ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ୍‌ ଶକ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା ଋଣ ପରିମାଣ
  • ||

ଓଡିଶାରେ ଭୁଶୁଡୁଛି କଂଗ୍ରେସ ଦୁର୍ଗ, ଦଳ ଛାଡିଲେ ୩୦ରୁ ଅଧିକ ନେତା

9/08/2022 at 12:53 PM

ଭୁବନେଶ୍ୱର ୦୯।୦୮: ରାଜ୍ୟ କଂଗ୍ରେସକୁ ଝଟ୍‌କା । ଏକାସାଙ୍ଗେ ଦଳ ଛାଡିଲେ ୩୦ରୁ ଅଧିକ ନେତା । ଏମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ଓ ବିଧାୟକ ସାମିଲ ଅଛନ୍ତି । ସମସ୍ତ ନେତା ପାର୍ଟିର ବରିଷ୍ଠ ନେତା ଏହି ଇସ୍ତଫା ପତ୍ର ପଠାଇଥିବା ସୂଚନା ।

ଖବର ଅନୁଯାୟୀ, ପୂର୍ବତନ ସାଂସଦ ରାଧାକାନ୍ତ ଦିଗଲ, ପୂର୍ବତନ ବିଧାୟକ ରବି ବେହେରା , ଛାତ୍ର କଂଗ୍ରେସ ସାଧାରଣ ସଂପାଦକ ଅକ୍ଷୟ ମଲ୍ଲ , ପିସିସିର ପୂର୍ବତନ ସଂପାଦକ ନିକୁଞ୍ଜ ପଶାୟତ, ପୂର୍ବତନ ମୁଖପାତ୍ର ଅଶୋକ ସାମଲ , ଜାତୀୟ ସଂଯୋଜକ ସୌମ୍ୟ ମିଶ୍ର, ପୂର୍ବତନ ସାଧାରଣ ସଂପାଦକ ବିଶ୍ବଜିତ ଦାସ  ଦଳ ଛାଡିଛନ୍ତି । ତେବେ ଏହି ସବୁ ନେତା କଣ ପାଇଁ କଂଗ୍ରେସ ଛାଡିଛନ୍ତି । ସେନେଇ କିଛି ସବିଶେଷ ତଥ୍ୟ ମିଳିନାହିଁ ।

ସେପଟେ କଂଗ୍ରେସ ନେତା ଇସ୍ତଫା ଦେବା ପରେ ମୁହଁ ଖୋଲିଛନ୍ତି ବିଧାୟକ ମୋକିମ । ସେ କହିଛନ୍ତି ଯେ, ଏହା ଆଶ୍ଚର୍ଯ୍ୟଜନକ ଏବଂ ଦୁଃଖଦାୟକ । ମୋ ସହ କେହି ଆଲୋଚନା କରିନାହାନ୍ତି । କିନ୍ତୁ ସେମାନଙ୍କ ସହ ମୁଁ ଆଲୋଚନା କରିବି । ୩୦ ଜଣ ଇସ୍ତଫା ଦେଇଥିବା ନେତାଙ୍କ ଭିତରେ କଟକ କଂଗ୍ରେସ ସଂଗଠନର ଅନେକ ନେତା ରହିଛନ୍ତି ।

   Related Posts