କଂଗ୍ରେସ ସାଂସଦଙ୍କ ଦାବି ମେସି ଆସାମରେ ଜନ୍ମ ଗ୍ରହଣ କରିଛନ୍ତି, ପରେ ଟ୍ଵିଟ୍ ଡିଲିଟ୍ କଲେ
19/12/2022 at 6:05 PM

ନୂଆଦିଲ୍ଲୀ: ଦୀର୍ଘ ୩୬ ବର୍ଷର ଅପେକ୍ଷା ପରେ ଫିଫା ବିଶ୍ଵ କପ୍ ଚାମ୍ପିଅନ ହୋଇଛି ଆର୍ଜେଣ୍ଟିନା। ଆଉ ତାରକା ଖେଳାଳି ଲିଓନେଲ୍ ମେସିଙ୍କ ସ୍ଵପ୍ନ ପୂରଣ ହୋଇଛି। ତେବେ ଏହା ମଧ୍ୟରେ ଏକ ରୋଚକ ଖବର ସାମ୍ନାକୁ ଆସିଛି। ମେସି ଆସାମରେ ଜନ୍ମ ଗ୍ରହଣ କରିଛନ୍ତି। ଏହା କହିଛନ୍ତି ଆସାମର ସାଂସଦ ଅବଦୁଲ ଖଲିକ। ତେବେ ସେ ପରେ ଉକ୍ତ ଟୁଇଟ୍କୁ ହଟାଇ ଦେଇଛନ୍ତି। ଖଲିକ ଆସାମର ବାରପେଟା ଆସନରୁ ସାଂସଦ।
କାତାରରେ ଆୟୋଜିତ ବିଶ୍ଵ କପ୍ ଜିତିବା ପରେ କଂଗ୍ରେସ ସାଂସଦ ଟ୍ଵିଟ୍ କରି ଆର୍ଜେଣ୍ଟିନାକୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି ହୃଦୟରୁ ମୁଁ ଶୁଭେଚ୍ଛା ଜଣାଉଛି। ଆମେ ମେସିଙ୍କ ଆସାମ ସଂଯୋଗ ନେଇ ଗର୍ବ ଅନୁଭବ କରୁଛୁ। ଯେତେବେଳେ ଆଦିତ୍ୟ ଶର୍ମା ନାମକ ଜଣେ ଟ୍ଵିଟର ୟୁଜର ଆସାମ ସଂଯୋଗ କଣ ବୋଲି ପଚାରିଲେ, ଖଲିଲ କହିଛନ୍ତି, ହଁ ସେ ଆସାମରେ ଜନ୍ମଗ୍ରହଣ କରିଛନ୍ତି।ତେବେ କିଛି ସମୟ ପରେ ନିଜର ଭୁଲ୍ ବୁଝିପାରି ଖଲିଲ ନିଜର ଟ୍ଵିଟର ପୋଷ୍ଟ ହଟାଇ ଦେଇଛନ୍ତି।


ହେଲେ ସେତେବେଳକୁ ଏହାର ସ୍କ୍ରିନସଟ୍ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଜଣେ କହିଛନ୍ତି, ହଁ ମେସି ମୋର କ୍ଲାସମେଟ୍। ଅନ୍ୟ ଜଣେ ଟ୍ଵିଟର ୟୁଜର ଲେଖିଛନ୍ତି, ବିଶ୍ଵ କପ୍ ପରେ ମେସି ଏବଂ ତାଙ୍କ ପତ୍ନୀ ଆସାମ ପରିଦର୍ଶନରେ ଯାଇଛନ୍ତି। କେବେ ଭୁଲି ନାହାନ୍ତି କେଉଁଠୁ ଆସିଛନ୍ତି।
Yes sir he was my classmate
— V. (@immaturelyyours) December 19, 2022
After the world cup messi and his wife visited assam
— Desi Bhayo (@desi_bhayo88) December 19, 2022
Never forget where you come from pic.twitter.com/lw6SmMmFXe
— Professor ngl राजा बाबू 🥳🌈 (@GaurangBhardwa1) December 19, 2022
ଅନ୍ୟପକ୍ଷେ ଅନେକ ୟୁଜର୍ସ ମେସିଙ୍କୁ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରିଛନ୍ତି। କେହି କହିଛନ୍ତି, ଆର୍ଜେଣ୍ଟିନା ଖେଳାଳିଙ୍କ ମହାରାଷ୍ଟ୍ର ସଂଯୋଗ ରହିଛି। ଉଭୟ ଖେଳାଳିଙ୍କ ଜର୍ସି ନମ୍ବର ହେଉଛି ୧୦। ଆର୍ଜେଣ୍ଟିନା ଦୀର୍ଘ ୩୬ ବର୍ଷ ପରେ ବିଶ୍ଵ କପ୍ ଜିତି ଇତିହାସ ରଚିଛି। ରବିବାର ରୋମାଞ୍ଚକର ଏବଂ ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ୍ ମ୍ୟାଚ୍ରେ ଆର୍ଜେଣ୍ଟିନା ପେନାଲ୍ଟି ସୁଟ୍ଆଉଟ୍ରେ ୪-୨ରେ ଫ୍ରାନ୍ସକୁ ହରାଇଛନ୍ତି। ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ୍ ମେସିଙ୍କ ଏହା ଶେଷ ବିଶ୍ଵ କପ୍ ଥିଲା।