କଂଗ୍ରେସର ଵିଶ୍ଵାସଘାତ ଦିବସ

Published By : Prameya-News7 Bureau | May 26, 2018 IST

ଆଜି କଂଗ୍ରେସ ସାରା ଦେଶରେ ପାଳନ କରୁଛି ଵିଶ୍ଵାସଘାତ ଦିବସ । କେନ୍ଦ୍ର ବିଜେପି ସରକାରକୁ ବିରୋଧ କରିବାକୁ ଯାଇ କଂଗ୍ରେସ ଏହି ଦିବସ ପାଳନ କରୁଛି । ଆଜି ଦଳ ଭୁବନେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏହି ଦିବସ ପାଳନ କରିବା ସହିତ ଏକ ସାଧାରଣ ସଭା ମଧ୍ୟ କରିବ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କଂଗ୍ରେସର ଅଭିଯୋଗ, ଦେଶବାସୀଙ୍କୁ ବିଜେପି ଅନେକ ପ୍ରତିଶ୍ରୁତି ଆଉ ସ୍ବପ୍ନ ଦେଖାଇଛି । ତେବେ ସରକାର କିଛି ପ୍ରତିଶ୍ରୁତି ପୂରଣ କରିନାହିଁନ୍ତି, ତେଣୁ ଦେଶବାସୀଙ୍କ ସହିତ ବିଶ୍ବାସଘାତକତା କରିଛି ବିଜେପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.