suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦୦ ଫାଇଟର ଜେଟ୍ କ୍ରାସ୍
  • ||
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

ଭୁବନେଶ୍ବରରେ ପହଞ୍ଚିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

25/01/2019 at 11:01 AM

ଭୁବନେଶ୍ବର ୨୫|୧: ଭୁବନେଶ୍ବରରେ ପହଞ୍ଚିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ବିମାନବନ୍ଦରରେ ଦଳ ପକ୍ଷରୁ ରାହୁଲଙ୍କୁ ବିପୁଳ ସମ୍ବର୍ଦ୍ଧନା । ରାଜଧାନୀ ଉପକଣ୍ଠ ତମାଣ୍ଡୋ ପଡିଆରେ ସଂକଳ୍ପ ପରିବର୍ତ୍ତନ ସମାବେଶରେ ଯୋଗଦେବେ ରାହୁଲ ଗାନ୍ଧି । ଏହା ସହ ରାଜ୍ୟରେ କଂଗ୍ରେସ ପାଇଁ ନିର୍ବାଚନୀ ପ୍ରଚାରର ବିଗୁଲ ବଜାଇବେ ରାହୁଲ । ଏହାକୁ ନେଇ ରାଜ୍ୟ କଂଗ୍ରେସ ବେଶ ଉତ୍ସାହିତ ଥିବାବେଳେ ରାଜ୍ୟ ରାଜନୀତି ବି ସକ୍ରିୟ ହୋଇପଡିଛି । ଦୀର୍ଘ ସାଢେ ୩ ବର୍ଷ ପରେ ଓଡ଼ିଶା ଆସୁଛନ୍ତି ରାହୁଲ ।

ବିମାନବନ୍ଦରରୁ ସେଠାରୁ ରୋଡ୍ ସୋ କରି ହୋଟେଲ ମେ’ ଫେୟାର ଯିବେ ରାହୁଲ । ପୂର୍ବ ନିର୍ଦ୍ଧାରିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସହ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବେ । ଏହି ଆଲୋଚନା ଦିନ ୧୨ଟା ୪୦ରୁ ଅପରାହ୍ନ ୧ଟା୪୦ ମିନିଟ୍ ଯାଏଁ ଚାଲିବ । ସେଠାରେ ମଧ୍ୟାହ୍ନ ଭୋଜନ ପରେ ରାହୁଲ ସିଧା ତମାଣ୍ଡୋ ମିନି ଷ୍ଟାଡିୟମ ଅଭିମୁଖେ ବାହାରିବେ। ଅପରାହ୍ନ୨ଟା ୫ରେ ସମାବେଶ ସ୍ଥଳରେ ପହଞ୍ଚି ନିର୍ବାଚନୀ ବିଗୁଲ ବଜାଇବେ ରାହୁଲ ।

ଏହା ପରେ ଅପରାହ୍ନ ୪ଟା ୫ରେ ରାହୁଲ କଂଗ୍ରେସ ଭବନରେ ପହଞ୍ଚିବେ । ସେଠାରେ ହାଲ୍ ର କର୍ମଚାରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ରାହୁଲ ରାଜ୍ୟ କଂଗ୍ରେସର ବରିଷ୍ଠ ନେତୃମଣ୍ଡଳୀ ଓ ବିଧାୟକଙ୍କ ସହ ଆଲୋଚନା କରିବେ । ସଂଧ୍ୟା ୫ଟା ୫୦ ମିନିଟରେ ରାହୁଲ କଂଗ୍ରେସ ଭବନ ଛାଡି ବିମାନବନ୍ଦର ଅଭିମୁଖେ ବାହାରିବେ । ସଂଧ୍ୟା ୬ଟା ୩୫ରେ ଦିଲ୍ଲୀ ଯାତ୍ରା କରିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।

   Related Posts