ଟାଉନ ହଲ୍ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଛନ୍ତି ରାହୁଲ ଗାନ୍ଧି ; କହିଲେ ମୋଦି ଲୁଟିଛନ୍ତି ୩୦ହଜାର କୋଟି

Published By : Prameya-News7 Bureau | January 25, 2019 IST

ଭୁବନେଶ୍ବର ୨୫|୧: ଓଡିଶାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ହୋଟେଲ୍ ମେ ଫେୟାରରେ ଟାଉନ୍ ହଲ୍ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ରାହୁଲ ଗାନ୍ଧି । ଏହି କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ, ପ୍ରତିଷ୍ଠିତ ବ୍ୟକ୍ତି, ଛାତ୍ର, ଯୁବ ବର୍ଗ ଯୋଗଦେଇଛନ୍ତି । ଏହି ଅବସରରେ କଂଗ୍ରେସ କ୍ଷମତାକୁ ଆସିଲେ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ କଣ କରିବ ବୋଲି ଏକ ପ୍ରଶ୍ନର ଉତ୍ତରରେ ରାହୁଲ କହିଛନ୍ତି କଂଗ୍ରେସ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ କାମ କରିଛି । ୧୯୯୦-୨୦୧୪ ମଧ୍ୟରେ ଯେବେବି କଂଗ୍ରେସ କ୍ଷମତାକୁ ଆସିଛି ଦେଶର ମଧ୍ୟବିତ୍ତ ଶ୍ରେଣୀ ଲୋକଙ୍କ ପାଇଁ କାମ କରିଛି । ସେଥି ମଧ୍ୟରୁ ଉଦାରୀକରଣ ବ୍ୟବସ୍ଥା ଅନ୍ୟତମ । ଉଦାରୀକରଣ ବ୍ୟବସ୍ଥା ଫଳରେ ଦେଶ ମଧ୍ୟବିତ୍ତ ଶ୍ରେଣୀ ଲୋକମାନେ ଉପକୃତ ହୋଇଛନ୍ତି  । କଂଗ୍ରେସ କ୍ଷମତାକୁ ଆସିଲେ ଶିକ୍ଷା ଏବଂ ସ୍ବାସ୍ଥ୍ୟ ବ୍ୟବସ୍ଥା କିଭଳି ମଧ୍ୟବିତ୍ତ ଶ୍ରେଣୀ ପାଇଁ ସୁଲଭ ହୋଇପାରିବ ତା ଉପରେ ଧ୍ୟାନ ଦେବ ।

ଏହି ଅବସରରେ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ । ମୋଦି ଦେଶର ୩୦ ହଜାର କୋଟି ଟଙ୍କା ଲୁଟିଛନ୍ତି । ଆରଏସଏସ ବିଜେପିକୁ ନିୟନ୍ତ୍ରଣ କରୁଛି । ଅନୀଲ ଅମ୍ବାନୀ ଭଳି ଲୋକଙ୍କ ପାଇଁ ଏ ସରକାର କାମ କରୁଛି ବୋଲି ରାହୁଲ କହିଛନ୍ତି । ୯ହଜାର କୋଟି ଟଙ୍କା ବିଜୟ ମାଲ୍ୟା ଲୁଟି କରିଛନ୍ତି ଏହି ସରକାର ସମୟରେ । ବିଜେପି ଓ ବିଜେଡିର ମଡେଲ ସମାନ । ବ୍ୟୁରୋକ୍ରାଟଙ୍କ ଦ୍ବାରା ଏସବୁ ଦଳ ପରିଚାଳିତ । ଚାଷୀ ଦେଶର ମେରୁଦଣ୍ଡ । କିନ୍ତୁ ସେମାନଙ୍କ ପାଇଁ ଏ ସରକାର କିଛି କରିନାହାନ୍ତି ବୋଲି ବିଭିନ୍ନ ପ୍ରଶ୍ନର ଉତ୍ତରରେ ରାହୁଲ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.