ସିନ୍ଧିଆଙ୍କୁ ସିଧା ସିଧା ଟାର୍ଗେଟ୍; ଦେଶଦ୍ରୋହୀ କହିଲେ କଂଗ୍ରେସ ନେତା ଜୟରାମ ରମେଶ, ପ୍ରତିକ୍ରିୟା ରଖିଲେ ମଧ୍ୟପ୍ରଦେଶ ବିଜେପି ସଚିବ

Published By : Prameya-News7 Bureau | December 03, 2022 IST

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆଙ୍କୁ ସିଧା ସିଧା ଟାର୍ଗେଟ୍ ।  ଗଦ୍ଦାର କହିବାକୁ ପଛେଇଲେ ନାହିଁ କଂଗ୍ରେସ ବରିଷ୍ଠ ନେତା ଜୟରାମ ରମେଶ । ସନ୍ଧିଆ ଜଣେ ୨୪ କ୍ୟାରେଟ୍ ଗଦ୍ଦାର ଓ କଂଗ୍ରେସକୁ ଫେରିବା ସମ୍ପୂର୍ଣ୍ଣ ଅସମ୍ଭବ ବୋଲି ଲୋକଙ୍କ ପ୍ରଶ୍ନରେ ଉତ୍ତର ଦେଇଛନ୍ତି ।

ଭାରତ ଯୋଡ଼ ଯାତ୍ରାରେ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆଙ୍କୁ କଂଗ୍ରେସ ନେତାଙ୍କ ଜୋରଦାର ହମଲା । ମଧ୍ୟପ୍ରଦେଶର ମାଲଓ୍ବା ସଭାରେ ଲୋକଙ୍କ ପ୍ରଶ୍ନରେ ସିନ୍ଧିଆଙ୍କୁ ଗଦ୍ଦାର ବୋଲି କହିଛନ୍ତି ବରିଷ୍ଠ ନେତା ଜୟରାମ ରମେଶ । ପାର୍ଟି ଛାଡ଼ିବା ପରେ ଦଳର ଗାରିମାକ୍ଷୂର୍ଣ୍ଣ କରି ନାହାନ୍ତି କପିଲ୍ ସିବଲ । ତାଙ୍କୁ ଦଳକୁ ଫେରିବାକୁ ଅନୁମତି ଦିଆଯାଇ ପାରେ, ହେଲେ ସିନ୍ଧିଆ ଏବଂ ହେମନ୍ତ ବିଶ୍ବଶର୍ମା ଭଳି ନେତାଙ୍କୁ ଦଳକୁ ଫେରିବା ଅସମ୍ଭବ ।

କେନ୍ଦ୍ରମନ୍ତ୍ରୀ ସିନ୍ଧିଆଙ୍କୁ ଦେଶଦ୍ରୋହୀ କହିବାକୁ ପଛେଇନାହାନ୍ତି ରମେଶ । ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ ଜଣେ ୨୪ କ୍ୟାରେଟ୍ ଗଦ୍ଦାର ବୋଲି କହିଛନ୍ତି । ଧୋକା ଦେଇ ନିଜ ସ୍ବାର୍ଥ ପାଇଁ କଂଗ୍ରେସ ଛାଡ଼ିଥିବା ନେତାଙ୍କୁ ଘର ବାହୁଡ଼ା ପାଇଁ ପୁଣି ସୁଯୋଗ ଦେବା ଠିକ୍ ନୁହେଁ ବୋଲି ଜୟରାମ କହିଛନ୍ତି । ଯେଉଁମାନେ ପାର୍ଟି ଛାଡ଼ିଥିଲେ ମଧ୍ୟ କଂଗ୍ରେସର ଗାରିମାକ୍ଷୂର୍ଣ୍ଣ କରିନାହାନ୍ତି ତାଙ୍କୁ ନେଇ ଦଳ ଅଧ୍ୟକ୍ଷ ବିଚାର କରିପାରନ୍ତି, ହେଲେ ଗଦ୍ଦାରଙ୍କୁ ନୁହେଁ ।

ଜୟରାମ ରମେଶଙ୍କ ଟିପ୍ପଣି ଉପରେ ପ୍ରତିକ୍ରିୟା ରଖିଛନ୍ତି ମଧ୍ୟପ୍ରଦେଶ ବିଜେପି ସଚିବ ନଜନୀଶ ଅଗ୍ରଓ୍ବାଲ । ସିନ୍ଧିଆ ଜଣେ ୨୪ କ୍ୟାରେଟ୍ ଦେଶଭକ୍ତ ବୋଲି କହିଛନ୍ତି । ରମେଶଙ୍କ ବୟାନ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ । ସେପଟେ ୨୦୧୫ରେ ଆସାମରେ କଂଗ୍ରେସ ହାରିବାକୁ ନେଇ ହେମନ୍ତ ବିଶ୍ବଶର୍ମା ଦଳ ଛାଡ଼ିଥିଲେ । ପରେ ବିଜେପିରେ ସାମିଲ ହୋଇ ପ୍ରଥମେ କେନ୍ଦ୍ରମନ୍ତ୍ରୀ ଓ ପରେ ଆସାମର ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଛନ୍ତି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.