ବିଜେପି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ୯ଟି ପ୍ରଶ୍ନ କଲା କଂଗ୍ରେସ

Published By : Prameya-News7 Bureau | May 26, 2023 IST

ନୂଆଦିଲ୍ଲୀ: ଆସନ୍ତା ମେ ୨୬ ତାରିଖରେ ଦେଶରେ ବିଜେପି ଶାସନର ୯ ବର୍ଷ ପୂରଣ ହୋଇଛି। ଏହି ୯ ବର୍ଷ ଭିତରେ ଅନେକ କିଛି ବିତିଯାଇଛି। ଅନେକ ଉତ୍ଥା-ପତ୍ତନ ଓ ରାଜନୈତିକ ମତଭେଦ ଦେଖା ଦେଇଛି। ବିଭିନ୍ନ ପ୍ରସଙ୍ଗ ଉଠାଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନ କରିଛି। ହେଲେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ପର୍ଯ୍ୟନ୍ତ ବିରୋଧୀଙ୍କର କୌଣସି ଗୋଟିଏ ବି ପ୍ରଶ୍ନର ଉତ୍ତର ଦେଇ ନାହାନ୍ତି କି ପ୍ରଶ୍ନ ପଚାରୁଥିବା ଗଣମାଧ୍ୟମର ସାମ୍ନା କରି ନାହାନ୍ତି।
ଆଉ ଏବେ ଯେତେବେଳେ ବିଜେପି ଶାସନର ୯ ବର୍ଷ ପୂରଣ ହେବାକୁ ଯାଉଛି, ସେତେବେଳେ କଂଗ୍ରେସ ତାଙ୍କୁ ଏହି ୯ ବର୍ଷ ଶାସନର ୯ଟି ପ୍ରଶ୍ନ ପଚାରିଛି। ଆଶା କରିଛି ପ୍ରଧାନମନ୍ତ୍ରୀ ମୋଦୀ ନିରବତା ଭାଙ୍ଗି କଂଗ୍ରେସ ପ୍ରଶ୍ନର ଉତ୍ତର ଦେବେ।

ଏନେଇ କଂଗ୍ରେସ ଯୋଗାଯୋଗ ମାଧ୍ୟମର ସାଧାରଣ ସମ୍ପାଦକ ଜୟରାମ ରମେଶ ୯ଟି ପ୍ରଶ୍ନ ସମ୍ଭଳିତ ‘୯ ସାଲ୍ ୯ ସୱାଲ୍’ ନାମକ ଏକ ପତ୍ରିକା ରିଲିଜ୍ କରିଛନ୍ତି। ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ମାତ୍ର ୯ଟି ପ୍ରଶ୍ନ ରହିଛି। ଦିଲ୍ଲୀ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଲନୀ କରି ଏହି ପ୍ରଶ୍ନ ପତ୍ରିକା ଉନ୍ମୋଚନ କରିଛନ୍ତି ଜୟରାମ।
ଏଥିରେ ଥିବା ପ୍ରଶ୍ନ ମଧ୍ୟରେ ଦେଶରେ ମହଙ୍ଗାମାଡ଼, ବେରୋଜଗାରୀ ସମସ୍ୟା, ଚାଷୀ ଆୟ ଡବଲ ହେବା ଆଦି ପ୍ରସଙ୍ଗକୁ ନେଇ ପ୍ରଶ୍ନ କରାଯାଇଛି। ଏଥିସହିତ ମୋଦୀଙ୍କ ସମୟରେ ଜନତାଙ୍କୁ ଧୋକା ଦିଆଯାଇଥିବାରୁ କଂଗ୍ରେସ କ୍ଷମା ଦାବି କରିଛି।

India's CPI inflation likely to remain below 6% for rest of FY23: SBI -  Fibre2Fashion



କଂଗ୍ରେସ ୯ଟି ପ୍ରଶ୍ନ ହେଲା-

୧. ଅର୍ଥନୀତି-
କାହିଁକି ଭାରତରେ ମହଙ୍ଗା ବେରୋଜଗାରୀ ଓ ଦରଦାମ ଆକାଶ ଛୁଆଁ ହୋଇଛି ?, କାହିଁକି ଜଣେ ଧନୀ ଆହୁରି ଧନୀ ହେଉଛି ଗରିବ ଆହୁରି ଗରିବ ?, ଆର୍ଥିକ ବିଷମତା ବଢ଼ୁଥିବା ବେଳେ କାହିଁକି ଲୋକଙ୍କ ସମ୍ପତ୍ତିକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବନ୍ଧୁଙ୍କ ବିକ୍ରି କରାଯାଉଛି ?
୨. କୃଷି ଓ ଚାଷ- ୩ କଳା କୃଷି ଆଇନ ପ୍ରତ୍ୟାହାର କରାଯାଇଥିବା ବେଳେ କୃଷକଙ୍କ ସହ କରାଯାଇଥିବା ଚୁକ୍ତିକୁ କାହିଁକି କାର୍ଯ୍ୟକାରୀ କରାଗଲା ନାହିଁ ?, କାହିଁକି ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନଗତ ଭାବେ ସୁନିଶ୍ଚିତ କରାଗଲା ନାହିଁ?, ଗତ ୯ ବର୍ଷରେ କାହିଁକି କୃଷକ ଆୟ ଦ୍ୱିଗୁଣିତ ହେଲାନି ?
୩. ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣ- ପ୍ରଧାନମନ୍ତ୍ରୀ ତାଙ୍କ ବନ୍ଧୁ ଆଦାନୀଙ୍କୁ ଲାଭ ପହଞ୍ଚାଇବା ପାଇଁ LIC ଓ SBIରେ ଲୋକଙ୍କ କଷ୍ଟ ଉପାର୍ଜିତ ସଞ୍ଚୟକୁ କାହିଁକି ବିପଦରେ ପକାଉଛନ୍ତି?, ବିଜେପି ଚୋରମାନଙ୍କୁ କାହିଁକି ଖସିଯିବାକୁ ଦେଉଛ?, ବିଜେପି ଶାସିତ ରାଜ୍ୟଗୁଡିକରେ ଦୁର୍ନୀତିକୁ ନେଇ ଆପଣ କାହିଁକି ଚୁପ୍ ରହିଛନ୍ତି ଏବଂ ଆପଣ କାହିଁକି ଦେଶବାସୀଙ୍କୁ ଦୁଃଖରେ ଚାଡ଼ି ଦେଉଛନ୍ତି?,
୪. ଚୀନ ଓ ଜାତୀୟ ସୁରକ୍ଷା- ୨୦୨୦ରେ ଚାଇନାକୁ କ୍ଲିନ ଚିଟ୍ ପରେ ମଧ୍ୟ ସେମାନେ କାହିଁକି ଭାରତୀୟ ଅଞ୍ଚଳ ଦଖଲ ଜାରି ରଖିଛନ୍ତି?, ଚୀନ୍ ସହିତ ୧୮ ଥର ବୈଠକ ହୋଇସାରିଛି, ତଥାପି ସେମାନେ କାହିଁକି ଭାରତୀୟ ଅଞ୍ଚଳକୁ ଛାଡ଼ି ଦେବାକୁ ମନା କରୁଛନ୍ତି ? ଓଲଟି କାହିଁକି ଆକ୍ରୋଶମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ?

