କଂଗ୍ରେସ୍ ରାଜନୀତି ସରଗରମ,ରାଜ୍ୟସଭା ଯାଇପାରନ୍ତି ପ୍ରିୟଙ୍କା, ବିଦେଶରୁ ଫେରିବା ପରେ ରାହୁଲଙ୍କ ଘରେ ଘନଘନ ବୈଠକ
2/03/2020 at 12:18 PM

ନୂଆଦିଲ୍ଲୀ ୨।୩: ଇଟାଲୀରେ ଛୁଟି ବିତାଇ ରାହୁଲ ଗାନ୍ଧି ଭାରତ ଫେରିବା ସହ ଦେଶରେ ରାଜନୈତିକ ସ୍ଥିତି ସମୀକ୍ଷା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ରାହୁଲ ରବିବାର ଦେଶକୁଫେରିବା ପରଠାରୁ ତାଙ୍କୁପ୍ରିୟଙ୍କା ଦୁଇ ଥର ଭେଟିସାରିଲେଣି। ଗାନ୍ଧି ପରିବାର ଏବେ ପ୍ରିୟଙ୍କାଙ୍କୁ ରାଜ୍ୟ ସଭାକୁ ପଠାଇବାକୁ ଚାହୁଁଥିବା ଏଥିରୁ ଜଣାପଡିଥିବା ବେଳେ ରାଜ୍ୟସଭା ସାଙ୍ଗକୁ ସେ ସଙ୍ଗଠନର ଦାୟିତ୍ୱ ମଧ୍ୟ ସମ୍ଭାଳିବେ ବୋଲି ସୂଚନା ମିଳିଛି।

ପ୍ରିୟଙ୍କା ଏବେ ସଙ୍ଗଠନକୁ ମଜଭୁତ କରିବା ସହ ରାହୁଲଙ୍କୁ ସହାୟତା କରୁଛନ୍ତି। ଏଥିରେ ଏବେ ସୋନିଆଙ୍କ ସ୍ୱାସ୍ଥ୍ୟ ଠିକ୍ ରହୁନାହିଁ। ଏଣୁ ଏବେ ପାର୍ଟିର ଦାୟିତ୍ୱ ଏକପ୍ରକାର ରାହୁଲଙ୍କ କାନ୍ଧକୁ ଆସୁଛି। ଏଥିରେ ରାହୁଲଙ୍କ ଲାଗି ପ୍ରିୟଙ୍କାଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ଗାନ୍ଧିପରିବାର ଅନୁଭବ କରୁଛନ୍ତି। ଏଣୁ ପ୍ରିୟଙ୍କାଙ୍କୁ ରାଜ୍ୟସଭା ପଠା ଯାଇପାରେ ବୋଲି କଂଗ୍ରେସ୍ରେ ଆଲୋଚନା ଜୋର ଧରିଛି।

କଂଗ୍ରେସ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପ୍ରିୟଙ୍କାଙ୍କୁ ରାଜ୍ୟସଭା ପଠାଇ ତାଙ୍କ ଲୋକପ୍ରିୟତା ଓ ଚମତ୍କାର ଉତ୍ତରପ୍ରଦେଶ ସାଙ୍ଗକୁ ଦେଶର ଅନ୍ୟ ରାଜ୍ୟଙ୍କୁ ବି ଦିଆଯିବା ଦରକାର। ଖାସ୍ ଏଥିଲାଗି ଅଶୋକ ଗେହଲତ ନିକଟରେ ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟିଥିଲେ ମଧ୍ୟ। ସାକ୍ଷାତ ଆଲୋଚନାରେ ପ୍ରିୟଙ୍କା ରାଜ୍ୟସଭାକୁ ଯାଇ ତାଙ୍କର ରାଜନୈତିକ ଭୂମିକାକୁଅଧିକ ସକ୍ରିୟ କରନ୍ତୁ ବୋଲି କହିଥିଲେ। ରାହୁଲ ଗାନ୍ଧି ଲୋକସଭାରେ ଦଳର ନେତୃତ୍ୱ ନେଉଛନ୍ତି। ଏଣୁ ସଙ୍ଗଠନକୁମଜଭୁତ କରିବା ଲାଗି ସମସ୍ତଙ୍କ ନଜର ଏବେ ପ୍ରିୟଙ୍କାଙ୍କ ଉପରେ ପଡିଛି।