ରତ୍ନ ପଥର ମାଫିଆ ସହ ମନ୍ତ୍ରୀଙ୍କ ଲିଙ୍କ! ଅଭିଯୁକ୍ତ ସହ ଶାସକ ଦଳ ମନ୍ତ୍ରୀ-ସାଂସଦ ଓ ବିଧାୟକଙ୍କ ଫଟୋ ଦେଖାଇ ଟାର୍ଗେଟ୍ କଲା କଂଗ୍ରେସ, ଅଭିଯୋଗକୁ ମନ୍ତ୍ରୀଙ୍କ ଖଣ୍ଡନ

Published By : Prameya-News7 Bureau | December 09, 2020 IST

ରାୟଗଡ଼ା  ୦୯।୧୨ : ରାୟଗଡ଼ାରୁ ୧୫୧ କିଲୋ ରତ୍ନ ପଥର ଜବତ ଘଟଣା ଏବେ ରାଜନୈତିକ ମୋଡ଼ ନେଇଛି । ଏହି ଘଟଣାରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣମନ୍ତ୍ରୀ ସଂପୃକ୍ତ ଥିବା ଅଭିଯୋଗ କରିଛି କଂଗ୍ରେସ । ଏହି ଘଟଣାରେ ଗିରଫ ଜିତେନ୍ଦ୍ର କୁମାର ବେହେରା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ବ୍ୟକ୍ତିଗତ ସଚିବ ଏବଂ ଘନିଷ୍ଠ ସହଯୋଗୀ ବୋଲି କଂଗ୍ରେସ ଅଭିଯୋଗ କରିଛି ।

କେବଳ ସେତିକି ନୁହେଁ ଶାସକ ଦଳ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ସହ ଜିତେନ୍ଦ୍ରଙ୍କ ଫଟୋ ଦେଖାଇ ଏହାକୁ ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି କଂଗ୍ରେସ ନେତା । ରାୟଗଡ଼ା ସହରର ଭି.ଆଇ.ପି ରୋଡ୍ ରେ ଥିବା ଜଗନ୍ନାଥ କମ୍ପଲେକ୍ସରେ କ୍ରାଇମବ୍ରାଞ୍ଚ ଏସ୍.ଟି.ଏଫ୍ ଏବଂ ରାୟଗଡ଼ା ପୋଲିସର ମିଳିତ ଚଢ଼ାଉ ବେଳେ ୧୫୧ କିଲୋ ରତ୍ନ ପଥର ଜବତ ସହ ଜିତେନ୍ଦ୍ର କୁମାର ବେହେରାଙ୍କୁ ଗିରଫ କରାଯାଇଥିଲା । ଜବତ ରତ୍ନ ପଥରର ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ । ଏଥିରେ ରୁବି, ପାନା, ଟୋପାଜ୍, ମୁନ୍ ଷ୍ଟୋନ୍, ରେନବୋ, ବ୍ଲାକ୍ ଡାଇମଣ୍ଡ, କ୍ବାଜ୍ ଭଳି ପ୍ରାୟ ୨୦ ପ୍ରକାରର ରତ୍ନ ପଥର ରହିଥିବା ସୂଚନା ଦେଇଥିଲେ ରାୟଗଡ଼ା ଏସ୍.ପି । ତେବେ ଅଭିଯୁକ୍ତ ଓ ମନ୍ତ୍ରୀଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାୟଗଡ଼ା କଂଗ୍ରେସ ନେତା ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.