କିଏ ହେବେ କଂଗ୍ରେସର ଅଧ୍ୟକ୍ଷ, ଏଆଇସିସି ସଭାପତି ପାଇଁ ଆଜି ଭୋଟ ଗଣତି: ଅପରାହ୍ନରେ ରେଜଲ୍ଟ

Published By : Prameya-News7 Bureau | October 19, 2022 IST

ନୂଆଦିଲ୍ଲୀ ୧୯/୧୦: କିଏ ହେବେ କଂଗ୍ରେସ ଅଧ୍ୟକ୍ଷ । ମଲ୍ଲିକାର୍ଜୁନ ଖଡଗେ ନା ଶଶି ଥରୁର । କିଏ ଧରିବ କଂଗ୍ରେସ ମଙ୍ଗ । ଆଜି ଆସିବ ରେଜଲ୍ଟ । ଏଆଇସିସି ସଭାପତି ପାଇଁ ଆଜି ଭୋଟ୍ ଗଣତି ହେବ। ଅପରାହ୍ଣ ୩ଟା ସୁଦ୍ଧା ଫଳ ଘୋଷଣା ହେବ । ଗତ ୧୭ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା ।

ନିର୍ବାଚନ ପାଇଁ ୩୬ ଟି ପୋଲିଂ ଷ୍ଟେସନ୍ ର ୬୭ ଟି ବୁଥ୍ ରେ ୯ ହଜାର ୫୦୦ ଡେଲିଗେଟସ୍ ଭୋଟ୍ ଦେଇଥିଲେ । ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଦସ୍ୟମାନେ ଦଳୀୟ କାର୍ଯ୍ୟାଳୟରେ ମତଦାନ କରିଥିଲେ। କଂଗ୍ରେସର ୨ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଓ ଶଶି ଥରୁରଙ୍କ ଆଜି ଭାଗ୍ୟ ପରୀକ୍ଷା ହେଉଥିବା ବେଳେ କଂଗ୍ରେସକୁ ମିଳିବେ ନୂଆ ସଭାପତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.