scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଧାନସଭା ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା କଂଗ୍ରେସ; ଅଶୋକ ଗେହେଲଟ୍‌ ହେଲେ ଗୁଜୁରାଟର ପର୍ଯ୍ୟବେକ୍ଷକ, ଭୂପେଶଙ୍କୁ ମିଳିଲା ଏହି ଦାୟିତ୍ୱ

12/07/2022 at 6:36 PM

ନୂଆଦିଲ୍ଲୀ ୧୨/୦୭: ହିମାଚଳ ପ୍ରଦେଶ ଓ ଗୁଜୁରାଟରେ ଆଗାମୀ ୨୦୨୨ ନଭେମ୍ୱର ଓ ଡିସେମ୍ୱରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଆଖିଆଗରେ ରଖି ଭାରତୀୟ ଜାତୀୟ କଂଗ୍ରେସ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ରାଟଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଇଛି। ଏହି କ୍ରମରେ ଅଶୋ଼କ ଗେହେଲଟଙ୍କୁ ଗୁଜୁରାଟ ନିର୍ବାଚନ ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ସେହିପରି କଂଗ୍ରେସର ବର୍ଷୀୟାନ ନେତା ସଚିନ୍‌ ପାଇଲଟ୍‌ଙ୍କୁ ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି।  

ଏନେଇ କେସି ବେଣୁ ଗୋପାଳ ଦଳ ତରଫରୁ ଏକ ବୟାନ ଜାରି କରିଛନ୍ତି। ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି କରାଯାଇଛି ବୋଲି ବୟାନରେ ସ୍ପଷ୍ଟ କରାଯାଇଛି। ଏହା ସହିତ ଟିଏସ ସିଂହ ଦେଓ  ଏବଂ ମିଲିନ୍ଦ ଦେଓଡ଼ାଙ୍କୁ ଗୁଜୁରାଟ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଅନ୍ୟପଟେ ସଚିନ ପାଇଲଟ୍‌ ଓ ପ୍ରତାପ ସିଂହ ବାଜୱା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ତୁଲାଇବେ।     

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗେହେଲଟଙ୍କୁ ଗୁଜୁରାଟର ନିର୍ବାଚନ ଓ ବଘେଲଙ୍କୁ  ହିମାଚଳପ୍ରଦେଶ ନିର୍ବାଚନ ପାଇଁ ବରିଷ୍ଠ ପର୍ଯ୍ୟଟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି। ଏବର୍ଷ ଶେଷ ଭାଗରେ ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ନିର୍ବାଚନ  ହେବାର ସମ୍ଭାବନା ରହିଛି। କଂଗ୍ରେସ ଦୁଇଟି ରାଜ୍ୟରେ ବିଜେପି ଠାରୁ କ୍ଷମତା ହାତେଇବା ପାଇଁ ଚେଷ୍ଠା କରୁଛି। ସେଥିପାଇଁ ଦଳ ଏବେ ଠାରୁ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରି ଦେଇଛି।

ସୂଚନାଥାଉକି ଏହା ପୂର୍ବରୁ ୪ଟି ରାଜ୍ୟରେ ହୋଇଥିବା ବିଧାସଭା ନିର୍ବାଚନରେ କଂଗ୍ରେସ ପଞ୍ଜାବରେ ଆପ୍‌ ଠାରୁ ହାରିଥିଲା ଓ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁରରେ ମଧ୍ୟ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଉତ୍ତରପ୍ରଦେଶ, ମଣିପୁର, ଗୋଆ ଓ ଉତ୍ତରାଖଣ୍ଡରେ ବିଜେପି ତାର ଆସନ ବଜାୟ ରଖିବାରେ ସଫଳ ହୋଇଥିଲା।

   Related Posts