ନୀଳଗିରିରୁ କଂଗ୍ରେସର ପଦଯାତ୍ରା ଆରମ୍ଭ

Published By : Prameya-News7 Bureau | August 09, 2022 IST

ନୀଳଗିରି ୯।୮: ବାଲେଶ୍ଵର ଜିଲ୍ଲା ନୀଳଗିରି ଗଡ଼ଜାତ ମାଟିରୁ ପଦଯାତ୍ରା ଆରମ୍ଭ କରିଛି କଂଗ୍ରେସ । କେନ୍ଦ୍ର ସରକାରଙ୍କ ମନମୁଖୀ ଶାସନ, ଅହେତୁକ ଦରଦାମ ବୃଦ୍ଧି, ଜିଏସଟି ନାମରେ ଶୋଷଣ, ମୁଦ୍ରାସ୍ପିତୀ ବୃଦ୍ଧି, ବେରୋଜଗାରୀ ଭଳି ଅନେକ ଦାବି ନେଇ ମଙ୍ଗଳବାର କ୍ରାନ୍ତି ଦିବସରୁ ନୀଳଗିରି ଜଗନ୍ନାଥ ମନ୍ଦିର ନିକଟରୁ ପଦଯାତ୍ରା ବାହାରି ସହର ପରିକ୍ରମା କରି ପ୍ରତାପଡା ପର୍ଯ୍ୟନ୍ତ ପହଞ୍ଚିଥିଲା । ଏହା ୧୪ ତାରିଖରେ ସାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ । ବାଲେଶ୍ଵର କଂଗ୍ରେସ ଜିଲ୍ଲା ସଭାପତି ସଂଜୀବ ଗିରିଙ୍କ ନେତୃତ୍ବରେ ଓ ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ରାଜ୍ୟସ୍ତରୀୟ ଓ ସ୍ଥାନୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.