କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ; କର୍ମୀଙ୍କୁ ଖଡଗେଙ୍କ ବିଜୟ ଶ୍ରେୟ, କହିଲେ ୩୬୫ ଦିନ କାର୍ଯ୍ୟ କର

Published By : Prameya-News7 Bureau | June 08, 2024 IST

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପରେ କଂଗ୍ରେସର ପ୍ରଥମ କାର୍ଯ୍ୟକାରିଣୀ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଚାଲିଛି ବୈଠକ । ଏଥିରେ  କଂଗ୍ରେସ ବରିଷ୍ଠ ନେତୃତ୍ବ ନିର୍ବାଚନୀ ଫଳାଫଳକୁ ନେଇ ତର୍ଜମା କରୁଛନ୍ତି । ଏହି ସହିତ ଆଗାମୀ ରଣନୀତି ନେଇ ଆଲୋଚନା ଚଲୁଛି । ଏହି ବୈଠକରେ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସହିତ ବହୁ ବରିଷ୍ଠ ନେତା ରହିଛନ୍ତି । ଏହି ମିଟିଂରେ ନିର୍ବାଚନ ରେଜଲ୍ଟକୁ ନେଇ ସମସ୍ତ କର୍ମକର୍ତ୍ତାଙ୍କୁ ଶ୍ରେୟ ଦେଇଛନ୍ତି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏହା ସହିତ ସେ କହିଛନ୍ତି, ଶାସନ କ୍ଷମତାକୁ ଫେରିବାକୁ ହେଲେ ନରନ୍ତର କାମ କରିବାକୁ ହେବ । ୨୪ ଘଣ୍ଟା ଏବଂ ୩୬୫ ଦିନ ଲୋକଙ୍କ ସହିତ ରହିବାକୁ ହେବ ବୋଲି ଖଡର୍ଗେ ରହିଛନ୍ତି ।  

ଏହାଛଡ଼ା ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ମଲ୍ଲିକାର୍ଜୁନ ଖଡଗେ । ସେ କହିଛନ୍ତି, ଦେଶବାସୀ କଂଗ୍ରେସ ଉପରେ ଭରସା କରିଛନ୍ତି ଏବଂ ତାନାଶାହ ଶକ୍ତି ଏବଂ ସମ୍ବିଧାନ ବିରୋଧୀ ଶକ୍ତିକୁ କଡ଼ା ଜବାବ ଦେଇଛନ୍ତି । ହିନ୍ଦୁସ୍ତାନର ମତଦାତା ବିଜେପିର ୧୦ ବର୍ଷର ବିଭାଜନକାରୀ, ଘୃଣ ଓ ଧ୍ରୁବୀକରଣ ରାଜନୀତିକୁ ଖାରଜ କରିଛନ୍ତି । ଏହା ସହିତ ମଲ୍ଲିକାର୍ଜୁନ ଖଡଗେ ସମସ୍ତ ନବନିର୍ବାଚିତ ସାଂସଦଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅଷ୍ଟାଦଶ ଲୋକସଭାରେ ସଦସ୍ୟ ହୋଇଥିବାରୁ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.