Chinese aggression in Ladakh also a message for domestic and external  audience: Experts


୫. ସାମାଜିକ ସମନ୍ୱୟ- ରାଜନୈତିକ ଫାଇଦା ପାଇଁ କାହିଁକି ଘୃଣାର ରାଜନୀତି କରାଯାଉଛି ଓ ଏକ ଭୟର ବାତାବରଣକୁ ପ୍ରୋତ୍ସାହିତ କରାଯାଉଛି ?
୬. ସାମାଜିକ ନ୍ୟାୟ- କାହିଁକି ତୁମର ଦମନକାରୀ ସରକାର କୌଶଳ କରି ସାମାଜିକ ନ୍ୟାୟର ମୂଳଦୁଆକୁ ନଷ୍ଟ କରୁଛନ୍ତି?, ଦଳିତ ମହିଳା, ଏସ୍‌, ଏସ୍‌ଟି, ଓବିସି ଓ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆତ୍ୟାଚାରକୁ ନେଇ କାହିଁକି ଆପଣଙ୍କ ସରକାର ନିରବ ? ଜାତିଗତ ଜନଗଣନା ପାଇଁ ହେଉଥିବା ଦାବିକୁ କାହିଁକି ଆପଣ ଅଣଦେଖା କରୁଛନ୍ତି ?
୭. ଗଣତନ୍ତ୍ର ଓ ସଂଘୀୟ ବ୍ୟବସ୍ଥା- ଗତ ୯ ବର୍ଷ ହେଲା କାହିଁକି ଅପଣ ଆମର ଗଣତାନ୍ତ୍ରୀକ ମୂଲ୍ୟବୋଧ ଓ ଗଣତାନ୍ତ୍ରୀକ ସଂସ୍ଥାଗୁଡ଼ିକୁ ଦୁର୍ବଳ କରି ଚାଲିଛନ୍ତି ?, କାହିଁକି ଆପଣ ବିରୋଧୀ ଦଳ ଓ ନେତାମାନଙ୍କ ବିରୋଧରେ ପ୍ରତିଶୋଧ ରାଜନୀତିର ଅଭ୍ୟାସ କରୁଛନ୍ତି ?, ଲୋକଙ୍କ ଦ୍ୱାରା ନିର୍ବାଚନ ସରକାରଙ୍କୁ ଅସ୍ଥିର କରିବା ପାଇଁ ଆପଣ ବହୁମାତ୍ରାରେ ଧନବଳର କାହିଁକି ବ୍ୟବହାର କରୁଛନ୍ତି ?

Chaos and hunger amid India coronavirus lockdown | Coronavirus pandemic  News | Al Jazeera


୮. ସମାଜମଙ୍ଗଳକାରୀ ଯୋଜନା- କାହିଁକି ଗରିବ, ଆବଶ୍ୟକ କରୁଥିବା ଲୋକେ ଓ ଆଦିବାସୀଙ୍କ ପାଇଁ ଥିବା କଲ୍ୟାଣକାରୀ ଯୋଜନାଗୁଡ଼ିକୁ ସେମାନଙ୍କ ବଜେଟ୍‌ କାଟ୍ କରି ଓ ବିଭିନ୍ନ ପ୍ରତିବନ୍ଧକ ଲଗାଇ ଦୁର୍ବଳ କରିଦିଆଯାଉଛି ?
୯ କୋଭିଡ ୧୯- ଖରାପ ପରିଚାଳନା- କୋଭିଡ-୧୯ରେ ୪୦ ଲକ୍ଷ ଲୋକଙ୍କ ମୃତ୍ୟୁ ପରେ ବି ସରକାର କାହିଁକି ସେମାନଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ମନା କରିଛନ୍ତି ?, କାହିକିଁ ଆପଣ ହଠାତ୍ ଲକ୍‌ଡାଉନ ଲଗାଇ ଲକ୍ଷ ଲକ୍ଷ ଲୋକଙ୍କୁ ଘରକୁ ଫେରିବାକୁ ବାଧ୍ୟ କରିଦେଲେ, ଆଉ କୌଣସି ସହାୟତା ଦେଲେନି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.