ଲୋକେ ମୋ ଉପରେ ଆସ୍ଥା ଓ ବିଶ୍ବାସ ରଖି ବିପୁଳ ଭୋଟ୍‌ରେ ଜୟଯୁକ୍ତ କରିଛନ୍ତି : ସପ୍ତଗିରି ଉଲାକା

Published By : Prameya-News7 Bureau | June 05, 2024 IST

କୋରାପୁଟ ୫।୬: ରାଜ୍ୟର ଏକମାତ୍ର ବିଜୟୀ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଲୋକେ ସାଂସଦ କରି ଯେଉଁ ଦାୟିତ୍ବ ଦେଇଥିଲେ ମୁଁ ତାକୁ ସୂଚାରୁରୂପେ ତୁଲାଇଥିଲି । ଲୋକଙ୍କ ସହ ସମ୍ପର୍କ ରଖି ଅଞ୍ଚଳର ବିକାଶ ପାଇଁ କାମ କରିଥିଲି । ଏଣୁ ଚଳିତ ଥର ଲୋକେ ମୋ ଉପରେ ଆସ୍ଥା ଓ ବିଶ୍ବାସ ରଖି ବିପୁଳ ଭୋଟ୍‌ରେ ଜୟଯୁକ୍ତ କରିଛନ୍ତି । ଏଥିପାଇଁ ଲୋକଙ୍କ ନିକଟରେ କୃତଜ୍ଞ ଆଗାମୀ ଦିନରେ ରାୟଗଡ-ଗୁଣୁପୁର ରେଳ ପଥ ନିର୍ମାଣ, ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ, ବେକାରଙ୍କୁ ନିଯୁକ୍ତି ପାଇଁ ଶିଳ୍ପ ପ୍ରତିଷ୍ଠା କରିବା ଦିଗରେ ଉଦ୍ୟମ କରିବି ବୋଲି କୋରାପୁଟ ଲୋକସଭା ଆସନରୁ ଜୟଯୁକ୍ତ ହୋଇଥିବା କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ପ୍ରତିକ୍ରିୟାରେ କହିଛନ୍ତି ।

You Can Read :

ପୁରୀ ବାଣ ବିସ୍ଫୋରଣ ଘଟଣା : ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି, ଏବେବି ୧୨ ଗୁରୁତର ଚିକିତ୍ସାଧୀନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.