କଂଗ୍ରେସ ସଭାପତି ନିର୍ବାଚନ: ଥରୁରଙ୍କ ପରେ ପ୍ରାର୍ଥୀପତ୍ର ନେଲେ ପବନ କୁମାର ବଂସଲ, ଜାଣନ୍ତୁ କିଏ?

Published By : Prameya-News7 Bureau | September 27, 2022 IST

ନୂଆଦିଲ୍ଲୀ ୨୭।୯: ସଭାପତି ନିର୍ବାଚନକୁ ନେଇ କଂଗ୍ରେସରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। ନିର୍ବାଚନ ଲାଗି ଅଧିସୂଚନା ଜାରି ପରେ ପ୍ରାର୍ଥୀପତ୍ର ସଂଗ୍ରହ କରାଯାଉଛି। ଏଥିରେ ଦଳର ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର ତାଙ୍କ ପ୍ରତିନିଧିଙ୍କ ଜରିଆରେ ପ୍ରାର୍ଥୀପତ୍ର ସଂଗ୍ରହ କରିସାରିଥିବା ବେଳେ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ସଂଗ୍ରହ କରିଛନ୍ତି ପବନ କୁମାର ବଂସଲ। କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ମୁଖ୍ୟ ମଧୁସୂଦନ ମିସ୍ତ୍ରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।

ବଂସଲ ପାର୍ଟିର କୋଷାଧ୍ୟକ୍ଷ ଅଛନ୍ତି ଓ ସେ ହୁଏତ କାହାକୁ ସମର୍ଥନ କରିପାରନ୍ତି ବୋଲି ମିସ୍ତ୍ରୀ କହିଛନ୍ତି। ତେବେ ଅଶୋକ ଗେହଲୋଟଙ୍କୁ ନେଇ ଏବେବି ସଂଶୟ ଜାରି ରହିଛି। ଥରୁରଙ୍କୁ ମିଶାଇ ଏପର୍ଯ୍ୟନ୍ତ ମାତ୍ର ୨ଟି ପ୍ରାର୍ଥୀପତ୍ର ନିଆଯାଇଛି। ମିସ୍ତ୍ରୀଙ୍କ ସୂଚନା ଅନୁସାରେ ଶଶି ଥରୁର ସେପ୍ଟେମ୍ବର ୩୦ ତାରିଖ ଦିନ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିବେ। ତେବେ ଗେହଲୋଟଙ୍କ ପ୍ରାର୍ଥୀପତ୍ର ସମ୍ପର୍କରେ ମିସ୍ତ୍ରୀଙ୍କୁ ପଚରା ଯିବାରେ ସେ ପ୍ରାର୍ଥୀପତ୍ର ନେବେ କି ନା ସେ ନେଇ କୌଣସି ସ୍ପଷ୍ଟ ସୂଚନା ନଥିବା କହିଛନ୍ତି। ଅନ୍ୟପକ୍ଷରେ ମିସ୍ତ୍ରୀ ମଙ୍ଗଳବାର ସୋନିଆ ଗାନ୍ଧିଙ୍କୁ ଡେଲିଗେଟ୍( ନିର୍ବାଚକ ମଣ୍ଡଳୀ ସଦସ୍ୟ) ଭାବେ ପରିଚୟ ପତ୍ର ପ୍ରଦାନ କରିଛନ୍ତି।

{"id":689073,"width":840,"height":582,"sizeSlug":"full","linkDestination":"none"}

କଂଗ୍ରେସ ସଭାପତି ନିର୍ବାଚନକୁ ନେଇ ପ୍ରଥମେ ଅଶୋକ ଗେହଲୋଟ ସବୁଠୁ ମଜଭୁତ ଦାବିଦାର ଥିଲେ। ତେବେ ବିବାଦ ପରେ ଏବେ ପରିସ୍ଥିତି ବଦଳି ଯାଇଛି। ରାଜସ୍ଥାନ କଂଗ୍ରେସରେ ଉପୁଜିଥିବା ସଂକଟ ନେଇ ଦୁଇ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡଗେ ଓ ଅଜୟ ମାକନ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପରିସ୍ଥିତି ସମ୍ପର୍କରେ ଅବଗତ କରିଥିଲେ। ଏ ବାବଦେ ଅଧ୍ୟକ୍ଷା ଲିଖିତ ରିପୋର୍ଟ ତଲବ କରିଥିବା ବେଳେ ଅନୁଶାସନହୀନତା ଲାଗି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ବିଶ୍ୱସ୍ଥ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଶଙ୍କା କରାଯାଉଛି।

ସେପଟେ ରାଜସ୍ଥାନ ଘଟଣାକ୍ରମକୁ ନେଇ ଗେହଲଟ କଂଗ୍ରେସ ସଭାପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବା ନେଇ ପ୍ରଶ୍ନ ଚିହ୍ନ ଲାଗିଯାଇଛି। ଏବେ କମଲନାଥ, ଦିଗବିଜୟ ସିଂହ, ମୁକୁଲ ୱାସନିକ, ମଲ୍ଲିକାର୍ଜ୍ଜୁନ ଖଡଗେ, କୁମାରୀ ଶୈଲଜା ଓ ଅନ୍ୟଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି। ତେବେ କଂଗ୍ରେସ ସଭାପତି ପଦ ନିମନ୍ତେ କମଲନାଥ ଆଗ୍ରହୀ ନଥିବା କହିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.