ଡିସେମ୍ବର ୫ କଂଗ୍ରେସର ଭଦ୍ରକ ବନ୍ଦ୍ ଡାକରା, ବିଶ୍ୱବିଦ୍ୟାଳୟ ମାନ୍ୟତା ଓ ମେଡିକାଲ କଲେଜ ଦାବି

Published By : Prameya-News7 Bureau | November 28, 2022 IST

ଭଦ୍ରକ ୨୮/୧୧: ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ସହିତ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ଦାବି କରିଛି ଭଦ୍ରକ କଂଗ୍ରେସ । ବାରମ୍ବାର ଦାବି ପରେ ମଧ୍ୟ ସରକାର ଏ ଦିଗରେ କିଛି ବି ପଦକ୍ଷେପ ନେଉନାହାଁନ୍ତି । ତେଣୁ ଏହାର ପ୍ରତିବାଦରେ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଆସନ୍ତା ଡିସେମ୍ବର ୫ ତାରିଖ ଦିନ ୮ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଦିଆଯାଇଛି ।

ଏଥିପାଇଁ ଭଦ୍ରକ କଂଗ୍ରେସ ପକ୍ଷରୁ ଏକ ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । କଂଗ୍ରେସ ନେତା ନଳିନୀ ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମାନେ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ କହିଛନ୍ତି ଭଦ୍ରକ ବାସୀଙ୍କ ଏହି ନାର୍ଯ୍ୟ ଦାବିକୁ ସରକାର ବାରମ୍ବାର ଦାବି ପରେ ମଧ୍ୟ ଶୁଣୁ ନାହାନ୍ତି ।

ଫଳରେ ବିଶେଷ କରି ସ୍ବାସ୍ୟ ସେବା ପାଇଁ ଜିଲ୍ଲାବାସୀ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ତେଣୁ ଜିଲ୍ଲାବାସୀଙ୍କ ହକ୍ ପାଇଁ ଶେଷରେ ବାଧ୍ୟ ହୋଇ କଂଗ୍ରେସ ଦଳ ଭଦ୍ରକ ବନ୍ଦ କରିବାକୁ ବାଧ୍ୟ ହେଉଛି । ତେଣୁ ଭଦ୍ରକ ବନ୍ଦ ଡାକରାରେ ସମସ୍ତ ଙ୍କୁ ସହଯୋଗ ପାଇଁ ନିବେଦନ କରିଛି କଂଗ୍ରେସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.