oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ମମିତା ମେହେର ହତ୍ୟାକାଣ୍ଡ ଘଟଣା : କଂଗ୍ରେସର ଦାବି- ଗୃହ ରାଷ୍ଟ୍ର ମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ

6/11/2021 at 1:41 PM

ଭୁବନେଶ୍ବର ୬।୧୧: ମମିତା ମେହେର ହତ୍ୟାକାଣ୍ଡ ଘଟଣା ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିଲେ ବି ମୁଖ୍ୟ ଅଭିଯୁକ୍ତଙ୍କୁ ଖସାଇବା ପାଇଁ ଚେଷ୍ଟା କରୁଛି ପୋଲିସ । ସମ୍ବାଦିକ ସମ୍ମିଳନୀରେ ଏମିତି ଅଭିଯୋଗ ଆଣିଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର । ଏପରିକି ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ସହ ବିବାଦରେ ଥିବା ଅନ୍ୟ ତଦନ୍ତକୁ ବାଟ ବଣା କରିବା ପାଇଁ ପୋଲିସ ବିଭାଗର ନିଜର ନିର୍ଦ୍ଦେଶନାମାକୁ ଏଡାଇ ଦିଆଯାଇଛି । ଏସପି, ଡିଜି ଓ ଗୃହରାଷ୍ଟ୍ର ମନ୍ତ୍ରୀ ମିଶି ଅଭିଯୁକ୍ତକୁ ଖସାଇବା ଷଡଯନ୍ତ୍ର କରିଛନ୍ତି ।  ନିଖୋଜ ହେଲା ପରେ ନିଖୋଜ ବ୍ୟକ୍ତି କିମ୍ବା ମହିଳାଙ୍କ ଫଟୋକୁ ପୋଷ୍ଟର ଆକାରରେ ଲଗାଇବା ସହ ନିକଟସ୍ଥ ଥାନାକୁ ସର୍କୁଲେଟ୍ କରାଯିବା କଥା ।  କିନ୍ତୁ ଏହି ମାମଲାରେ ପୋଲିସ ଏଭଳି କରିନାହିଁ ।

୨୦୧୩ରେ ପୋଲିସର ଗାଇଡ଼ ଲାଇନ ରହିଛି ଯେ, ମହିଳା ବିରୋଧରେ ଯେକୌଣସି ଅପରାଧକୁ ଯେକୌଣସି ଥାନାରେ ମାମଲା ରୁଜୁ କରାଯାଇ ସମ୍ପୃକ୍ତ ଥାନାକୁ କେସ ଦିଆଯିବ । କିନ୍ତୁ ଏହି ଘଟଣାରେ ସେଭଳି ହୋଇନାହିଁ । ୧୭ରେ ଚର୍ଚ୍ଚା ହେଲା ସେ ଖସି ଗଲେ । ୧୯ରେ ମୃତଦେହ ଉଦ୍ଧାର ହେଲା । ପରେ ଅଭିଯୁକ୍ତକୁ ଗିରଫ କରାଗଲା । ଅଭିଯୁକ୍ତ ଗିରଫ ହେଲା ପରେ ଦୋଷ ମାନି ସମ୍ପୃକ୍ତ ସ୍ଥାନକୁ ଯାଇ ମୃତଦେହ ଚିହ୍ନଟ କରିଥାନ୍ତା ଯଦି ଦଣ୍ଡ ବିଧାନରୁ ଖସି ପାରି ନଥାନ୍ତା ଅଭିଯୁକ୍ତ । ହେଲେ ଲିଡିଂକୁ ଡିସକଭରିକୁ ଏଡାଇବା ପାଇଁ ଏଠି ସବୁ ପ୍ରକାର ଚକ୍ରାନ୍ତ କରାଯାଇଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜଣେ ଅଭିଯୁକ୍ତକୁ ଗିରଫ କରିବା ପରେ ୧୪ଘଣ୍ଟା ଭିତରେ ଏସପି କଣ୍ଟ୍ରୋଲ ରୁମ ଓ ଡିଜି କଣ୍ଟ୍ରୋଲ ରୁମକୁ ଖବର ଦିଆଯିବା କଥା । ହେଲେ ଏ କ୍ଷେତ୍ରରେ ଜିଲ୍ଲା ଏସପି ଓ ଡିଜି ମଧ୍ୟ ଘଟଣା ବିଷୟରେ ଅବଗତ ନ ଥିଲା ଭଳି ମନେ ହେଉଛି । ଅଭିଯୁକ୍ତକୁ ଗିରଫ କରିବା ପରେ ୧୬୪ ଧାରାରେ ମାଜିଷ୍ଟ୍ରେଟଙ୍କ ପାଖରେ ବୟାନ ରେକର୍ଡ କରିବା କଥା । ଯଦି ତାହା ହୋଇନାହିଁ ଅତି ସାଙ୍ଘାତିକ । କଂଗ୍ରେସର ଦାବି ଗୃହ ରାଷ୍ଟ୍ରମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ ।

   Related Posts