Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀଙ୍କୁ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ, କଂଗ୍ରେସକୁ କଡ୍ଡା ସମାଲୋଚନା କଲା ବିଜେପି

14/07/2022 at 3:32 PM

କେନ୍ଦୁଝର ୧୪/୦୭: ଆଦିବାସୀ ବିଜେପି ନେତ୍ରୀ ତଥା ପୂର୍ବତନ ଝାରଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି । ଦ୍ରୌପଦୀଙ୍କ ସପକ୍ଷରେ ଏନଡିଏ ସହ ବହୁ ଦଳ ସମର୍ଥନରେ ବାହାରିଛନ୍ତି । ଦ୍ରୌପଦୀ ଆଦିବାସୀ ନେତ୍ରୀ ହୋଇଥିବାରୁ ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଅଜୟ କୁମାର । ଏହି ମନ୍ତବ୍ୟ ପରେ ଏହାକୁ କଡା ଦ୍ଭାଷାରେ ସମାଲୋଚନା କରିଛି ବିଜେପି ।

କଂଗ୍ରେସ ଆଦିବାସୀ ଓ ଦଳିତ ବିରୋଧୀ ବୋଲି କହିଛି ବିଜେପି । ଏହି ମନ୍ତବ୍ୟ ନେଇ ରାହୁଲ ଗାନ୍ଧୀ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେପି ଦାବି କରିଛି । କେନ୍ଦୁଝର ଜିଲ୍ଲାରେ ମଧ୍ୟ ଶତାଧିକ ବିଜେପି କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ବିରୋଧରେ ପ୍ରତିବାଦ କରିବା ସହ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି।

   Related Posts