ପ୍ରଚାର ବେଳେ ଦୋକାନରେ ପହଞ୍ଚିଲେ ରାହୁଲ ଗାନ୍ଧୀ, କିଣିଲେ ମନ ପସନ୍ଦର ମିଠା

Published By : Prameya-News7 Bureau | April 13, 2024 IST

ତାମିଲନାଡୁ ୧୩/୦୪: ନିର୍ବାଚନ ଯେତିକି ପାଖଉଛି, ନେତାଙ୍କ ଭିତରେ ସେତିକି ବଢୁଛି ଜୋଶ । ନଜିର କଳ ବଳ କୌଶଳ ଲଗାଇ ପ୍ରଚାରରେ ମାତିଛନ୍ତି ନେତାଏ । ଆଗାମୀ ଲୋକସଭା ନିର୍ବାଚନ ପାଇଁ ତାମିଲନାଡୁରେ ପ୍ରାଚରରେ ବ୍ୟସ୍ତ ରାହୁଲ ଗାନ୍ଧି । 

ତେବେ ନିଜର ବ୍ୟସ୍ତ ପ୍ରଚାରରୁ ଟିକିଏ ବିରତି ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶୁକ୍ରବାର ରାତିରେ ସିଙ୍ଗାନାଲୁରର ଏକ ମିଠା ଦୋକାନ ବୁଲି ଯାଇଥିଲେ । ଖାଲି ବୁଲିନଥିଲେ ତ ସେଠାରେ ମନ ପସନ୍ଦର ମିଠା ବି କିଣିଥିଲେ । 


ରାହୁଲ ଗାନ୍ଧୀ ଦୋକାନରେ ପହଞ୍ଚିବା ପରେ ମିଠା ଦୋକାନ ମାଲିକ ବାବୁ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଦୋକାନ ମାଲିକ କହିଛନ୍ତି ଯେ ରାହୁଲ ଗାନ୍ଧୀ ଆସିବା ପରେ ଆମେ ଖୁସି ହୋଇଯାଇଥିଲୁ । ସେ ବୋଧହୁଏ ଏକ ସଭା ପାଇଁ କୋଏମ୍ବାଟୁର ଆସୁଥିଲେ । ତାଙ୍କର ଗୁଲାବ ଜାମୁନ୍‌ ବହୁତ ପସନ୍ଦ । ସେଥିପାଇଁ ସେ ଏକ କିଲୋ ମିଠା କିଣିଥିଲେ । 

ଆହୁରି ବି ଅନେକ ମିଠା ସ୍ୱାଦ ମଧ୍ୟ ପାଇଥିଲେ । ସେ ଆସିଥିବାରୁ ମୁଁ ଖୁସି, ଆମ କର୍ମଚାରୀମାନେ ତାଙ୍କୁ ଦେଖି ଖୁସି ମଧ୍ୟ ହୋଇଥିଲେ । ଏମିତିକି ଦୋକାନରେ ସେ ୨୫ ରୁ ୩୦ ମିନିଟ୍ ରହିଥିଲେ । ସେ ଏଠାକୁ ଆସିବେ ବୋଲି ଆମର ଧାରଣା ନଥିଲା । ଆମେ ତାଙ୍କୁ ଟଙ୍କା ନ ଦେବାକୁ କହିଲୁ କିନ୍ତୁ ସେ ରାଜି ହେଲେ ନାହିଁ । ସେ ପୁରା ବିଲ୍ ପଇଠ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.