରା କରିଥିଲା। ଆଗକୁ ମଧ୍ୟ ଏହା ଜାରି ରହିବ।  ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବା ପ୍ରତିବାଦରେ କଂଗ୍ରେସ ଏହି ଶୋଭାଯାତ୍ରାକୁ ମାସାଧିକ କାଳ ଜାରି ରଖିବ। ଗତକାଲି ମଧ୍ୟ ଦଳ ପକ୍ଷରୁ ସଂସଦରେ ବ୍ଲାକ୍ ପ୍ରୋଟେଷ୍ଟ କରାଯାଇଥିଲା। ଯେଉଁଥିରେ କଂଗ୍ରେସ କର୍ମୀମାନେ କଳା ପୋଷାକ ପିନ୍ଧିବା ସହ ନାରା ଦେଇଥିଲେ। ଏଥିରେ ମମତା ବାନାର୍ଜୀଙ୍କ ଟିଏମ୍‌ସି ମଧ୍ୟ ଯୋଗ ଦେଇଥିଲା।

   Related Posts