କରୋନା ଟିକାକରଣରେ ଅନିୟମିତତା, ଡାକ୍ତରଙ୍କ ବିରୋଧରେ ପ୍ରତିବାଦ ସଭା କଲା କଂଗ୍ରେସ

Published By : Prameya-News7 Bureau | September 23, 2021 IST

ଚଣ୍ଡିଖୋଲ, ୨୩/୦୯: ଯାଜପୁର ଜିଲ୍ଲା ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ଗୋପାଳପୁର କ୍ଷେତ୍ର ଚିକିତ୍ସାଳୟରେ କରୋନା ଟୀକା କରଣକୁ ନେଇ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଚିକିତ୍ସା ପାଇଁ ଆସୁଥିବା ଲୋକଙ୍କୁ ଅଦରକାରୀ ଖର୍ଚ୍ଚାନ୍ତ କରୁଥିବା ପ୍ରତିବାଦରେ ବଡ଼ଚଣା କଂଗ୍ରେସ ନେତା ଅଜୟ ସାମଲଙ୍କ ନେତୃତ୍ବରେ ବହୁ କଂଗ୍ରେସକର୍ମୀ ଏକ ପ୍ରତିବାଦ ସଭା କରିଛନ୍ତି ।

ରାଜ୍ୟ ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯଦି ଆଗାମୀ ଦିନରେ ଏହାର ସୁଧାର ନ ଆସେ କଂଗ୍ରେସ ପକ୍ଷରୁ ଦୃଢ ଆନ୍ଦୋଳନ କରାଯିବ ବୋଲି କର୍ମୀମାନେ ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.