ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

Published By : Prameya-News7 Bureau | January 25, 2019 IST

ଭୁବନେଶ୍ବର ୨୫|୧: ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାଜଧାନୀ ଉପକଣ୍ଠ ତମାଣ୍ଡୋ ପଡିଆରେ ସଂକଳ୍ପ ପରିବର୍ତ୍ତନ ସମାବେଶର ଆୟୋଜନ କରାଯାଇଛି। ଏହା ସହ ରାଜ୍ୟରେ କଂଗ୍ରେସ ପାଇଁ ନିର୍ବାଚନୀ ପ୍ରଚାରର ବିଗୁଲ ବଜାଇବେ ରାହୁଲ । ଏହାକୁ ନେଇ ରାଜ୍ୟ କଂଗ୍ରେସ ବେଶ ଉତ୍ସାହିତ ଥିବାବେଳେ ରାଜ୍ୟ ରାଜନୀତି ବି ସକ୍ରିୟ ହୋଇପଡିଛି । ଦୀର୍ଘ ସାଢେ ୩ ବର୍ଷ ପରେ ଓଡ଼ିଶା ଆସୁଛନ୍ତି ରାହୁଲ ।

ଆଜି ସକାଳ ପ୍ରାୟ ୧୦ଟା ୪୫ରେ ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ବିମାନବନ୍ଦରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାମାନେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବେ । ସେଠାରୁ ରୋଡ ସୋ କରି ହୋଟେଲ ମେ' ଫେୟାର ଯିବେ ରାହୁଲ । ପୂର୍ବ ନିର୍ଦ୍ଧାରିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସହ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବେ । ଏହି ଆଲୋଚନା ଦିନ ୧୨ଟା ୪୦ରୁ ଅପରାହଣ ୧ଟା୪୦ ମିନିଟ ଯାଏ ଚାଲିବ । ସେଠାରେ ମଧ୍ୟାହ୍ନ ଭୋଜନ ପରେ ରାହୁଲ ସିଧା ତମାଣ୍ଡୋ ମିନି ଷ୍ଟାଡିୟମ ଅଭିମୁଖେ ବାହାରିବେ। ଅପରାହ୍ନ୨ଟା ୫ରେ ସମାବେଶ ସ୍ଥଳରେ ପହଞ୍ଚି ନିର୍ବାଚନୀ ବିଗୁଲ ବଜାଇବେ ରାହୁଲ ।

ଏହା ପରେ ଅପରାହ୍ନ ୪ଟା ୫ରେ ରାହୁଲ କଂଗ୍ରେସ ଭବନରେ ପହଞ୍ଚିବେ । ସେଠାରେ ହାଲ୍ ର କର୍ମଚାରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ରାହୁଲ ରାଜ୍ୟ କଂଗ୍ରେସର ବରିଷ୍ଠ ନେତୃମଣ୍ଡଳୀ ଓ ବିଧାୟକଙ୍କ ସହ ଆଲୋଚନା କରିବେ । ସଂଧ୍ୟା ୫ଟା ୫୦ ମିନିଟରେ ରାହୁଲ କଂଗ୍ରେସ ଭବନ ଛାଡି ବିମାନବନ୍ଦର ଅଭିମୁଖେ ବାହାରିବେ । ସଂଧ୍ୟା ୬ଟା ୩୫ରେ ଦିଲ୍ଲୀ ଯାତ୍ରା କରିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.