Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଦେବଗଡ ଗସ୍ତ, କହିଲେ- ୨୦୨୪ରେ କଂଗ୍ରେସ କ୍ଷମତାକୁ ଫେରିବ

24/09/2022 at 6:19 PM

ଦେବଗଡ: ଶନିବାର ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଦିନିକିଆ ଦେବଗଡ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ଆସିଛନ୍ତି।  ପିସିସି ସଭାପତି ଦାୟିତ୍ଵ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଦେବଗଡ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ପଟ୍ଟନାୟକ ଆଗାମୀ ୨୦୨୪ ମସିହା  ନିର୍ବାଚନରେ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଫେରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଆଗାମୀ ୨୦୨୪ ମସିହା ନିର୍ବାଚନରେ କଂଗ୍ରେସ ରାଜ୍ୟରେ କ୍ଷମତାକୁ ଫେରିବ । କଂଗ୍ରେସ ନଅ ଆସନରୁ ନବେକୁ ପହଞ୍ଚିବ। ଜାତୀୟ କଂଗ୍ରେସର ସାଙ୍ଗଠନିକ ନିର୍ବାଚନ ସରିଯିବା ପରେ ରାଜ୍ୟ କଂଗ୍ରେସର ପୁର୍ନଗଠନ କରାଯିବ।  ରାଜ୍ୟ ର ସମସ୍ତ କଂଗ୍ରେସ କର୍ମୀ ଓ ନେତାଙ୍କୁ ଏକାଠି କରି ୨୦୨୪ର ଆକ୍ସନ ପ୍ଲାନ ପ୍ରସ୍ତୁତ କରି ଦଳ ଆଗକୁ ବଢିବ । ଦ୍ବିତୀୟ ପର୍ଯ୍ୟାୟ ଜନ ସମ୍ପର୍କ ଯାତ୍ରା ଅବସରରେ ଦେବଗଡ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ଆସି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କଂଗ୍ରେସ ଆଗକୁ ବିଭିନ୍ନ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବ ।

ଶନିବାର ଅପରାହ୍ନ ସମୟରେ  ଦେବଗଡ ସହରରେ ପହଞ୍ଚିବା ପରେ ସ୍ଥାନୀୟ ଜେଲ ଛକ ଠାରୁ  ପିସିସି ସଭାପତି ଶ୍ରୀଯୁକ୍ତ  ପଟ୍ଟନାୟକ ଙ୍କୁ ଶୋଭାଯାତ୍ରା ରେ ସହର ପରିକ୍ରମା କରିବା ପରେ ସେଣ୍ଟର ଫର କଲଚର ଠାରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ଦେବଗଡ ଜିଲ୍ଲା କଂଗ୍ରେସ କମିଟି ସଭାପତି ଉମାଶଙ୍କର ସାହୁଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ କଂଗ୍ରେସ ର ବହୁ ବରିଷ୍ଠ ନେତା, ପୂର୍ବତନ ବିଧାୟକ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ, ସଂପାଦିକା ଭାଷଣ ଦେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ ଉପରେ ବର୍ଷିଥିଲେ। କଂଗ୍ରେସ ନେତା ଓ ନେତ୍ରୀ ମାନେ ଦରଦାମ ବୃଦ୍ଧି, ମହିଳା ନିର୍ଯ୍ଯାତନା, ବେକାରୀ ସମସ୍ୟା ବୃଦ୍ଧି ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରିଥିଲେ । ସେହିପରି ମିଶନ ‘ନଅ ରୁ ନବେ’ କୁ ସାକାର କରିବା ପାଇଁ କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ।

ପ୍ରଦେଶ କଂଗ୍ରେସ କମିଟି ର ଦାୟିତ୍ଵ ଗ୍ରହଣ କରିବା ପରେ ଶରତ ପଟ୍ଟନାୟକ ଙ୍କ ଏହା ପ୍ରଥମ ଦେବଗଡ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ହୋଇଥିବା ବେଳେ କଂଗ୍ରେସ ର ନେତା ଓ କର୍ମୀ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ଲଲାଟେନ୍ଦୁ ମହାପାତ୍ର, ଚିନ୍ମୟ ବେହେରା, ଟ୍ରେଡ ୟୁନିୟନ ନେତା କିଶୋର ଜେନା, କଂଗ୍ରେସ ର ଦେବଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ବିରେନ ସେନାପତି, ରାଜ୍ୟ ମହିଳା କଂଗ୍ରେସ ସଂପାଦିକା ଏଲ ମାଣିକପ୍ରଭା, ଜ୍ଞାନ ପଟ୍ଟନାୟକ ଙ୍କ ସମେତ ଜିଲ୍ଲା ର ତିନି ବ୍ଲକ ଓ ଦେବଗଡ ପୌରାଞ୍ଚଳର ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇଥିଲେ।

   Related Posts