AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା: ଜମିବାଡି ବିବାଦକୁ ନେଇ ଜଟଣୀ କନ୍ତିଆରେ ଫୁଟିଲା ବୋମା, ବ୍ୟବସାୟୀ ଗୁରୁତର
  • ||
  • କ୍ରାଇମବ୍ରାଞ୍ଚ ଖୋଲୁଛି ଗୋପାଳ ଗୁମର, ୪ ଦିନିଆ ରିମାଣ୍ଡରେ ଚାଲିଛି ମାରାଥନ ଜେରା
  • ||
  • ପାରାଦ୍ୱୀପ: ବାଇକ୍‌ ଓ କାର୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ୬ ଆହତ
  • ||
  • କରଞ୍ଜିଆ: ଥରୁଛି ଶିମିଳିପାଳ, ଉପର ବାର୍‌ହା କାମୁଡ଼ାରେ ତାପମାତ୍ରା ସର୍ବନିମ୍ନ ୪ଡିଗ୍ରୀ
  • ||

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ୱରମ ଚିଠି, JEE ପାଇଁ ଆବଶ୍ୟକୀୟ ଯୋଗ୍ୟତାରେ କୋହଳ କରିବାକୁ କଲେ ନିବେଦନ

6/12/2022 at 8:15 PM

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ୱରମ ଜେଇଇ ମେନ୍ ୨୦୨୩ର ଆବଶ୍ୟକତା ଯୋଗ୍ୟତାରେ କୋହଳ କରିବା ନେଇ ଦାବି କରିଛନ୍ତି । କେବଳ ଆସନ୍ତା ବର୍ଷ ପାଇଁ ଗୋଟିଏ ଥର ଏହି ପଦକ୍ଷେପ ନେବାକୁ ଅପିଲ କରିଛନ୍ତି । କଂଗ୍ରେସ ସାଂସଦ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ମାମଲାରେ ହସ୍ତକ୍ଷେପ କରି ବୈଷୟିକ ତ୍ରୁଟିର ସାମନା କରିଥିବା ଛାତ୍ରଙ୍କୁ ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି ।  

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖି ଚିଦାମ୍ୱରମ କହିଛନ୍ତି, ଜେଇଇ ମେନ୍ ଏବଂ ଆଡଭାନ୍ସ ୨୦୨୨ ଦେଇଥିବା ଅନେକ ଆଶାୟୀଙ୍କ ଚିନ୍ତା ଉପରେ ମୁଁ ଆପଣଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି । ଏହି ଆଶାୟୀ ବିଦ୍ୟାର୍ଥୀ ଭାରତରେ ସର୍ବଶ୍ରେଷ୍ଠ ଇଞ୍ଜିନିୟରିଂ ଅନୁଷ୍ଠାନରେ ସ୍ଥାନ ପାଇବା ପାଇଁ ଅନେକ ପରିଶ୍ରମ କରିଥିଲେ, କିନ୍ତୁ ପରୀକ୍ଷାରେ ସମାନ ସୁଯୋଗ ପାଇବାରେ କିଛି ବାଧା ହୋଇଥିଲା, ଯାହା ସେମାନଙ୍କ ନିୟନ୍ତ୍ରଣ ବାହାରେ ରହିଥିଲା।

ଏହାସହ କଂଗ୍ରେସ ସାଂସଦ ଲେଖିଛନ୍ତି, ବିନା କୌଣସି ସୂଚନାରେ ଶେଷ ମୁହୂର୍ତ୍ତରେ ପରୀକ୍ଷା କେନ୍ଦ୍ର ବଦଳିବା ଯୋଗୁଁ ଅନେକ ଛାତ୍ରଛାତ୍ରୀ ପରୀକ୍ଷାରେ ବସି ପାରି ନଥିଲେ । ତେଣୁ ୨୦୨୦ରେ ଦ୍ୱାଦଶ ପାସ କରିଥିବା ଛାତ୍ରଛାତ୍ରୀଙ୍କୁ ଜେଇଇ ମେନ୍ ଏବଂ ଆଡଭାନ୍ସରେ ବସିବା ପାଇଁ ଶେଷ ସୁଯୋଗ ଦିଆଯାଉ ବୋଲି ଛାତ୍ରଙ୍କ ତରଫରୁ ଚିଦାମ୍ୱରମ ସରକାରଙ୍କୁ ନିବେଦନ କରିଛନ୍ତି । ଏହାସହ ଯୋଗ୍ୟତା ମାନଦଣ୍ଡକୁ ଗୋଟିଏ ଥର କୋହଳ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିବେଦନ କରିଛନ୍ତି ।   

   Related Posts